/odishatv-khabar/media/post_attachments/uploadimage/library/16_9/16_9_0/ss_1646032378.jpg)
Odisha Municipal Election
ପୌର ନିର୍ବାଚନ ପାଇଁ ଆଜି ରାଜ୍ୟ ନିର୍ବାଚନ କମିଶନ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରିଛନ୍ତି। ମାର୍ଚ୍ଚ ୨ ତାରିଖରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାବେଳେ ୭ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ। ୯ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ହେବ। ମାର୍ଚ୍ଚ ୨୪ ତାରିଖରେ ପୌର ନିର୍ବାଚନ ଅନୁଷ୍ଠିତ ହେବ ଏବଂ ୨୬ ତାରିଖରେ ଫଳାଫଳ ପ୍ରକାଶ ପାଇବ।
Advertisment
ଜାଣନ୍ତୁ, ପୌର ନିର୍ବାଚନ ସମ୍ପର୍କିତ କିଛି ତଥ୍ୟ...
- ମାର୍ଚ୍ଚ ୨୪ରେ ହେବ ପୌର ନିର୍ବାଚନ ଭୋଟ୍ ଗ୍ରହଣ
- ମାର୍ଚ୍ଚ ୨୬ରେ ହେବ ଭୋଟ୍ ଗଣତି
- ମାର୍ଚ୍ଚ ୨ରୁ ମାର୍ଚ୍ଚ ୭ ପର୍ଯ୍ୟନ୍ତ ପ୍ରାର୍ଥୀ ପତ୍ର ଦାଖଲ ହେବ
- ମାର୍ଚ୍ଚ ୯ ତାରିଖରେ ନାମାଙ୍କନପତ୍ର ଯାଞ୍ଚ, ୧୪ ସୁଦ୍ଧା ପ୍ରତ୍ୟାହାର
- ୧୦୬ NAC/ମ୍ୟୁନିସିପାଲିଟି, ୩ଟି ମହାନଗରରେ ହେବ ନିର୍ବାଚନ
- ଅଦାଲତି କାରଣ ପାଇଁ ପୁରୀ ମ୍ୟୁନିସିପାଲିଟିରେ ନିର୍ବାଚନ ହେବନି
- ମେୟର/ପୌରାଧ୍ୟକ୍ଷ ନିର୍ବାଚନ ଏଥର ସିଧାସଳଖ ହେବ
- ଇଭିଏମ୍ରେ ହେବ ଭୋଟ୍ ଗ୍ରହଣ, ପ୍ରତି ବୁଥ୍ରେ ରହିବ ୨ଟି ଇଭିଏମ୍
- ଗୋଟିଏ ଇଭିଏମ୍ରେ ମେୟର/ପୌରାଧ୍ୟକ୍ଷଙ୍କୁ ଭୋଟ ଦେଇ ହେବ
- ୨ୟ ଇଭିଏମ୍ରେ କାଉନସିଲର/କର୍ପୋରେଟରଙ୍କୁ ଭୋଟ ଦେଇ ହେବ
- ପ୍ରଥମ ଥର ପାଇଁ ପୌର ନିର୍ବାଚନରେ ରହିବ ନୋଟା ବିକଳ୍ପ
- ଏପ୍ରିଲ ୭ରେ ପୌର ଉପାଧ୍ୟକ୍ଷ, ୮ରେ ଡେପୁଟି ମେୟର ନିର୍ବାଚନ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)