Brajrajnagar byelection
ଉପନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନର ଜୋରଦାର୍ ପ୍ରସ୍ତୁତି ଚାଲିଛି । ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ତାରିଖ ଘୋଷଣା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ଆଜି ନାମାଙ୍କନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ସହ ନାମାଙ୍କନ ଆରମ୍ଭ ହେବ ।
ତାରିଖ ଘୋଷଣା ସହ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ଆଚରଣ ବିଧି ପାଳନ ଉପରେ ନଜର ରଖିବା ପାଇଁ ଏକ ଟିମ୍ ଗଢାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ତେବେ ଏନେଇ ଆଇନଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି । ଏଥର ୨ଲକ୍ଷ ୧୪ ହଜାର ୨୬୧ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ । ଏଠାରେ ଗତ ନିର୍ବାଚନରେ ୨୫୭ଟି ବୁଥ୍ ଥିଲା ତେବେ ଉପନିର୍ବାଚନରେ ଆଉ ୨୨ଟି ଅଧିକ ବୁଥ୍ ପ୍ରତିଷ୍ଠା ପାଇଁ ଜିଲ୍ଲା ପ୍ରଶାସନ ମୁଖ୍ୟ ନିର୍ବାଚନ ଅଧୀକାରୀଙ୍କୁ ପ୍ରସ୍ତାବ ଦେଇଛି ।
ମେ ୩୧ରେ ବ୍ରଜରାଜନଗର ଉପନିର୍ବାଚନ ପାଇଁ ଭୋଟ ହେବ । ବିଜେଡିର ବିଧାୟକ କିଶୋର ମହାନ୍ତିଙ୍କ ଦେହାନ୍ତ ପରେ ଏହି ଆସନ ଖାଲି ପଡିଛି ।
ଅନ୍ୟପକ୍ଷେ, ଉପ-ନିର୍ବାଚନ ତାରିଖ ଘୋଷଣା ପରେ ବ୍ରଜରାଜନଗର ପାଇଁ କେଉଁ ଦଳରୁ କିଏ ପ୍ରାର୍ଥି ହେବ ତାକୁ ନେଇ କଳ୍ପନା ଜଲ୍ପନା ଆରମ୍ଭ ହୋଇଯାଇଛି । ଆଜି ପ୍ରାର୍ଥିପତ୍ର ଦାଖଲ ହେବାକୁ ଥିବା ବେଳେ ବ୍ରଜରାଜନଗର ରାଜନୈତିକ ମାହୋଲ ସରଗରମ ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)