• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବିଜେଡିକୁ ଆଶା ଠାରୁ ଅଧିକ ସଫଳତା ମିଳିଛି । ପଞ୍ଚାୟତ ନିର୍ବାଚନରେ ବିଜେଡିର ବିପୁଳ ବିଜୟ ପ୍ରସଙ୍ଗରେ ବିଜେଡି ମୁଖପାତ୍ର ପ୍ରତାପ ଦେବ ଓଟିଭିକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ କହିଛନ୍ତି, ସଫଳତାର ଶ୍ରେୟ ନେତୃତ୍ୱ ଠାରୁ ଆରମ୍ଭ କରି ତୃଣମୂଳସ୍ତର କର୍ମୀ ଯାଏଁ ଯିବ । କୋଭିଡ୍ ଚ୍ୟାଲେଞ୍ଜିଂ ଥିଲା, ପ୍ରତିକୂଳ ପରିସ୍ଥିତିରେ ସରକାର କାମ କରିଛନ୍ତି । ଲକ୍ଷ୍ୟ ଥିଲା, ଲୋକେ ଅନୁଭବ ନ କରନ୍ତୁ ସରକାର ସେମାନଙ୍କ ସହ ନାହାନ୍ତି । ଲୋକଙ୍କୁ ସାମ୍ନା କରିଥିବାରୁ ଆଜି ଏହି ସଫଳତା ଦଳକୁ ମିଳିଛି ।

ବିରୋଧୀ ସେମାନଙ୍କ ଭୂମିକା ନିଭାଇଲେନି, ନିର୍ଦ୍ଦିଷ୍ଟ ଇସ୍ୟୁକୁ ଫୋକସ୍ କଲେ । ସଫଳତାର ମୂଳ ମନ୍ତ୍ର ଲୋକଙ୍କ ପାଖକୁ ଯିବା, ଆମେ ଏହା ଅନୁଭବ କରିଛୁ ବୋଲି ବୋଲି କହିଛନ୍ତି ପ୍ରତାପ । ସାଙ୍ଗଠନିକ ଦକ୍ଷତା ଓ ଲୋକ ସଂପର୍କ ଉପରେ ଦଳର ସଫଳତା ନିର୍ଭର କରେ । ବିରୋଧୀ ହାରିଗଲା ପରେ ସ୍କିମ କଥା କହୁଛନ୍ତି, ଏହାର କିଛି ମାନେ ନାହିଁ । ନବୀନ ଓ ବିଜେଡି ଯାହା ପ୍ରତିଶ୍ରୁତି ଦିଅନ୍ତି ତାହା ପାଳନ କରନ୍ତି ।

କେନ୍ଦ୍ର ସରକାରଙ୍କ ପ୍ରଶଂସା ସଂପର୍କରେ ବିରୋଧୀଙ୍କ ଆରୋପ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ସଂଘୀୟ ବ୍ୟବସ୍ଥାରେ କାମ କରିବା ନବୀନଙ୍କଠୁ ଶିଖନ୍ତୁ । ମୋଦିଙ୍କ ପୂର୍ବରୁ ୟୁପିଏ ସରକାର ବି ନବୀନଙ୍କୁ ଏପରି ପ୍ରଶଂସା କରିଛନ୍ତି । ବିରୋଧୀ ଅପାରଗତା ସ୍ୱୀକାର କରନ୍ତୁ, ନିଷ୍ଠାପରତା ଉପରେ ପ୍ରଶ୍ନ କରନ୍ତୁନି । ବ୍ୟୁରୋକ୍ରାଟଙ୍କ ଦ୍ୱାରା ନିର୍ବାଚନ ପରିଚାଳନା ଅଭିଯୋଗ ଭିତ୍ତିହୀନ ବୋଲି କହିବା ସହ ବର୍ତ୍ତମାନର ବିପୁଳ ଜନାଦେଶ ଆମର ଦାୟିତ୍ୱ ବଢ଼ାଇ ଦେଇଛି ବୋଲି ସେ କହିଛନ୍ତି ।