• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏକାଥରେ ୨୪ ମନ୍ତ୍ରୀ ଦେଲେ ଇସ୍ତଫା । ନୂଆ ଟିମ୍ ଗଠନ କରିବେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡି । ତେଣୁ ସରକାରରୁ ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ୨୦୨୧ ଡିସେମ୍ବରରେ ଆନ୍ଧ୍ର ମନ୍ତ୍ରିମଣ୍ଡଳର ପୁନର୍ଗଠନ ହେବାର ଥିଲା । କିନ୍ତୁ କୋଭିଡ୍‌ ପାଇଁ ତାକୁ ଘୁଞ୍ଚାଇ ଦେଇଥିଲେ ଜଗନ । କିନ୍ତୁ ଏବେ ୨୦୨୪ ପୂର୍ବରୁ ନିଜର ନୂଆ ଟିମ୍ ଗଠନ କରିବାକୁ ସେ ନିଷ୍ପତ୍ତି ନେଇଛନ୍ତି । ଜଗନଙ୍କୁ ଛାଡ଼ି ବାକି ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି ।

ଚର୍ଚ୍ଚା ହେଉଛି ନୂଆ ଟିମ୍‌ରେ ମାତ୍ର ଜଣେ କି ଦୁଇ ଜଣ ପୁରୁଣା ମନ୍ତ୍ରୀ ରହିବେ । ବାକି ସମସ୍ତଙ୍କୁ ଗାଦି ଛାଡ଼ିବାକୁ ପଡ଼ିବ । ସେମାନଙ୍କୁ ଦଳର ସଂଗଠନରେ ଥଇଥାନ କରାଯିବ । ଜିଲ୍ଲା, ଜାତି, ଅଞ୍ଚଳକୁ ନେଇ ନୂଆ ମନ୍ତ୍ରିମଣ୍ଡଳ ଗଠନ ହେବ । ଏହା ସହିତ କିଛି ମହିଳାଙ୍କୁ ମଧ୍ୟ ମନ୍ତ୍ରୀ ହେବାର ସୁଯୋଗ ମିଳିପାରେ । ଏପରି କରିବା ଦ୍ୱାରା ସରକାର ବିରୋଧୀ ହାଓ୍ୱା ଏବଂ କୌଣସି ମନ୍ତ୍ରୀ ବିରୋଧରେ ଜନମତ ଥିଲେ, ତାକୁ ପ୍ରଶମିତ କରାଯିବ ବୋଲି କୁହାଯାଉଛି ।

ଆସନ୍ତା ୧୧ ତାରିଖରେ ଜଗନଙ୍କ ନୂଆ ମନ୍ତ୍ରିମଣ୍ଡଳ ଶପଥ ନେବାର ସମ୍ଭାବନା ରହିଛି । ୨୦୧୯ ନିର୍ବାଚନରେ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପିକୁ ଧରାଶାୟୀ କରି କ୍ଷମତା ହାସଲ କରିଥିଲେ ଜଗନ ରେଡ୍ଡି । କିଛି ଦିନ ତଳେ ସେ ରାଜ୍ୟର ଜିଲ୍ଲା ସଂଖ୍ୟା ମଧ୍ୟ ବୃଦ୍ଧି କରିଛନ୍ତି ।

୨୦୧୯ରେ ନିର୍ବାଚନ ବିଜୟ ପରେ ଜାତି, ଧର୍ମ, ଅଞ୍ଚଳ ଏବଂ ଲିଙ୍ଗଭିତ୍ତିକ ସମାନ ନ୍ୟାୟ ପ୍ରଦାନ କରାଯିବ ବୋଲି କହିଥିଲେ । କ୍ଷମତାକୁ ଆସିବା ପରେ ରେଡ୍ଡୀ ୫ ଜଣ ଉମମୁଖ୍ୟମନ୍ତ୍ରୀଙ୍କୁ ଚୟନ କରିଥିଲେ । ସେମାନଙ୍କ ମଧ୍ୟରେ ଜଣେ ଅନୁସୂଚିତ ଜାତି, ଜଣେ ଉପଜାତି, ଜଣେ ପଛୁଆ ବର୍ଗ, କାପୁ ଜାତି ଏବଂ ମୁସଲିମ କମ୍ୟୁନିଟିରୁ ଥିଲେ । ସେହିପରି କ୍ୟାବିନେଟରେ ୩ ଜଣ ମହିଳା ଥିଲେ । ଦଳିତ ବର୍ଗରୁ ଗୃହ ମନ୍ତ୍ରୀ ଥିଲେ । ତେବେ ସମାନ ଢାଞ୍ଚାର ପୁନରାବୃତ୍ତି ହେବା ନେଇ ଚର୍ଚ୍ଚା ହେଉଛି । ଅନ୍ୟପଟେ ଇସ୍ତଫା ଦେଇଥିବା ମନ୍ତ୍ରୀମାନଙ୍କୁ ଦଳର ସାଙ୍ଗଠନିକ କ୍ଷେତ୍ରରେ ପ୍ରମୁଖ ଦାୟିତ୍ୱ ମିଳିପାରେ ।