ବିଜେଡିର ବରିଷ୍ଠ ବିଧାୟକ କିଶୋର ମହାନ୍ତିଙ୍କ ଦେହାନ୍ତ ହେବା ପରେ ଏହି ଆସନ ଖାଲି ପଡିଛି । କିଶୋରଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ବିଜେଡି ଏଠି ପ୍ରାର୍ଥୀ କରିବା ସମ୍ଭାବାନ ରହିଛି । ସ୍ୱାସ୍ଥ୍ୟମନ୍ତ୍ରୀ ମନ୍ତ୍ରୀ ନବ ଦାସଙ୍କ ଝିଅ ଦିପାଳିଙ୍କ ନାଁ ବି ଚର୍ଚ୍ଚାରେ ରହିଛି ।
ବିଡ଼ିଓଙ୍କୁ ଆକ୍ରମଣ ଅଭିଯୋଗ ଦର୍ଶାଇ ଜଣେ ବିଜେପି ବିଧାୟକଙ୍କୁ ଗିରଫ କରିଥିବା ପୋଲିସ, ଏଭଳି ଜଘନ୍ୟ ଅପରାଧରେ ଜଡ଼ିତ ଶାସକ ଦଳ ବିଧାୟକଙ୍କ ପ୍ରତି କାହିଁକି ଏତେ ଅନୁକମ୍ପା ଦେଖାଉଛି ବୋଲି ଦଳ ପ୍ରଶ୍ନ କରିଛି ।
କଂଗ୍ରେସ ସହ ଆଲୋଚନା ବିଗିଡ଼ିବା ପରେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଏକ ନୂତନ ଦଳ ଗଠନ କରିବେ ବୋଲି ଚର୍ଚ୍ଚା ହେଉଛି ।
ଇଦ୍ ଅବସରରେ ଭାବପ୍ରବଣ ହୋଇ ପୁତୁରା ଅଖିଳେଶ ଯାଦବଙ୍କୁ ଟାର୍ଗେଟ କଲେ
କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀ ଆସିବାକୁ ଡକରା ମିଳିଛି। ଆସନ୍ତା ୫ ତାରିଖରେ ଦିଲ୍ଲୀ ପହଞ୍ଚିବାକୁ ନିର୍ଦ୍ଦେଶ ଥିବା ସୂଚନା ମିଳିଛି। କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀ ଡକରା ନେଇ ବରିଷ୍ଠ ବିଧାୟକ ସୁର ରାଉତରାୟ ସୂଚନା ଦେଇଛନ୍ତି।
ଦୋକାନ ବଜାର ବନ୍ଦ । ଗାଡ଼ିମୋଟର ବନ୍ଦ । ରାସ୍ତାରେ ଅଟକଛି ଶହ ଶହ ଟ୍ରକ୍ । ସକାଳ ୬ରୁ ସଂଧ୍ୟା ୬ ଯାଏଁ ବିଜେପିର ବନ୍ଦ ପାଳନକୁ ନେଇ ଆଜି ଦେବଗଡ଼ରେ ଠପ୍ ପଡିଯାଇଥିଲା ଜୀବନଯାତ୍ରା ।
ଗିରଫ ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବିଧାୟକ ସୁବାସ ପାଣିଗ୍ରାହୀ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ବିଧାନସଭାରେ ଚାଷୀଙ୍କ କଥା ଉଠାଇଥିବାରୁ ତାଙ୍କୁ ଟାର୍ଗେଟ କରାଯାଇଥିଲା ।
ଗତ ଡିସେମ୍ବର ୩୦ରେ ବରିଷ୍ଠ ବିଜେଡି ନେତା ତଥା ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ ପରେ ସେଠାରେ ଉପନିର୍ବାଚନ ହେବାକୁ ଯାଉଛି ।
