ଅନେକ ଆସନରେ ସମାଜବାଦୀ ପାର୍ଟି ସହିତ ପ୍ରତିଯୋଗିତାରକୁ ଦୃଷ୍ଟିରେ ରଖି ବିଜେପି କ୍ୟାମ୍ପେନ୍କୁ ଜୋରଦାର କରୁଛି । ପ୍ରଥମ ଦୁଇଟି ପର୍ଯ୍ୟାୟ ପାଇଁ ପ୍ରଚାର ଅଭିଯାନର ସମୀକ୍ଷା କରୁଥିବାବେଳେ ବାକି ପାଞ୍ଚଟି ପର୍ଯ୍ୟାୟ ପାଇଁ ଅଧିକରୁ ଅଧିକ ବୈଠକ କରିବାକୁ ବିଜେପି ବର୍ତ୍ତମାନ ପ୍ରସ୍ତୁତି ଚଳାଇଛି ।
ବର୍ଷାଙ୍କୁ ବିଜେଡିରେ ସାମିଲ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ଏପରିକି ତାଙ୍କୁ ଉପକୂଳ ଜିଲ୍ଲାରେ କୌଣସି ଏକ ଆସନରୁ ବିଜେଡି ବିଧାନସଭା ଟିକେଟ ଦେଇପାରେ ବୋଲି ଆଲୋଚନା ହେଉଛି । ଏପଟେ ସ୍ୱାମୀ ଅନୁଭବ ଦଳରେ ଏକ ପ୍ରକାର କୋଣଠେସା ହୋଇ ଯାଇଛନ୍ତି କହିଲେ ଚଳେ ।
ଭୋଟ୍ ତାତି ଲଗାଇଲା ରାଜନୈତିକ ହିଂସାର ନିଆଁ I କେଉଁଠି ପ୍ରାର୍ଥୀଙ୍କ ଘରକୁ ବୋମାମାଡ଼, କେଉଁଠି ଢେଲାମାଡ଼ I ଯୋଡ଼ାରେ ପ୍ରଚାର ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ I ପୁରୀ ଗୋପରେ ପ୍ରଚାର କ୍ୟାମ୍ପ ପୋଡ଼ିଦେଲେ ଦୁର୍ବୃତ୍ତ
ଓଡ଼ିଶା ମାଟିରେ ଆନ୍ଧ୍ରର ରାଜୁତି। ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ବି ଆନ୍ଧ୍ର ସରକାର ଅନାୟାସରେ କୋଟିଆର ସୀମାନ୍ତ ଗାଁର ନିରୀହ ଆଦିବାସୀଙ୍କୁ ବିଭିନ୍ନ ସ୍କିମ୍ ଦ୍ୱାରା ପ୍ରଲୋଭିତ କରିବାକୁ ଜାରି ରଖିଛନ୍ତି ନିରନ୍ତର ପ୍ରୟାସ।
ଦିନକ ପରେ ପ୍ରଥମ ପର୍ଯ୍ୟାୟ ପଂଚାୟତ ଭୋଟ୍ । ଏଥିପାଇଁ ବିଭିନ୍ନ ବ୍ଲକ୍ ହେଡ୍ କ୍ୱାର୍ଟରରୁ ବୁଥ୍ ଅଭିମୁଖେ ବାହାରିଛନ୍ତି ପୋଲିଂ ପାର୍ଟି । ବାଲାଟ୍ ବକ୍ସ, ବାଲାଟ୍ ପେପର୍ ଓ ଅନ୍ୟାନ୍ୟ ସାମଗ୍ରୀ ଧରି ମତଦାନ କେନ୍ଦ୍ରରେ ପହଞ୍ଚିବାରେ ଲାଗିଛନ୍ତି ଅଧିକାରୀ ।
ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଲାଗି ଥମିଲା ପ୍ରଚାର । ଦିନକ ପରେ ଅର୍ଥାତ ୧୬ ତାରିଖ ସକାଳ ୭ଟାରୁ ଦିନ ଗୋଟିଏ ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ହେବ ।
କଥା କେବଳ ଏଇଠି ସରୁନି, ତଳଗଂଜେଇପଦରର ଅନେକ ଗାଁରେ ଆନ୍ଧ୍ର ସରକାର ଘର ନମ୍ବରିଂ କରିବା ସହ ଫଳକ ବି ଲଗାଇଛନ୍ତି।
ବାଲଟ ପେପରରେ ଏକାଧିକ ପ୍ରାର୍ଥୀଙ୍କ ଚିହ୍ନ କିମ୍ବା ନାଁ ଉପରେ ମୋହର ବାଜିଥିଲେ ସେହି ଭୋଟ୍କୁ ଅବୈଧ ଘୋଷଣା କରାଯିବ। ଭୋଟ୍ ଦେବାବେଳେ ଯଦି ଜଣେ ଭୋଟର ଛିଡ଼ା ହୋଇଥିବା ପ୍ରାର୍ଥୀଙ୍କ ଚିହ୍ନରେ ମୋହର ମାରିବା ସହିତ ପୂର୍ବରୁ ଭଙ୍ଗା ଯାଇଥିବା ଚିହ୍ନ ଉପରେ ମୋହର ମାରନ୍ତି, ତା ହେଲେ ଭୋଟରଙ୍କ ଉଦ୍ଦେଶ୍ୟକୁ ସ୍ପଷ୍ଟ ବୋଲି ବୁଝାଯିବ।
