Advertisment

ମଞ୍ଜୁଲତା କହଁର ହେଲେ ଭୁବନେଶ୍ୱର ଡେପୁଟି ମେୟର

ଚର୍ଚ୍ଚା ଭିତରେ ରେସ୍‌ରେ ଆଗରେ ଥିଲେ ୫ ଜଣ। ହେଲେ ମୋହର ବାଜିଲା ଆଉ ଜଣଙ୍କ ଉପରେ

author-image
Chandan Shishu
ଅଦ୍ୟତନ ହୋଇଛି
Manjulata Kanhar

Manjulata Kanhar

ମଞ୍ଜୁଲତା କହଁର ହେଲେ ଭୁବନେଶ୍ୱର ଡେପୁଟି ମେୟର। ସେ ବିନା ପ୍ରତିଦ୍ୱନ୍ଦ୍ୱୀରେ ବିଜୟ ହୋଇଛନ୍ତି। ଭୁବନେଶ୍ୱର ମହାନଗର ନିଗମ ଡେପୁଟି ମେୟର ନିର୍ବାଚନ ପାଇଁ ବିଜେଡିରୁ ପ୍ରାର୍ଥୀ ହୋଇଥିଲେ ୨୨ ନମ୍ବର ଓ୍ବାର୍ଡର କର୍ପୋରେଟର ମଞ୍ଜୁଲତା କହଁର। ପ୍ରଥମେ ନାମାଙ୍କନ ପତ୍ର ଯାଞ୍ଚ କରାଯାଇଥିଲା। ମଞ୍ଜୁଲତାଙ୍କ ବ୍ୟତୀତ ଅନ୍ୟ କେହି ପ୍ରାର୍ଥୀ ନହୋଇଥିବାରୁ ଶେଷରେ ତାଙ୍କୁ ବିଜୟ ଘୋଷିତ କରାଯାଇଥିଲା।  ମଞ୍ଜୁଲତା ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ପିଜି କରିଛନ୍ତି। 

Advertisment

କଟକରେ ସର୍ବକନିଷ୍ଠା କର୍ପୋରେଟର ତଥା ବସ୍ତି ଚେହେରା ଦମୟନ୍ତି ମାଝୀଙ୍କୁ ଡେପୁଟି ମେୟର ହୋଇଥିଲେ। ବ୍ରହ୍ଣପୁରରେ ସରପ୍ରାଇଜ୍ କାର୍ଡ ଖେଳିଥିଲା ବିଜେଡି। ୪୨ ନମ୍ବର ଓ୍ୱାର୍ଡର କୋର୍ପୋରେଟର୍ ଇ.ବିବେକ ରେଡ୍ଡୀ ଡେପୁଟି ମେୟର ନିର୍ବାଚିତ ହୋଇଛନ୍ତି। ତେବେ ଭୁବନେଶ୍ୱରର କିଏ ହେବ ଡେପୁଟି ମେୟର, ଏନେଇ ନାନା ଚର୍ଚ୍ଚା ଲାଗି ରହୁଥିଲା।

ଚର୍ଚ୍ଚା ଭିତରେ ରେସ୍‌ରେ ଆଗରେ ଥିଲେ ୮ ନମ୍ବର ଓ୍ୱାର୍ଡର କୋର୍ପୋରେଟର୍ ଲାଲମୋହନ ଟୁଡୁ, ୧୦ ନମ୍ବର ଓ୍ୱାର୍ଡର ନୁର୍ ହସନ୍  ଓ ୨୦ ନମ୍ବର ଓ୍ୱାର୍ଡର ପ୍ରେମାନନ୍ଦ ଜେନା। ଏମାନଙ୍କ ବ୍ୟତୀତ ରାଜଧାନୀ ଭୁବନେଶ୍ୱର ପଲିଟିକାଲ ହଟସ୍ପଷ୍ଟ ହୋଇଥିବାରୁ ଜଣେ ପୁରୁଖା କର୍ପୋରଟର୍‌ଙ୍କୁ ବି ଏହି ପଦଲାଗି ଚୟନ କରାଯାଇପାରେ ବୋଲି ଅନୁମାନ କରାଯାଉଥିଲା। ସେ ଦୃଷ୍ଟିରୁ ୪୫ ନମ୍ବର ଓ୍ୱାର୍ଡର ଅମେରେଶ ଜେନା ଓ ୫୯ ଓ୍ୱାର୍ଡର ବିରଞ୍ଚି ନାରାୟଣ ମହାସୁପକାରଙ୍କ ନାଁ ଚର୍ଚ୍ଚାରେ ରହିଥିଲା। 

Advertisment
BJD Deputy Mayor Candidate Municipal Election
Advertisment
Advertisment