Advertisment

ଟ୍ରେଣ୍ଡ୍‌ରେ ବିଜେଡି ଆଗୁଆ, ସୁର କହିଲେ- ‘ଭୋଟ୍‌ ପାଇଁ ନବୀନ ଲୋକଙ୍କୁ ଟଙ୍କା ଦେଇଛନ୍ତି’

ଏଥର ପଞ୍ଚାୟତ ନିର୍ବାଚନର ଟ୍ରେଣ୍ଡ୍‌କୁ ନେଇ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘ଭୋଟ୍‌ ପାଇଁ ନବୀନ ସରକାର ଜନସାଧାରଣଙ୍କୁ ଟଙ୍କା ଦେଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Odisha Panchayat Elections

Odisha Panchayat Elections

ପଞ୍ଚାୟତ ନିର୍ବାଚନର ଆଜିଠାରୁ ଭୋଟ୍‌ ଗଣତି ଆରମ୍ଭ ହୋଇଛି। ପ୍ରାରମ୍ଭିକ ଟ୍ରେଣ୍ଡ୍‌ରେ ବିଜେଡି ଆଗୁଆ ଥିବା ଜଣାପଡ଼ିଛି। ଜିଲ୍ଲା ପରିଷଦର ୮୫୧ ଆସନରୁ ବିଜେଡି ୨୦୦ରୁ ଅଧିକ ଆସନରେ ଆଗୁଆ ଥିବା ଜଣାପଡ଼ିଛି।

Advertisment

ଟ୍ରେଣ୍ଡ୍‌ ଅନୁସାରେ, ୮୫୧ ଜିଲ୍ଲା ପରିଷଦ ଆସନରୁ ଗଣତିର ପ୍ରଥମ ଦିନରେ ଅର୍ଥାତ୍‌ ଆଜି ୩୧୫ଟି ଜିଲ୍ଲା ପରିଷଦ ଜୋନ୍‌ରେ କାଉଣ୍ଟିଂ ଚାଲିଛି। ସେଥିମଧ୍ୟରୁ ବିଜେଡି ୨୫୬ ଆସନରେ ଆଗୁଆ ଥିବାବେଳେ ବିଜେପି ୩୧ ଆସନରେ ଆଗୁଆ, କଂଗ୍ରେସ ୧୬ ଆସନରେ ଆଗୁଆ ଓ ଅନ୍ୟାନ୍ୟ ପାର୍ଟି ୭ଟି ଆସନରେ ଆଗୁଆ ଥିବା ଜଣାପଡ଼ିଛି। 

୨୦୧୭ ପଞ୍ଚାୟତ ନିର୍ବାଚନ ଉପରେ ଯଦି ନଜର ପକାଇବା, ତେବେ ରାଜ୍ୟରେ ବାଜି ମାରିଥିଲା ବିଜେଡି। ୮୫୩ ଜିଲ୍ଲା ପରିଷଦ ଜୋନ୍ ପାଇଁ ହୋଇଥିଲା ନିର୍ବାଚନ। ଏଥିରେ ବିଜେଡି-୪୭୬, ବିଜେପି-୨୯୭, କଂଗ୍ରେସ-୬୦ ଏବଂ ସ୍ୱାଧୀନ ଓ ଅନ୍ୟ ଦଳଙ୍କୁ ୧୫ଟି ସିଟ୍ ମିଳିଥିଲା। ଯଦି ୨୦୧୭ ପଞ୍ଚାୟତ ନିର୍ବାଚନ ଫଳାଫଳ ଓ ଏଥରର ଟ୍ରେଣ୍ଡ୍‌କୁ ନଜର ପକାଇବା ତା’ହେଲେ ଗତ ପଞ୍ଚାୟତ ନିର୍ବାଚନଠୁ ଏଥର ବିଜେପି ଭଲ ପ୍ରଦର୍ଶନ କରିନଥିବା ଦେଖିବାକୁ ମିଳିଛି। କଂଗ୍ରେସ ମଧ୍ୟ ଖରାପ ପ୍ରଦର୍ଶନ କରିଥିବା ନଜର ଆସିଛି। ଯାହା ଟ୍ରେଣ୍ଡ୍‌ରୁ ଜଣାପଡ଼ିଛି। 

Advertisment

ଏଥର ପଞ୍ଚାୟତ ନିର୍ବାଚନର ଟ୍ରେଣ୍ଡ୍‌କୁ ନେଇ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘ଭୋଟ୍‌ ପାଇଁ ନବୀନ ସରକାର ଜନସାଧାରଣଙ୍କୁ ଟଙ୍କା ଦେଇଛନ୍ତି। ବିଜେଡି ଯେଉଁଭଳି ଭାବେ ଭୋଟ୍‌ ପାଇଁ ଟଙ୍କା, ମଦ, ଖାଦ୍ୟ, ବସ୍ତ୍ର, ଜିନିଷପତ୍ର ଖର୍ଚ୍ଚ କରିଛି, ମୋ ଜାତକରେ ମୁଁ ଏସବୁ ଦେଖିନଥିଲି। ବେକାର ଓ ଶିକ୍ଷିତ ଯୁବକ,ଯୁବତୀ ଯେଉଁ ଟିକେଟ୍‌ ମିଳିଛି ସେମାନଙ୍କ ଭାଗ୍ୟ କ’ଣ ? ଅଧିକାଂଶ ଲୋକଙ୍କୁ ଟଙ୍କା ଦେଇ କିଣା ଯାଇଛି। ଶେଷ ପର୍ଯ୍ୟାୟ ଭୋଟ୍‌ ଗଣତି ସରିବା ବେଳକୁ କଂଗ୍ରେସ ଦ୍ୱିତୀୟ ସ୍ଥାନକୁ ଆସିଯିବ।’

BJD BJP Congress Odisha Panchayat Polls Odisha Panchayat Elections
Advertisment
Advertisment