• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମହାରାଷ୍ଟ୍ରରେ ଦେଖା ଦେଇଥିବା ରାଜନୈତିକ ସଂକଟ ପାଇଁ ବିଜେପିକୁ ସିଧାସଳଖ ଦୋଷ ଲଦିଛି କଂଗ୍ରେସ । ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ ଆଜି ନୂଆଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ବିରୋଧରେ ବର୍ଷିଛନ୍ତି । ଶିବସେନା ଓ ଅନ୍ୟ ସ୍ୱାଧୀନ ବିଧାୟକଙ୍କୁ ପ୍ରଥମେ ସୁରତ ଏବଂ ପରେ ଗୌହାଟି ନିଆଯିବା ପଛରେ ବିଜେପିର ହାତ ଥିବା କହିଛନ୍ତି ଖଡଗେ ।

ସେପଟେ ମହାରାଷ୍ଟ୍ର ରାଜନୀତିରେ ମହାସଙ୍କଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଖୋଲା ଚିଠି ଲେଖିଛନ୍ତି ବିଦ୍ରୋହୀ । ଯେଉଁଥିରେ ନିଜର ଅସନ୍ତୋଷ ଝାଡିଛନ୍ତି । ଦଳୀୟ ବିଧାୟକଙ୍କୁ ଅଣଦେଖା କରାଯାଉଥିବା ବେଳେ ସହଯୋଗୀ ଏନସିପି ଓ କଂଗ୍ରେସକୁ ସମସ୍ତ ସୁବିଧାସୁଯୋଗ ଦିଆଯାଉଥିଲା ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ବିଦ୍ରୋହୀ ।

ବିଦ୍ରୋହୀଙ୍କ ଅଭିଯୋଗ ରହିଛି ଯେ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ କିଛି ଶିବସେନା ବିଧାୟକଙ୍କୁ ସୁଯୋଗ ଦିଆଯାଇନଥିଲା । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଗେଟ୍ ଆଗରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା ପରେ ବି ଶିବସେନା ବିଧାୟକଙ୍କୁ ଦେଖାକରିବାକୁ ସୁଯୋଗ ଦିଆଗଲାନି । ଶିବସେନା ବିଧାୟକଙ୍କୁ ନିଜ ନିଜ ନିର୍ବାଚନମଣ୍ଡଳୀରେ ଉନ୍ନୟନମୂଳକ କାମ ପାଇଁ ଫଣ୍ଡ ମିଳୁ ନଥିଲା । ହେଲେ ଏନସିପି ଏବଂ କଂଗ୍ରେସ ବିଧାୟକଙ୍କୁ ଉନ୍ନୟନମୂଳକ ପ୍ରକଳ୍ପରେ ଖର୍ଚ୍ଚ ଲାଗି ସହଜରେ ଫଣ୍ଡ ମିଳିଯାଉଥିଲା ।

ଏପଟେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଗାଦି ଟଳମଳ ବେଳେ ଆଜି ଶିବସେନାର ଆଉ ୩ ଜଣ ବିଧାୟକ ମୁମ୍ବାଇ ଛାଡି ଗୌହାଟୀକୁ ଯାଇ ଏକନାଥ ସିନ୍ଦେଙ୍କ କ୍ୟାମ୍ପରେ ଯୋଗ ଦେଇଛନ୍ତି । ଫଳରେ ଶିବସେନାର ମୋଟ ୫୫ ଜଣ ବିଧାୟକ ଥିବା ବେଳେ ଏକନାଥ ସିନ୍ଦେଙ୍କ କ୍ୟାମ୍ପରେ ବିଦ୍ରୋହୀ ବିଧାୟକଙ୍କ ସଂଖ୍ୟା ୪୦ରୁ ଅଧିକ ପହଞ୍ଚିଛି । ବିଦ୍ରୋହୀ ବିଧାୟକମାନେ ଏକାଠି ବସିଥିବା ଦେଖିବାକୁ ମିଳିଛି । ସିନ୍ଧେ ସାହେବ ଆଗକୁ ବଢ, ଆମେ ତୁମର ସାଙ୍ଗରେ ଅଛି ସ୍ଲୋଗାନ ମଧ୍ୟ ଦେଇଛନ୍ତି ସହଯୋଗୀ ବିଧାୟକ ।