Advertisment

ଧର୍ମ ସଙ୍କଟରେ ବିଜେପି ସାଂସଦ: ଏପଟେ ବାପା ସେପଟେ ପାର୍ଟି, କାହାକୁ ବାଛିବେ ?

ବିଜେପି ସାଂସଦ ଜୟନ୍ତ ସିହ୍ନା ଏବେ ଧର୍ମ ସଙ୍କଟରେ ପଡ଼ିଛନ୍ତି। ରାଷ୍ଟ୍ରପତି ନିର୍ବାଚନରେ ସେ କାହାକୁ ଭୋଟ୍‌ ଦେବେ, ବାପାଙ୍କୁ ନା ପାର୍ଟିକୁ ?  ତାକୁ ନେଇ ଏବେ ସେ ଧର୍ମ ସଙ୍କଟରେ ପଡ଼ି ଯାଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Presidential Elections

Presidential Elections

ରାଜନୀତିରେ ଧର୍ମ ସଙ୍କଟ। ବିଜେପି ସାଂସଦ ଜୟନ୍ତ ସିହ୍ନା ଏହି ଧର୍ମ ସଙ୍କଟରେ ପଡ଼ିଛନ୍ତି। ରାଷ୍ଟ୍ରପତି ନିର୍ବାଚନରେ ସେ କାହାକୁ ଭୋଟ୍‌ ଦେବେ, ତାକୁ ନେଇ ଏବେ ସେ ଧର୍ମ ସଙ୍କଟରେ ପଡ଼ି ଯାଇଛନ୍ତି। ବାପାଙ୍କୁ ନା ପାର୍ଟିକୁ ?  ପରିବାର ଓ ପାର୍ଟି ମଧ୍ୟରେ ସେ କାହାକୁ ବାଛିବେ ? ଗୋଟିଏ ପଟେ ଜୟନ୍ତ ସିହ୍ନାଙ୍କ ବାପା ଯଶଓ୍ୱନ୍ତ ସିହ୍ନା ବିରୋଧୀ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି। ଅନ୍ୟପଟେ ନିଜ ଦଳ ବିଜେପି ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରିଛନ୍ତି।

Advertisment

ଯଶଓ୍ୱନ୍ତ ସିହ୍ନା, ଚନ୍ଦ୍ରଶେଖର ଓ ବାଜପେୟୀ ସରକାରରେ ଅର୍ଥ, ବୈଦେଶିକ ମନ୍ତ୍ରୀ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗ ସମ୍ଭାଳିଥିଲେ। ସେ ବାଜପେୟୀ ଓ ଆଡଭାନିଙ୍କ ଖାସ୍ ଲୋକ ଥିଲେ। ହେଲେ ମୋଦି-ଶାହ ଯୁଗ ଆସିବା ପରେ ପୁଅ ଜୟନ୍ତ ସିହ୍ନାଙ୍କୁ ବିଜେପି ଟିକେଟ୍‌ ଦେଇଥିଲା। ନିର୍ବାଚନ ଜିତି ମୋଦି ସରକାରରେ ମନ୍ତ୍ରୀ ବି ହୋଇଥିଲେ ଜୟନ୍ତ ସିହ୍ନା। ଏବେ ବି ସେ ସାଂସଦ ଅଛନ୍ତି।  

ଯଶଓ୍ୱନ୍ତ ସିହ୍ନା ବିଜେପିରୁ ଅଲୋଡ଼ା ହେବା ପରେ ମୋଦି ସରକାରକୁ କଡ଼ା ଭର୍ତ୍ସନା କରି ଆସୁଥିଲେ। ପରେ ଦଳ ଛାଡ଼ି ଟିଏମ୍‌ସିରେ ଯୋଗ ଦେଇଥିଲେ। ଏବେ ସେ ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ। ହେଲେ ପୁଅ ଜୟନ୍ତ ସିହ୍ନା ଅଛନ୍ତି ବିଜେପି ସାଂସଦ। ରାଷ୍ଟ୍ରପତି ନିର୍ବାଚନରେ ସେ କାହାକୁ ଭୋଟ୍‌ ଦେବେ। ପରିବାର ନା ପାର୍ଟି ? ତେବେ ଦଳ ପକ୍ଷରୁ ଯଦି ହ୍ୱିପ୍ କରାଯାଏ, ସେ ଦ୍ରୌପଦୀଙ୍କୁ ଭୋଟ୍‌ ଦେବାକୁ ବାଧ୍ୟ।  ନ ହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରିବ ପାର୍ଟି। ଏନେଇ ସେ ଧର୍ମ ସଙ୍କଟରେ ପଡ଼ି ଯାଇଛନ୍ତି। 

Advertisment
Presidential Elections 2022 NDA Presidential Candidate Droupadi Murmu Draupadi Murmu Jayant Sinha Yashwant Sinha
Advertisment
Advertisment