Advertisment

କିଏ ହେବ ଗାଁ ନେତା ? ଟ୍ରେଣ୍ଡ୍‌ରେ ବିଜେଡି ଆଗୁଆ...

୫ଟି ପର୍ଯ୍ୟାୟରେ ହୋଇଥିବା ପଞ୍ଚାୟତ ନିର୍ବାଚନର ଆଜିଠାରୁ ଭୋଟ୍‌ ଗଣତି ଆରମ୍ଭ ହୋଇଛି। ପ୍ରାରମ୍ଭିକ ଟ୍ରେଣ୍ଡ୍‌ରେ ବିଜେଡି ଆଗୁଆ ଥିବା ଜଣାପଡ଼ିଛି। ଜିଲ୍ଲା ପରିଷଦର ୮୫୧ ଆସନରୁ ବିଜେଡି ୨୦୦ରୁ ଅଧିକ ଆସନରେ ଆଗୁଆ ଥିବା ଜଣାପଡ଼ିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Panchayat Poll Results

Panchayat Poll Results

୫ଟି ପର୍ଯ୍ୟାୟରେ ହୋଇଥିବା ପଞ୍ଚାୟତ ନିର୍ବାଚନର ଆଜିଠାରୁ ଭୋଟ୍‌ ଗଣତି ଆରମ୍ଭ ହୋଇଛି। ୩ ଦିନ ଧରି ଭୋଟ୍ ଗଣତି ଚାଲିବ। ସକାଳ ୮ଟାରୁ ଭୋଟ୍‌ ଗଣତି ଆରମ୍ଭ ହୋଇଛି। ପ୍ରାରମ୍ଭିକ ଟ୍ରେଣ୍ଡ୍‌ରେ ବିଜେଡି ଆଗୁଆ ଥିବା ଜଣାପଡ଼ିଛି। ଜିଲ୍ଲା ପରିଷଦର ୮୫୧ ଆସନରୁ ବିଜେଡି ୨୦୦ରୁ ଅଧିକ ଆସନରେ ଆଗୁଆ ଥିବା ଜଣାପଡ଼ିଛି।

Advertisment

ଟ୍ରେଣ୍ଡ୍‌ ଅନୁସାରେ, ୮୫୧ ଜିଲ୍ଲା ପରିଷଦ ଆସନରୁ ଗଣତିର ପ୍ରଥମ ଦିନରେ ଅର୍ଥାତ୍‌ ଆଜି ୩୧୫ଟି ଜିଲ୍ଲା ପରିଷଦ ଜୋନ୍‌ରେ କାଉଣ୍ଟିଂ ଚାଲିଛି। ସେଥିମଧ୍ୟରୁ ବିଜେଡି ୨୨୪ ଆସନରେ ଆଗୁଆ ଥିବାବେଳେ ବିଜେପି ୩୨ ଆସନରେ ଆଗୁଆ, କଂଗ୍ରେସ ୧୪ ଆସନରେ ଆଗୁଆ ଓ ଅନ୍ୟାନ୍ୟ ପାର୍ଟି ୫ଟି ଆସନରେ ଆଗୁଆ ଥିବା ଜଣାପଡ଼ିଛି। 

Live Update: ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେଡି ଆଗୁଆ ଥିବା ଦେଖିବାକୁ ମିଳିଛି। 

ଜିଲ୍ଲା ପରିଷଦ- ବରଗଡ଼

  • ଜୋନ୍-୧ରେ ବିଜେପିର ମୁକ୍ତା ସାହୁ ଆଗୁଆ
  • ଅମ୍ବାଭୋନା ଜୋନ୍-୧ରେ ବିଜେଡିର ନୀଳକୁମାରୀ ନାଏକ ଆଗୁଆ
Advertisment

ଜିଲ୍ଲା ପରିଷଦ- ବଲାଙ୍ଗିର

  • ୪ ନମ୍ବର ଜୋନ୍‌ରେ ବିଜେପିର ରାକେଶ ତ୍ରିପାଠୀ ଆଗୁଆ
  • କଣ୍ଟାମାଳ ଜୋନ୍-୧ରେ ବିଜେପିର ପଦ କହଁର ଆଗୁଆ

ଜିଲ୍ଲା ପରିଷଦ- ଗଞ୍ଜାମ

  • ଆସିକା ଜୋନ୍-୧ରେ ବିଜେଡିର ତନ୍ମୟୀ ନାହାକ ଆଗୁଆ
  • ସୋରଡ଼ା ଜୋନ୍-୧ରେ ବିଜେଡିର ସମରେନ୍ଦ୍ର ସାହୁ ଆଗୁଆ

ଜିଲ୍ଲା ପରିଷଦ- କେନ୍ଦୁଝର

  • ଆନନ୍ଦପୁର ଜୋନ୍-୧ରେ ବିଜେଡିର ଟୁନି ରଣା ଆଗୁଆ
  • କେନ୍ଦୁଝର ଜୋନ୍-୪ରେ ବିଜେଡିର ଲୀଳାବତି ମହାନ୍ତ ଆଗୁଆ
  • ଘଟଗାଁ ଜୋନ୍-୧ରେ ବିଜେଡିର ଯାଜ୍ଞସେନୀ ମହାନ୍ତ ଆଗୁଆ
  • ପାଟଣା ଜୋନ୍-୨୧ରେ ବିଜେଡିର ପ୍ରଫୁଲ୍ଲ ନାଏକ ଆଗୁଆ
  • ଘସିପୁରା ଜୋନ୍-୧୦ରେ କଂଗ୍ରେସର ସନ୍ଧ୍ୟାରାଣୀ ମହାନ୍ତି ଆଗୁଆ

ଜାଣନ୍ତୁ, କେଉଁ ପ୍ରାର୍ଥୀ କେଉଁଠି ଆଗରେ ଅଛନ୍ତି...

Odisha Panchayat Polls Odisha Panchayat Elections Panchayat Poll Results
Advertisment
Advertisment