ୱାର୍ଡମେମ୍ବର ଆସନ ପାଇଁ ଲଢ଼ୁଥିବା ଜଣେ ପ୍ରାର୍ଥି ହାତିପାଲି ଗ୍ରାମର ମାନସ ପାଢ଼ୀଙ୍କୁ ଦୁଇଦିନ ତଳେ ଗୀତା ଛୁଇଁ ତାଙ୍କୁ ଏବଂ ଜଣେ ନିଦ୍ଧିଷ୍ଟ ସରପଂଚ ପ୍ରାର୍ଥିଙ୍କୁ ଭୋଟ ଦେବାକୁ ବାଧ୍ୟ କରିଥିଲେ । ଏଥିପାଇଁ ତାଙ୍କୁ ଟଙ୍କା ମଧ୍ୟ ଯାଚିଥିଲେ ।
ଦିନକ ପରେ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ। ଏଥିପାଇଁ ଆଜି ସନ୍ଧ୍ୟା ୭ଟାରେ ପ୍ରଥମ ପର୍ଯ୍ୟାୟ ପାଇଁ ନିର୍ବାଚନ ପ୍ରଚାର ସରିବ। ଏହାକୁ ଦୃଷ୍ଟିରେ ରଖି ଏହି ପର୍ଯ୍ୟାୟରେ ସବୁ ରାଜନୈତିକ ଦଳ ପ୍ରଚାରକୁ ଜୋରଦାର କରିଛନ୍ତି।
୧୯୯୭ରେ ଜନତା ଦଳ ଏବଂ ୨୦୦୨ରୁ ଲଗାତର ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦରେ ବସିଛି ବିଜେଡି । ଗତ ନିର୍ବାଚନରେ ଦଳ ୨୪ଟି ଜୋନରୁ ୧୯ଟି ଜିତି ପରିଷଦ ଗଢିଥିଲା । ବିଜେପି ୪ଟି ଆସନ ପାଇଥିବା ବେଳେ ଜଣେ ସ୍ୱାଧିନ ପ୍ରାର୍ଥୀ ନିର୍ବାଚିତ ହୋଇଥିଲେ ।
ଢିଙ୍କିଆରୁ ଭୋଟ୍ ଗ୍ରହଣ କେନ୍ଦ୍ର ସ୍ଥାନାନ୍ତରକୁ ବିରୋଧ କରାଯାଇଛି। ଭୋଟରଙ୍କ ଠାରୁ ନେଇ ପ୍ରାର୍ଥୀଙ୍କ ପର୍ଯ୍ୟନ୍ତ ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେପଟେ ଜିଲ୍ଲା ପ୍ରଶାସନ କହୁଛି ଢିଙ୍କିଆରେ ଶାନ୍ତି ଫେରିଛି।
ଆଉ ମାତ୍ର କିଛି ଦିନ ପରେ ପଞ୍ଚାୟତ ନିର୍ବାଚନ ହେବାକୁ ଥିବାବେଳେ ତା’ପୂର୍ବରୁ ବିଭିନ୍ନ ସ୍ଥାନରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ନରସିଂହପୁରରେ ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ଘର ଉପରକୁ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି।
ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକ୍ ଗୋବିନ୍ଦପୁର ସମିତି ସଭ୍ୟା ପ୍ରାର୍ଥିନୀ ପୁଷ୍ପିତା ଜେନାଙ୍କୁ ମୁମୂର୍ଷ ଅବସ୍ଥାରେ ଉଦ୍ଧାର କରାଯାଇଛି। ପୁଷ୍ପିତାଙ୍କୁ ନିଜ ଗାଁ ଘୁଷୁରା ପତ୍ରପାଲିରେ ଥିବା ଘର ପାଖରୁ ମୁମୂର୍ଷ ଅବସ୍ଥାରେ ପଡ଼ିଥିବା ଲୋକେ ଦେଖିଥିଲେ।
ବିଜେଡି ପ୍ରଚାରରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ। ପ୍ରଥମ ଥର ପାଇଁ ନିର୍ବାଚନ ମୈଦାନକୁ ବର୍ଷା ଓହ୍ଲାଇଛନ୍ତି। ବିଜେଡି ସମର୍ଥିତ ପ୍ରାର୍ଥୀମାନଙ୍କ ପାଇଁ ପ୍ରଚାର କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୁରି ଭୁରି ପ୍ରଶଂସା କରୁଛନ୍ତି
