Advertisment

ରାଜଧାନୀ ପ୍ରତିଷ୍ଠା ଦିବସରେ ଅଲୋଡ଼ା ହୋଇଗଲେ ଭୁବନେଶ୍ୱର ସାଂସଦ, ନିମନ୍ତ୍ରଣ କଲେନି ସରକାର

ରାଜଧାନୀ ପ୍ରତିଷ୍ଠା ଦିବସ ପାଳନକୁ ନେଇ କେଁ ଦେଖାଦେଇଛି। ଗୋଟିଏପଟେ ରାଜଧାନୀର ପ୍ରତିଷ୍ଠା ଦିବସ ପାଳନ ହେଉଥିବା ବେଳେ ଅନ୍ୟପଟେ ଭୁବନେଶ୍ୱର ସାଂସଦଙ୍କୁ ଅଣଦେଖା କରାଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
MP Aparajita Sarangi Questions Her Exclusion From Invitees' List

MP Aparajita Sarangi Questions Her Exclusion From Invitees' List

ଆଜି ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ। ୭୪ ବର୍ଷରେ ପାଦ ଥାପିଛି ରାଜଧାନୀ। ଟେମ୍ପଲ ସିଟିରୁ ସ୍ମାର୍ଟ ସିଟିର ଏହି ଲମ୍ବା ଯାତ୍ରା ଭିତରେ ବଢିଛି ସହରର କାୟା, ବଦଳିଛି ପରିବେଶ।ସବୁଜ ବଳୟରୁ କଂକ୍ରିଟ ଜଙ୍ଗଲରେ ପରିଣତ ହୋଇଛି ରାଜଧାନୀ। ତେବେ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନକୁ ନେଇ କେଁ ଦେଖାଦେଇଛି। ଗୋଟିଏପଟେ ରାଜଧାନୀର ପ୍ରତିଷ୍ଠା ଦିବସ ପାଳନ ହେଉଥିବା ବେଳେ ଅନ୍ୟପଟେ ଭୁବନେଶ୍ୱର ସାଂସଦଙ୍କୁ ଅଣଦେଖା କରାଯାଇଛି। 

Advertisment

ରାଜଧାନୀର ପ୍ରତିଷ୍ଠା ଦିବସରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ନିମନ୍ତ୍ରଣ ନ ଥିବାରୁ ଟ୍ୱିଟ୍ କରି ଅସନ୍ତୋଷ ଝାଡ଼ିଛନ୍ତି ଅପରାଜିତା ଷଡ଼ଙ୍ଗୀ। ଟ୍ୱିଟ୍‌ କରି ସେ କହିଛନ୍ତି ଯେ, ମୋତେ ଛାଡ଼ି ପ୍ରାୟ ସମସ୍ତଙ୍କୁ ଉତ୍ସବରେ ଯୋଗ ଦେବାକୁ ନିମନ୍ତ୍ରଣ ରହିଛି। ଏହି ମହାନ ଦିବସ ଅବସରରେ ମୁଁ ଉତ୍ସବରେ ଯୋଗ ଦେବାକୁ ଚାହୁଁଥିଲି। ହେଲେ ମୋତେ କାହିଁକି ନିମନ୍ତ୍ରଣ କରାଗଲାନି ? ମୋର ଦୋଷ କ’ଣ ବୋଲି ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରଶ୍ନ କରିଛନ୍ତି।  

Advertisment

ଏହି ପ୍ରସଙ୍ଗକୁ ନେଇ ମନ୍ତ୍ରୀ ଅଶୋକ ପଣ୍ଡା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, କାର୍ଯ୍ୟକ୍ରମ ଆହୁରି ଶୃଙ୍ଖଳିତ ହେବା ଦରକାର। ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଓ ଲୋକ ସମ୍ପର୍କ ବିଭାଗ ସମସ୍ତଙ୍କୁ ନେଇ କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ କରିବା କଥା। ନିୟମ ଅନୁସାରେ, ସମସ୍ତଙ୍କୁ ନିମନ୍ତ୍ରଣ କରିବା କଥା। ତେବେ ରାଜନୀତିକରଣ କରାଯାଉନାହିଁ ବୋଲି ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି।

ସେହିପରି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି, ରାଜଧାନୀ ପ୍ରତିଷ୍ଠା ଦିବସ କମିଟି ନିୟମ କରିଛନ୍ତି ଯେ, କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ, ରାଜ୍ୟପାଳ କିମ୍ବା ବାଚସ୍ପତିଙ୍କୁ ଡକାଯିବ। ଯେହେତୁ ରାଜ୍ୟପାଳ ବାହାର ରାଜ୍ୟ ଗସ୍ତରେ ଅଛନ୍ତି, ଏଣୁ ତାଙ୍କୁ ଡକା ଯାଇଛି।  ତେବେ କାର୍ଯ୍ୟକ୍ରମକୁ ସମସ୍ତଙ୍କୁ ଡାକିବା କଥା ବୋଲି ସୂର୍ଯ୍ୟନାରାୟଣ କହିଛନ୍ତି। ସେପଟେ ଆ ୟୋଜକ କମିଟିର ସଭାପତି ପ୍ରଦୋଷ ପଟ୍ଟନାୟକ କହିଛନ୍ତି ଯେ, ଭୁବନେଶ୍ୱର ବିକାଶରେ ସାଂସଦଙ୍କର ମହତ୍ୱପୂର୍ଣ୍ଣ ଭୂମିକା ରହିଛି। 

MP Aparajita Sarangi Rajdhani Pratistha Diwas Bhubaneswar Foundation Day
Advertisment
Advertisment