/odishatv-khabar/media/post_attachments/uploadimage/library/16_9/16_9_0/IMAGE_1649486006.jpg)
_ Wife Is Gunpur Municiplity Chairperson, Husband The Deputy
ପୌର ପାଳିକାର ଅଧ୍ୟକ୍ଷା ହେଲେ ପତ୍ନୀ ଆଉ ଉପାଧ୍ୟକ୍ଷ ପଦରେ ସ୍ୱାମୀ । ରାୟଗଡ଼ା ଜିଲ୍ଲା ଗୁଣୁପୁର ପୌରପାଳିକାରେ ରାଜନୀତିର ଏ ରୋଚକ ସଂଯୋଗ ଦେଖିବାକୁ ମିଳିଛି ।
ନିକଟରେ ପୌରାଧ୍ୟକ୍ଷ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ମମତା ଗଉଡ଼ ୪ ହଜାର ଭୋଟରେ ବିଜୟୀ ହୋଇଥିଲେ । ତେବେ ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହୋଇଥିବା ବେଳେ ଏଥିରେ ମମତାଙ୍କ ସ୍ୱାମୀ ଶିବ ପ୍ରସାଦ ଗଉଡ଼ ନିଦ୍ଦର୍ବନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ।
ଏନେଇ ବିଜୟୀ ହୋଇଥିବା ସ୍ୱାଧୀନ ପ୍ରାର୍ଥୀ ମମତା ଗଉଡ଼ କହିଛନ୍ତି, ‘ଏହି ବିଜୟ ମୋର ନୁହେଁ ପୁରା ଗୁଣପୁରର ବାସୀଙ୍କ । ସେମାନେ ବିପୁଳ ପରିମାଣରେ ଭୋଟ୍ ଦେଇ ମୋତେ ଜିତେଇଥିବାରୁ ମୁଁ ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛି’ ।
ସୂଚନା ଅନୁସାରେ, ଗୁଣୁପୁର ମୁନିସିପାଲିଟିରେ ଶିବପ୍ରସାଦ ମୋଟ ୧୯ଟି ଓ୍ୱାର୍ଡରେ କାଉନସିଲର ପ୍ରାର୍ଥୀ ଦେଇଥିଲେ । ସେମାନଙ୍କ ମଧ୍ୟରୁ ୧୧ ଜଣ ପ୍ରାର୍ଥୀ ବିଜୟୀ ହୋଇଥିଲେ । ସ୍ୱାଧୀନ ପ୍ରାର୍ଥୀ ହୋଇ ବି ସଂଖ୍ୟାଗରିଷ୍ଠତା ଦୃଷ୍ଟିରୁ ସେ ଉପାଧ୍ୟକ୍ଷ ନିର୍ବାଚିତ ହୋଇଥିବାରୁ ଏବେ ଗୁଣୁପୁର ପୌରପାଳିକାରେ ପତି-ପତ୍ନୀ ପୌରାଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କୁ ନେଇ ବେଶ୍ ଚର୍ଚ୍ଚା ଜୋର ଧରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)