• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପଞ୍ଚାୟତ ନିର୍ବାଚନରେ ମହକୁଛି ଗାଁ ଗାଁ । ଯେଉଁଠି ଦେଖିଲେ ନିର୍ବାଚନୀ ମାହୋଲ । ଅନେକ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହୋଇସାରିଥିବା ବେଳେ ବଳକା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ଚାଲିଛି । ନିର୍ବାଚନରେ ଜିତିଥିବା ପ୍ରାର୍ଥୀମାନେ ବେଶ୍‌ ଖୁସି ହେଉଥିବାବେଳେ ସେମାନଙ୍କର ସହଯୋଗୀ ତଥା ସମର୍ଥକମାନଙ୍କ ମଧ୍ୟରେ ଖୁବ୍‌ ଖୁସି ପରିଲକ୍ଷିତ ହୋଇଛି । ଏମିତିକି ସେମାନେ ନିଜ ଅଞ୍ଚଳର ପ୍ରାର୍ଥୀଙ୍କ ଜିତିବା ଖୁସି ମାନାଉଛନ୍ତି । କିଏ ନାଚି ନାଚି ଖୁସି ମନାଉଛି ତ ଆଉ କିଏ ଭୋଜି ଭୋତ କରି ଖୁସି ମନାଉଛନ୍ତି । ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଏକ ନିଆରା ଦୃଶ୍ୟ । ଯେଉଁଥିରେ ଜଣେ ବ୍ୟକ୍ତି ତଥା ସମର୍ଥକ ନିଜ ଅଞ୍ଚଳର ସରପଞ୍ଚ ପ୍ରାର୍ଥୀ ଜିତିବା ଖୁସିରେ ଭୂମିରେ ପଲ୍‌ଟି ମାରି ନିଜ ଖୁସି ଜାହିର କରୁଛନ୍ତି । ଯାହାକୁ ଦେଖିଲେ ହୁଏତ ଆପଣଙ୍କୁ ବି ଆଶ୍ଚର୍ଯ୍ୟ ଲାଗିବ । 

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଭଣ୍ଡାର ପଞ୍ଚାୟତର ରଶ୍ମିତା ବାଗ ଭୋଟରେ ବିଜୟୀ ହୋଇଥିବାରୁ ତାଙ୍କ ସମର୍ଥକ ଭୂମିରେ ପଲଟି ମାରି ବୋବାଲ ମଚାଇଛନ୍ତି । ଯାହାର ଭିଡ଼ିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି । ସରପଞ୍ଚ ପ୍ରାର୍ଥୀଙ୍କ ବିଜୟ ଖବର ପାଇ ସମର୍ଥକ ଜଣକ ବେଶ୍‌ ଖୁସି ହୋଇ ନିଜକୁ ରୋକି ପାରିନାହାଁନ୍ତି । ଏମିତି କି ସେ କେତେବେଳେ ତଳେ ଗୁରୁଣ୍ଡୁଛନ୍ତି ତ ଆଉ କେତେବେଳେ ପଲ୍‌ଟି ମାରୁଛନ୍ତି । 

ଅନ୍ୟପକ୍ଷେ, ଆଜି ୨୯୮ ବ୍ଲକ୍‌ର ୩୦୬ ଜୋନ୍‌ରେ ଭୋଟ୍ ଗଣତି ହେଉଥିବା ବେଳେ ଗତକାଲିଠାରୁ କଡ଼ା ସୁରାକ୍ଷା ମଧ୍ୟରେ ଜାରି ରହିଛି ଭୋଟ୍ ଗଣତି । ଏବେ ବି ଜାରି ରହିଛି କାଉଣ୍ଟିଂ । ୩୧୫ ଟି ଜିଲ୍ଲା ପରିଷଦ ଆସନରୁ ୨୫୬ର ଫଳାଫଳ ଆସିଛି । ସେଥିମଧ୍ୟରୁ ବିଜେଡି ୨୩୦ଟି ଆସନରେ ଜିତିଥିବାବେଳେ । କଂଗ୍ରେସକୁ ୧୨ ଓ ବିଜେପିକୁ ୧୦ଟି ଆସନ ମିଳିଛି । ବର୍ତ୍ତମାନ ମଧ୍ୟ ବାକି ୫୯ଟି ଜିଲ୍ଲା ପରିଷଦ ଆସନରେ ଗଣତି ଚାଲିଛି ।