ଜନ ପ୍ରତିନିଧି ଓ ପ୍ରାଶାସନିକ ଅଧିକାରୀଙ୍କ ମଧ୍ୟରେ କିଭଳି ସମନ୍ୱୟ ରହିବ, ତାହା ବୁକ୍ ସର୍କୁଲାର ୪୭ରେ ଉଲ୍ଲେଖ ରହିଛି ।
ଜଣେ ବିଡିଓ ବାହାରୁ ଯାଇ କାମ କରୁଥିବା ବେଳେ ସେ କାହିଁକି ଏମିତି କରିବେ ବୋଲି ପ୍ରଶ୍ନ କରିଛି ସଂଘ । ବିଧାୟକ ନିଜକୁ ବଞ୍ଚାଇବାକୁ ଯାଇ ଏଭଳି ଏତଲା ଦାୟର କରିଥିବା ସଂଘ ଅଭିଯୋଗ କରିଛି ।
ହସ୍ପିଟାଲରେ ଭର୍ତ୍ତି ହେବା ପରେ ବିଧାୟକ ନିଜେ କହିଛନ୍ତି ଯେ, ତାଙ୍କୁ ବିଜେଡି ଚାପରେ ଗିରଫ କରାଯାଇଛି ।
ରାଷ୍ଟ୍ରପତି ନିର୍ବାଚନରେ କାହାକୁ ସମର୍ଥନ ? ବଢୁଛି କଳ୍ପନାଜଳ୍ପନା
ପ୍ରଥମେ ବିଧାୟକ ଏତଲା ଦେଇଥିଲେ, ପରେ ବିଡିଓ FIR ଦେଇଥିଲେ । ଅଥଚ ବିଧାୟକଙ୍କୁ ଗିରଫ କରାଗଲା, କିନ୍ତୁ ତିଳେଇବଣି ବିଡିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନି କାହିଁକି? ଏଭଳି ପ୍ରଶ୍ନ ଉଠାଇବା ସହ ସୁବାସଙ୍କ ଗିରଫଦାରିକୁ ବିଜେଡିର ସୁପରିକଳ୍ପିତ ଯୋଜନା ବୋଲି ଅଭିଯୋଗ କରିଛି ରାଜ୍ୟ ବିଜେପି ।
କଂଗ୍ରେସ ବିଧାୟକ ଦଳ ମୁଖ୍ୟ ସଚେତକ ପଦରୁ ସେ ଇସ୍ତଫା ଦେଇଥିବା ନେଇ ସ୍ପଷ୍ଟ କରିଛନ୍ତି ।
ଅଭୟଚାନ୍ଦପୁର ଥାନା ଘଟଣା ସହ ପୁରାୀ ବାସେଳି ସାହି ଥାନା ଘଟଣାକୁ ଯୋଡ଼ିଛି କଂଗ୍ରେସ।
ବିଧାୟକଙ୍କ ଗିରଫଦାରୀକୁ ବିଜେପି ଦୃଢ଼ ନିନ୍ଦା କରିଛି। ଅଭିଯୋଗ ଉପରେ ବିଧାୟକଙ୍କୁ ଗିରଫ କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଜେପି କହିଛି।
କଂଗ୍ରେସକୁ ଷ୍ଟ୍ରଙ୍ଗ କରିବା ପାଇଁ ଚେଲ୍ଲା କୁମାରଙ୍କ ନୂଆ ଫର୍ମୁଲା। କେବଳ ଦଳୀୟ ନେତା ନୁହଁନ୍ତି ଦଳ ବାହାରୁ ମଧ୍ୟ ବରିଷ୍ଠ ନେତାଙ୍କର ଫିଡବ୍ୟାକ ନେଇଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ।
ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ୨୨ ବର୍ଷ ଭିତରେ ମହାନଦୀ ଉପରେ ପ୍ରକଳ୍ପ ନେଇ ରାଜ୍ୟ ସରକାର କୌଣସି ପ୍ରସ୍ତାବ ଦେଇନାହାନ୍ତି ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଉଠାଇଥିବା କିଛି ମୌଳିକ ପ୍ରଶ୍ନକୁ ନେଇ ଅଡୁଆରେ ରାଜ୍ୟ ସରକାର। ଜେସିବି ମେସିନ୍ ଦ୍ୱାରା ନିଷିଦ୍ଧାଞ୍ଚଳରେ ୩୦ ଫୁଟ୍ ଗାତ ଖୋଳିବାକୁ କେଉଁ ଇଂଜିନିୟର ଓ ବିଶେଷଜ୍ଞ ଅନୁମତି ଦେଇଥିଲେ ବୋଲି ଅପରାଜିତା ପଚାରିଥିବା ପ୍ରଶ୍ନ ଜନସାଧାରଣଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି।