ପ୍ରଥମ ପର୍ଯ୍ୟାୟ ଭୋଟ୍ ଲାଗି ଆସନ୍ତାକାଲି ସଂଧ୍ୟା ୭ଟାରେ ପ୍ରଚାର ବନ୍ଦ ହେବ।
ପ୍ରମିଳାଙ୍କ ଠାରୁ ସୋ କଜ୍ ନୋଟିସ୍ ଉତ୍ତର ପାଇବା ପରେ ପଦକ୍ଷେପ ନିଆଯାଇଛି।
ପରିଚୟ ଉପରେ ଆପତ୍ତି ହେଲେ ଏଜେଣ୍ଟ ଚ୍ୟାଲେଞ୍ଜ କରିପାରିବେ
ଆସନ୍ତାକାଲି ଉତ୍ତରାଖଣ୍ଡର ୭୦ ଆସନରେ ଏବଂ ଗୋଆର ୪୦ଟି ଆସନରେ ଭୋଟ୍ ଗ୍ରହଣ ହେବ । ଉଭୟ ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବାକୁ ଯାଉଛି । ଉତ୍ତରାଖଣ୍ଡରେ କ୍ଷମତାସୀନ ବିଜେପି ଓ ମୁଖ୍ୟ ବିରୋଧୀ କଂଗ୍ରେସ ମଧ୍ୟରେ ସିଧାସଳଖ ଟକ୍କର ହେଉଛି ।
ଆଜିକାଲି ନେତାଙ୍କ ପାଖରେ ନୀତି ନୈତିକତା କିଛି ନାହିଁ। କଳେବଳେ କେମିତି ନିର୍ବାଚନ ଜିତିବେ ତାହା ସେମାନଙ୍କର ଲକ୍ଷ୍ୟ। କିନ୍ତୁ ଏହି ଭିଡିଓରେ ଭେଟନ୍ତୁ ଜଣେ ବ୍ୟକ୍ତିଙ୍କୁ, ଯିଏ ଗତ ୩୫ ବର୍ଷ ହେଲା ୱାର୍ଡମେମ୍ବର ନିର୍ବାଚନ ଲଢୁଛନ୍ତି, କିନ୍ତୁ କେବେ ଜିତି ନାହାଁନ୍ତି। ଏହାପରେ ବି ସେ ମନୋବଳ ହାରି ନାହାଁନ୍ତି। ସବୁଠୁ ବଡ଼ କଥା ହେଲା, ସେ କୌଣସି ଦଳର ସମର୍ଥନ ନିଅନ୍ତି ନାହିଁ। ସବୁବେଳେ ସ୍ୱାଧୀନ ପ୍ରାର୍ଥୀ। ତା ପୁଣି ସେଇ ଗୋଟିଏ ନିର୍ଦ୍ଦିଷ୍ଟ ଚିହ୍ନରେ। ଆସନ୍ତୁ ଭେଟିବା ଏହି ନିଆରା ବ୍ୟକ୍ତିଙ୍କୁ।
ର୍ବାଚନୀ କ୍ୟାମ୍ପେନ୍ରେ କାମ କରୁଛନ୍ତି ସରକାରୀ କର୍ମଚାରୀ। ଶିକ୍ଷକମାନଙ୍କ ସମ୍ପୃକ୍ତି ସବୁଠାରୁ ଅଧିକ। ଏମିତି କିଛି ତଥ୍ୟ ସାମନାକୁ ଆସିବା ପରେ ନିର୍ବାଚନୀ ସ୍ବଚ୍ଛତାକୁ ନେଇ ବି ପ୍ରଶ୍ନ ଉଠିଲାଣି।
ଚଳିତ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀଙ୍କୁ ଏମିତି ତିର୍ଯ୍ୟକ ଆଉ ସିଧାସଳଖ ପ୍ରଶ୍ନ ମୁହଁରେ ନୁହେଁ, ପରୀକ୍ଷା ଖାତାରେ ପଚାରିଛନ୍ତି ଭୋଟର ।
ଚଳିତ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀଙ୍କୁ ଏମିତି ତିର୍ଯ୍ୟକ ଆଉ ସିଧାସଳଖ ପ୍ରଶ୍ନ ମୁହଁରେ ନୁହେଁ, ପରୀକ୍ଷା ଖାତାରେ ପଚାରିଛନ୍ତି ଭୋଟର ।
ଏବେ ପ୍ରଶ୍ନ ଉଠୁଛି, ସରକାରୀ କର୍ମଚାରୀ କାହିଁକି ରାଜନୈତିକ ଦଳଗୁଡ଼ିକର ହାତବାରିସି ସାଜୁଛନ୍ତି?
ନିର୍ବାଚନ ପ୍ରସ୍ତୁତି ନେଇ ଜିଲ୍ଲାପାଳଙ୍କ ସହ ରାଜ୍ୟ ନିର୍ବାଚନ କମିଶନ ବୈଠକ କରିଛନ୍ତି। ବୈଠକରେ ଚୁଡ଼ାନ୍ତ ପ୍ରସ୍ତୁତି ନେଇ କମିଶନ ଆଲୋଚନା କରିଛନ୍ତି। ଉଭୟ ପୌର ଓ ପଞ୍ଚାୟତ ନିର୍ବାଚନ ନେଇ ବୈଠକରେ ସମୀକ୍ଷା ହୋଇଛି।