• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଥାକ୍‌ରେଙ୍କ ସମ୍ବୋଧନ । ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ପ୍ରସ୍ତୁତ କହିଲେ ଉଦ୍ଧବ ଥାକ୍‌ରେ । ଶିବସେନା ଅଧ୍ୟକ୍ଷ ପଦ ଛାଡ଼ିବାକୁ ମଧ୍ୟ ପ୍ରସ୍ତୁତ ରହିଛନ୍ତି ଉଦ୍ଧବ । ରାତି ୮ ଟାରେ ବିଧାନସଭା ଭଙ୍ଗ ପାଇଁ କରିପାରନ୍ତି ସୁପାରିଶ । ଏହା କହିବା ବେଳେ ଭାବୁକ ହୋଇପଡ଼ିଛନ୍ତି ଉଦ୍ଧବ । ବିଦ୍ରୋହୀ ବିଧାୟକମାନଙ୍କ ପ୍ରତି ଭାବୁକ ଶବ୍ଦରେ ଉଦ୍ଧବଙ୍କ ସନ୍ଦେଶ । ତୁମମାନଙ୍କ ମଧ୍ୟରୁ ଜଣେ କେହି ଇସ୍ତଫା ଦେବାକୁ କହିଥିଲେ, ମୁଁ ଦେଇଥାନ୍ତି । କିନ୍ତୁ ଏମିତି କରିବା ଯୋଗୁଁ ମୁଁ ଲଜ୍ଜିତ ଅନୁଭବ କରୁଛି କହିଲେ ଉଦ୍ଧବ । ଏକନାଥ ସିନ୍ଦେ ମୋ ସହ ସିଧାସଳଖ କଥା ହୁଅନ୍ତୁ ବୋଲି କହିଲେ ଉଦ୍ଧବ । 

ଉଦ୍ଧବ ଆହୁରି କହିଛନ୍ତି ଯେ, ଅନେକ ଲୋକ ମୋତେ କୁହନ୍ତି ଉଦ୍ଧବ ଜୀ ଆପଣ ଯେତେବେଳେ କଥା ହୁଅନ୍ତି ଆମକୁ ପରିବାର ଲୋକଙ୍କ କଥା ଶୁଣିବା ଭଳି ଲାଗେ । ଏହା ହିଁ ମୁଁ ସବୁ ବେଳେ ଚାହିଁ ଆସିଛି । ମୁଁ ସମସ୍ତଙ୍କୁ ମୋ ପରିବାରର ସଦସ୍ୟ ରୂପେ ଦେଖିଛି । ମୁଖ୍ୟମନ୍ତ୍ରୀ ପଦ ମୋ ପାଖକୁ ହଠାତ୍ ଆସିଥିଲା । ଏଥିପାଇଁ ମୁଁ କେବେ ହେଲେ ଆଶା ରଖି ନଥିଲି । 

ଯଦି ବିଧାୟକମାନେ କହିବେ, ‘ତା’ହେଲେ ମୁଁ ମୁଖ୍ୟମନ୍ତ୍ରୀ ପଦ ଏବେ ଛାଡ଼ି ଦେବି ଏହା ଆଦୌ ସଂଖ୍ୟାର ଖେଳ ନୁହେଁ । କିନ୍ତୁ କେତେ ଜଣ ମୋ ବିରୋଧରେ ଅଛନ୍ତି, ତାହା ଗୁରୁତ୍ୱପୂର୍ଣ୍ଣ । ଯଦି ଜଣେ ବି ମୋତେ ବିରୋଧ କରୁଛନ୍ତି, ତା’ହେଲେ ବି ମୁଁ ପଦ ଛାଡ଼ିବାକୁ ରାଜି ଅଛି । ଯଦି ମୋ ବିରୋଧରେ ଜଣେ ବିଧାୟକ ରହିଛନ୍ତି, ତା’ହେଲେ ତାହା ମୋ ପାଇଁ ଲଜ୍ଜାର ବିଷୟ ।’

ଏହାସହ ସେ ଆହୁରି କହିଛନ୍ତି, ଯଦି କଂଗ୍ରେସ କିମ୍ବା ଏନସିପି ମୋତେ ମୁଖ୍ୟମନ୍ତ୍ରୀ ନ ରହିବା ଦରକାର ବୋଲି କହିଥାଆନ୍ତେ, ତା’ହେଲେ ତାହା ଏକ ଭିନ୍ନ କଥା । କିନ୍ତୁ ଆଜି କମଲନାଥ (କଂଗ୍ରେସ ନେତା) ମୁଁ ମୁଖ୍ୟମନ୍ତ୍ରୀ ପଦରେ ରହେ ବୋଲି କହିଛନ୍ତି । ଯଦି ମୋ ନିଜ ଲୋକ ମୁଁ ଏହି ପଦରେ ନ ରହେ ବୋଲି ଚାହୁଁଛନ୍ତି, ତା’ହେଲେ ମୁଁ କ’ଣ କହିବି ?’

“ଶିବସେନା କେବେ ହେଲେ ହିନ୍ଦୁତ୍ୱରୁ ନିଜକୁ ଅଲଗା କରିନି । ହିନ୍ଦୁତ୍ୱ ଆମ ନିଃଶ୍ୱାସରେ ରହିଛି । ହିନ୍ଦୁତ୍ୱ ପାଇଁ କିଏ କ’ଣ କରିଛି, ସେକଥା ଏବେ କହିବାର ସମୟ ନୁହେଁ । ମୁଁ ସବୁବେଳେ ବାଲାସାହେବଙ୍କ ହିନ୍ଦୁତ୍ୱକୁ ଆଗକୁ ନେବାକୁ କାମ କରି ଆସିଛି । ଯେଉଁ ପର୍ଯ୍ୟନ୍ତ ଶିବ ସୈନିକ ମୋ ସହ ରହିଛନ୍ତି, ସେ ଯାଏ ମୋର କୌଣସି ଚିନ୍ତା ନାହିଁ ।” ବୋଲି କହିଛନ୍ତି ଉଦ୍ଧବ ।