• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କଲା NDA । ହେଲେ ଶ୍ରେୟ ନେବାକୁ ବିଜେଡିର ଜୋରଦାର ଉଦ୍ୟମ । ନାଁ ଘୋଷଣା ହେଉ ହେଉ ପ୍ରାର୍ଥିତ୍ୱ ସଂପର୍କରେ ମୋଦି ତାଙ୍କ ସହ ପୂର୍ବରୁ ଆଲୋଚନା କରିଥିବା ଦର୍ଶାଇ ଟୁଇଟ କରିଥିଲେ ନବୀନ । ପରେ ପରେ ବିଜେଡି ମନ୍ତ୍ରୀ ଓ ବିଧାୟକ ଟୁଇଟ୍ କରି ଦ୍ରୌପଦୀଙ୍କୁ ଓଡିଶାର ଗର୍ବ କହିବା ସହ ସ୍ୱାଗତ କରିଥିଲେ ।

ଆଉ ଶେଷରେ ଦଳମତ ନିର୍ବିଶେଷରେ ରାଜ୍ୟର ସବୁ ବିଧାୟକ ଦ୍ରୌପଦୀଙ୍କୁ  ସମର୍ଥନ ଦେବାକୁ ବି ନବୀନ ଆପିଲ କଲେ । ବିଜେପି ସମର୍ଥନ ମାଗିବା ପୂର୍ବରୁ ସମର୍ଥନ ମାଗିଛି ବିଜେଡି । ଅର୍ଥାତ୍ ବିଜେପିର ନିଷ୍ପତ୍ତିକୁ ନିଜ ସପକ୍ଷରେ ସୁନ୍ଦର ଭାବେ ବ୍ୟବହାର କରୁଛି ଦଳ । ତେବେ କଣ ହୋଇପାରେ ବିଜେଡିର ଏଭଳି ଷ୍ଟ୍ରାଟେଜି ପଛର କାରଣ ?

ଓଡ଼ିଶାର ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯିବା ଦ୍ୱାରା ଜନଜାତି ଭୋଟର କାଳେ ବିଜେପି ମୁହାଁ ହୋଇଯିବେ, ତାକୁ ଚେକ୍ ଦେବା ଓ ଦଳ ବି ଆଦିବାସୀ ଦରଦି ବୋଲି ଧାରଣା ବଳବତ୍ତର ରଖିବାକୁ ବିଜେଡି ଏଭଳି ପନ୍ଥା ଆପଣେଇଥିବା ଚର୍ଚ୍ଚା ହେଉଛି । ମହିଳା, ବିଜେଡିର ସବୁଠୁ ବଡ ଭୋଟବ୍ୟାଙ୍କ ହୋଇଥିବାରୁ ଦ୍ରୌପଦୀଙ୍କୁ ଓଡ଼ିଆ ଝିଅ ଓ ଓଡ଼ିଶାର ଗର୍ବ କହି ପ୍ରଶଂସା କରୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ବିଜେଡି ନେତା । ନିଜ ଇମେଜ୍‌କୁ ଅତୁଟ ରଖିବା ଓ ମାହୋଲକୁ ନିଜ ସପକ୍ଷରେ ରଖିବାକୁ ଏହା ନବୀନଙ୍କ ଚାଲ ବୋଲି କୁହାଯାଉଛି ।

 

ତେଣେ ଅଖ୍ୟାତ ପଲ୍ଲୀର ଜଣେ ଆଦିବାସୀ ମହିଳାକୁ ଗଣତନ୍ତ୍ରର ସର୍ବୋଚ୍ଚ ଆସନରେ ବସାଇ ବିଜେପି ମାଷ୍ଟରଷ୍ଟ୍ରୋକ୍ ମାରିଥିବା କୁହାଯାଉଛି । ମୋଦି ଓଡ଼ିଶାକୁ ସଦାସର୍ବଦା ଓ ସବୁ କ୍ଷେତ୍ରରେ ଗୁରୁତ୍ୱ ଦେଇ ଆସୁଥିବାରୁ ରାଜ୍ୟରେ ଦଳକୁ ଫାଇଦା ମିଳିବ ବୋଲି ବିଜେପି ଆଶା କରୁଛି । ଏପଟେ ଦ୍ରୌପଦୀଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯିବା ପରେ ରାଜ୍ୟରେ ଆରୋପ ପ୍ରତ୍ୟାରୋପ ରାଜନୀତି ବି ଜୋର ଧରିଛି ।