କାର୍ତ୍ତିକ ମାସ ପାଇଁ ରତ୍ନଭଣ୍ଡାର ମରାମତି କାମ ଆରମ୍ଭ ହୋଇ ନ ଥିଲା । କାର୍ତ୍ତିକ ମାସ ଶେଷ ହୋଇଥିବାରୁ ଏଏସ୍ଆଇ ମରାମତି ଆରମ୍ଭ କରିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।
ଶ୍ରୀଜଗନ୍ନାଥଙ୍କ ଇଞ୍ଚେ ବି ଜମିର ବେଆଇନ ବିକ୍ରିକୁ ବରଦାସ୍ତ କରାଯିବନି । ମହାପ୍ରଭୁଙ୍କ ଜମି ବେଆଇନ ଭାବେ ବିକ୍ରି ହୋଇଥିଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ ।
ପୁଣି ଥରେ ଖୋଲିବ ନବ ଦାସ ହତ୍ୟା ମାମଲା । ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାର କେସ୍ ରିଓପନ କରିବ ବିଜେପି ସରକାର ।
ଆଇନ ମନ୍ତ୍ରୀ କହିଛନ୍ତି, ଯଦିଓ ଏବେ ଶ୍ରୀମନ୍ଦିର ପରିଚାଳନାରେ କୌଣସି ତ୍ରୁଟି ହୋଇନାହିଁ, କିନ୍ତୁ ସ୍ଥାୟୀ ପ୍ରଶାସକ ନିଯୁକ୍ତିର ଆବଶ୍ୟକତା ଅଛି । ଶ୍ରୀମନ୍ଦିରରେ ସ୍ଥାୟୀ ପ୍ରଶାସକ ନିଯୁକ୍ତି ନେଇ ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶ ମଧ୍ୟ ରହିଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାହୁଁଛନ୍ତି ରାଜ୍ୟରେ ସମସ୍ତେ ପକ୍କା ଘର ପାଆନ୍ତୁ । ଓଡ଼ିଶା ପାଇଁ କେନ୍ଦ୍ର ସରକାର ୮ ଲକ୍ଷ ୧୭ ହଜାର ଘର ଆଲର୍ଟ କରିଛନ୍ତି ।
ବିଜେଡ଼ି କେମିତି ଜିତିଛି ଆଉ କଣ ସବୁ କରି ଜିତିଛି ସମସ୍ତେ ଜାଣିଛନ୍ତି। ଟଙ୍କା ବାଣ୍ଟିଲେ, ସରକାରୀ କଳକୁ ନିଜ ସ୍ୱାର୍ଥରେ ଲଗାଇଲେ।