ରାଜ୍ୟ କଂଗ୍ରେସରେ ଘଡିକେ ଘୋଡା ଛୁଟୁଛି। ଦିଲ୍ଲୀ ପହଞ୍ଚିଛି ରାଜ୍ୟ କଳି। ହାଇକମାଣ୍ଡଙ୍କ ପାଖରେ ପହଞ୍ଚି ଲବି ଆରମ୍ଭ କରିଛନ୍ତି ବିଭିନ୍ନ ଗୋଷ୍ଠୀ। ପ୍ରଭାରୀ ଚେଲା କୁମାର ଦୁଇ ଦିନ ଧରି ଦଳୀୟ କର୍ମୀ ଓ ବିଧାୟକଙ୍କ ମତାମତ ନେଇ ଦିଲ୍ଲୀରେ ପହଞ୍ଚିବା ପୂର୍ବରୁ ସେଠାରେ ରୁଣ୍ଡ ହୋଇଛନ୍ତି ଦଳର ଛାମୁଆ ନେତା।
ରାଜ୍ୟ କଂଗ୍ରେସରେ ଘଡିକେ ଘୋଡା ଛୁଟୁଥିବାର ଦେଖିବାକୁ ମିଳିଛି । ଦିଲ୍ଲୀରେ ପହଞ୍ଚିଛି ରାଜ୍ୟ କଳି । ହାଇକମାଣ୍ଡଙ୍କ ପାଖରେ ପହଞ୍ଚି ବିଭିନ୍ନ ଗୋଷ୍ଠୀ ଲବି ଆରମ୍ଭ କରିଛନ୍ତି ।
ପ୍ରକଳ୍ପକୁ ନେଇ ସରକାରଙ୍କ ନିରବତା ଏବେ ରାଜ୍ୟବାସୀଙ୍କ ସନ୍ଦେହ ବଢାଇବାରେ ଲାଗିଛି । ବିକାଶ ନାଁରେ ଶ୍ରୀମନ୍ଦିରକୁ କ୍ଷତି ନପହଞ୍ଚୁ ତାହା ସମସ୍ତଙ୍କର ଚିନ୍ତା ରହିଛି । ପ୍ରକଳ୍ପ ସଂପର୍କରେ ତଥ୍ୟ ସାର୍ବଜନିନ କରାଯିବ ବୋଲି ପୂର୍ବରୁ ପୁରୀ ଜିଲ୍ଲାପାଳ କହିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଏଯାଏଁ କୌଣସି ସ୍ପଷ୍ଟ ଉତ୍ତର ଦିଆଯାଇନାହିଁ ।
ଖୁବଶୀଘ୍ର ବିଧାନସଭା କମିଟି ପୁରୀ ଗସ୍ତ କରିବ । ତାପୂର୍ବରୁ ଯିଏ ଯିଏ ପୁରୀ ବୁଲି ଆସିବା କଥା ଆସନ୍ତୁ ବୋଲି କହିଥିଲେ ବାଚସ୍ପତି ।
ଏଏସ୍ଆଇକୁ ଟାର୍ଗେଟ କରିବା ସହ ପ୍ରତ୍ନତତ୍ତ ବିଭାଗ ତଥା ASIକୁ ବଦମାସ୍ ବୋଲି କହିଛନ୍ତି ଜୟନ୍ତ ।
ସୁର ବନାମ ନିରଞ୍ଜନ। କାଲି ସୋ-କଜ୍ ମାଗିଥିଲେ ନିରଞ୍ଜନ। ଆଉ ଆଜି ସାଂଘାତିକ ଉତ୍ତର ଦେଲେ ସୁର। ଇଏ ସେହି ସମୟର ଦୃଶ୍ୟ ହାତରେ ଲଫାଫା ଧରି ସିଧା ରାଜ୍ୟ କଂଗ୍ରେସ ଭବନ ଯାଇଥିଲେ ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ବାଟରେ ପିସିସି ପ୍ରବକ୍ତାଙ୍କୁ ଭେଟି ସଭାପତିଙ୍କ ଉଦ୍ଦେଶ୍ୟରେ ଦେଇଥିଲେ ଚିଠି।