Advertisment

‘ବାପି ସର୍ଖେଲ ବିଜେଡିିର ବି ଟିମ୍, ସେ ଗଧ ବେପାର କରିଛନ୍ତି’

ପାରାଦୀପ ପୌର ଉପାଧ୍ୟକ୍ଷ ନିର୍ବାଚନ ଫଳାଫଳ ଆସିବା ପରେ ବରିଷ୍ଠ ରାଜନେତା ବାପି ସର୍ଖେଲଙ୍କୁ ବିଜେପି ଟାର୍ଗେଟ କରିଛି। ବରିଷ୍ଠ ବିଜେପି ନେତା ବିଭୁପ୍ରସାଦ ତରାଇ ଓ ସମ୍ପଦ ସ୍ୱାଇଁ ପ୍ରେସ୍‌ମିଟ୍ କରି କହିଛନ୍ତି, ବାପି ସର୍ଖେଲ ବିଜେଡିିର ବି ଟିମ୍। ସେ ଗଧ ବେପାର କରିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Bapi Serkhel

Bapi Serkhel

ପାରାଦୀପ ପୌର ଉପାଧ୍ୟକ୍ଷ ନିର୍ବାଚନ ଫଳାଫଳ ଆସିବା ପରେ ବରିଷ୍ଠ ରାଜନେତା ବାପି ସର୍ଖେଲଙ୍କୁ ବିଜେପି ଟାର୍ଗେଟ କରିଛି। ବରିଷ୍ଠ ବିଜେପି ନେତା ବିଭୁପ୍ରସାଦ ତରାଇ ଓ ସମ୍ପଦ ସ୍ୱାଇଁ ପ୍ରେସ୍‌ମିଟ୍ କରି କହିଛନ୍ତି, ବାପି ସର୍ଖେଲ ବିଜେଡିିର ବି ଟିମ୍। ସେ ଗଧ ବେପାର କରିଛନ୍ତି। 

Advertisment

ପୂର୍ବରୁ ପ୍ରେସ୍‌ମିଟ୍ କରି ବିଜେପି ଓ ବିଜେଡି ମଧ୍ୟରେ ଘୋଡା ବେପାର ଚାଲିଥିବା ନେଇ ବାପି ସର୍ଖେଲ ଅଭିଯୋଗ କରିଥିଲେ। ବିଜେଡିର କ୍ରସ୍ ଭୋଟିଂ ଯୋଗୁ ବାପି ସର୍ଖେଲଙ୍କ ଗୋଷ୍ଠୀର ସ୍ୱାଧୀନ ସଦସ୍ୟା ଛବିଲତା ରାଉତ ଉପାଧ୍ୟକ୍ଷ ପଦ ହାତେଇଛନ୍ତି। ସେ ପାରାଦୀପ ଉପାଧ୍ୟକ୍ଷା ହୋଇଛନ୍ତି। ଛବିଲତାଙ୍କୁ ୧୦ଟି, ପ୍ରତିପକ୍ଷ ବିଜେଡିର ପ୍ରଭାତି ନାୟକଙ୍କୁ ୬ଟି ଭୋଟ୍ ମିଳିଛି।ପ୍ରଗତିର ରଥକୁ ସମର୍ଥନ କରି ଯଦି କେହି ଭୋଟ୍ ଦେଇଥିବେ ତାଙ୍କୁ  ସ୍ୱାଗତ କରୁଛି ବୋଲି ବାପି ସର୍ଖେଲ କହିଛନ୍ତି। 

ବିଜେଡିର ୭ କାଉନସିଲର ଥିଲେ ବି ମିଳିଛି ୬ ଖଣ୍ଡ ଭୋଟ୍। ବିଜେଡିର ଜଣେ କାଉନସିଲର କ୍ରସ୍ ଭୋଟିଂ କରିଥିବା ଅନୁମାନ କରାଯାଉଛି। ବିଜେଡି ଏଜେଣ୍ଟ ଦେଇନଥିବାରୁ କିଏ କ୍ରସ୍ ଭୋଟିଂ କଲେ ତାହା ସ୍ପଷ୍ଟ ହୋଇନି। ମୋଟ ୧୯ ୱାର୍ଡ ମଧ୍ୟରୁ ସ୍ୱାଧୀନ ସର୍ବାଧିକ ୮ଟି ୱାର୍ଡରେ ଜିତିଥିବା ବେଳେ ବିଜେଡି ୭, ବିଜେପି ୩ ଓ କଂଗ୍ରେସ ଗୋଟିଏ ୱାର୍ଡରେ ଜିତିଥିଲେ।

Advertisment

ପାରାଦୀପର ୧୯ଟି ୱାର୍ଡ ମଧ୍ୟରୁ ବାପି ସର୍ଖେଲଙ୍କ ‘ଆମ ପାରାଦୀପ ଆମ ପ୍ରଗତି’ ବ୍ୟାନରରେ ସର୍ବାଧିକ ୮ ଜଣ ସ୍ୱାଧୀନ ପ୍ରାର୍ଥୀ କାଉନସିଲର ହୋଇଛନ୍ତି। ସେହିପରି ବିଜେଡିର ୭ ଜଣ ପ୍ରାର୍ଥୀ କାଉନସିଲର ହୋଇଥିବା ବେଳେ ବିଜେପିର ୩ ଓ କଂଗ୍ରେସର ଜଣେ ପ୍ରାର୍ଥୀ କାଉନସିଲର ହୋଇଛନ୍ତି।

BJD BJP Bapi Sarkhel
Advertisment
Advertisment