• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଆସନ୍ତାକାଲି ଉଦଘାଟିତ ହେବ ପୁରୀର ବହୁ ପ୍ରତିକ୍ଷିତ ଶ୍ରୀଜଗନ୍ନାଥ ମେଡିକାଲ କଲେଜ୍। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମେଡିକାଲ କଲେଜର ଉଦଘାଟନ କରିବେ। ତେବେ ଉଦଘାଟନକୁ ନେଇ ରାଜ୍ୟ ସରକାର ଓ ବିଜେପି ମଧ୍ୟରେ ଆରମ୍ଭ ହୋଇଯାଇଛିି ବିବାଦ। ମେଡିକାଲ କଲେଜ୍ ଉଦଘାଟନ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ସୌଜନ୍ୟମୂଳକ ଆମନ୍ତ୍ରଣ କରିବା କଥା ବୋଲି ଟ୍ୱିଟ୍ କରିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର।

କେନ୍ଦ୍ରୀୟ ଯୋଜନାରେ ଦେଶର ବିଭିନ୍ନ ରାଜ୍ୟରେ ଆରମ୍ଭ ହେଉଥିବା ମେଡିକାଲ କଲେଜ୍ ହସ୍ପିଟାଲ ପ୍ରକଳ୍ପ ଉଦଘାଟନ କିମ୍ବା ଶିଳାନ୍ୟାସ ବେଳେ ସଂପୃକ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟକୁ ତୁରନ୍ତ ଅବଗତ କରାଯିବା ଉଚିତ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜ୍ୟ ମୁଖ୍ୟ ସଚିବମାନଙ୍କୁ ଚିଠି ଲେଖିଥିଲେ।

ଏହି ଚିଠିକୁ ଟ୍ୟାଗ୍ କରି ସମ୍ବିତ ପାତ୍ର ଟ୍ବିଟ୍ କରିଛନ୍ତି। ସେପଟେ ବିଜେଡି କେବେ ଶ୍ରେୟ ରାଜନୀତିରେ ବିଶ୍ୱାସ କରେ ନାହିଁ ବୋଲି ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ଦେବୀ ମିଶ୍ର।