Advertisment

ଇସ୍ତଫା ଦେବେ କି ଉଦ୍ଧବ ! ଭାଙ୍ଗିଯିବ କି ମହାରାଷ୍ଟ୍ର ସରକାର ?

‘ଉଦ୍ଧବ ଠାକ୍‌ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଆମେ କେହି ଚାହୁଁନାହୁଁ । ଆମର ଦାବି ଯେ, ସେ ବିଜେପି ସହ ମେଣ୍ଟ କରନ୍ତୁ ଏବଂ ସରକାର ଗଢ଼ନ୍ତୁ ।’

author-image
Satyendu Shekher Mishra
undefined

Uddhav Thakrey

ରାଜ୍ୟରେ ଶିବସେନାର ମୁଖ୍ୟମନ୍ତ୍ରୀ ଥିବା ସତ୍ତ୍ୱେ, ଦଳୀୟ ବିଧାୟକମାନଙ୍କୁ ଉଦ୍ଧବ ଠାକ୍‌ରେଙ୍କ ବାସଭବନ ବର୍ଷା ବଙ୍ଗଲୋ ଯିବାକୁ ଦିଆଯାଉନଥିଲା ।
-ମୁଖ୍ୟମନ୍ତ୍ରୀଙ୍କ ପାଖ ଲୋକମାନେ ନିଷ୍ପତ୍ତି ନେଉଥିଲେ ଯେ, ତାଙ୍କୁ ଆମେ ଭେଟି ପାରିବୁ କି ନାହିଁ । ଏହା ଆମକୁ ଅପମାନ ଭଳି ଲାଗୁଥିଲା ।  
-ମୁଖ୍ୟମନ୍ତ୍ରୀ ସଚିବାଳୟ ପରିବର୍ତ୍ତେ ଅଧିକାଂଶ ସମୟ ଠାକ୍‌ରେ ବାସଭବନ ମାତୋଶ୍ରୀରେ କଟାଉଥିଲେ । 
-ଆମେ ମୁଖ୍ୟମନ୍ତ୍ରୀଙ୍କ ପାଖଲୋକଙ୍କୁ ବାରମ୍ବାର ଫୋନ୍ କରୁଥିଲୁ, କିନ୍ତୁ ସେମାନେ ଫୋନ୍ ଧରୁନଥିଲେ । 
-ଏହିସବୁ କାରଣ ପାଇଁ ଆମେ ବିରକ୍ତ ହୋଇ ଏକନାଥ ସିନ୍ଦେଙ୍କୁ ଏଭଳି ପଦକ୍ଷେପ ନେବା ପାଇଁ ପ୍ରବର୍ତ୍ତାଇଥିଲୁ ।
-ଆମେ ଯେତେବେଳେ ସିଏମ୍‌ଙ୍କୁ ଭେଟିପାରୁନଥିଲୁ, ଆମର ପ୍ରକୃତ ବିରୋଧୀ କଂଗ୍ରେସ ଓ ଏନ୍‌ସିପିର ନେତାମାନେ ତାଙ୍କୁ ଭେଟୁଥିଲେ ଏବଂ ନିର୍ବାଚନ ମଣ୍ଡଳୀରେ କାମ ପାଇଁ ପାଣ୍ଠି ମଧ୍ୟ ପାଉଥିଲେ ।
-ହିନ୍ଦୁତ୍ୱ ଓ ରାମ ମନ୍ଦିର ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଥିଲେ ବି ଆମକୁ ଆଦିତ୍ୟ ଠାକ୍ରେଙ୍କ ଗସ୍ତ ବେଳେ ଅଯୋଧ୍ୟା ଯିବା ପାଇଁ କାହିଁକି ଦିଆଯାଇନଥିଲା ?

Advertisment

ଏଭଳି କିଛି ଅସନ୍ତୋଷ ଜାହିର କରିଛନ୍ତି ମହାରାଷ୍ଟ୍ର ସରକାରର ବିଦ୍ରୋହୀ ନେତା ।

ସିନ୍ଦେ ସାବ୍ ଆଗକୁ ବଢ଼, ଆମେ ତୁମ ସାଥିରେ ଅଛୁ । ଇଏ ଆସାମ ଗୌହାଟି ସ୍ଥିତି ରାଡିସନ୍ ବ୍ଲୁ ହୋଟେଲ୍‌ରୁ ଏକ୍‌ନାଥ ସିନ୍ଦେ କ୍ୟାମ୍ପରେ ଥିବା ନେତାଙ୍କ ନାରା । ଏଥିରେ ୩୫ ଶିବସେନା ଓ ୭ ସ୍ୱାଧୀନ ବିଧାୟକଙ୍କୁ ମିଶାଇ ମୋଟ ୪୨ ଜଣଙ୍କୁ ଦେଖିବାକୁ ମିଳିଛି । ଗୁରୁବାର ଦୀପକ କେଶରକରଙ୍କ ସମେତ ଆଉ ୩ ଜଣ ବିଧାୟକ ମୁମ୍ବାଇରୁ ଗୌହାଟିକୁ ଯାଇ ବିଦ୍ରୋହୀ ବିଧାୟକଙ୍କ ସହ ସାମିଲ ହୋଇଛନ୍ତି । ଶିବସେନା, କଂଗ୍ରେସ ଓ ଏନ୍‌ସିପି ସହିତ ମେଣ୍ଟ ଭାଙ୍ଗି ଦେଉ ବୋଲି ବିଦ୍ରୋହୀ ବିଧାୟକମାନେ ଦାବି କରିଥିବା ବେଳେ, ଦୀପକ କେଶରକର ମଧ୍ୟ କହିଛନ୍ତି ଯେ, ‘ଉଦ୍ଧବ ଠାକ୍‌ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଆମେ କେହି ଚାହୁଁନାହୁଁ । ଆମର ଦାବି ଯେ, ସେ ବିଜେପି ସହ ମେଣ୍ଟ କରନ୍ତୁ ଏବଂ ସରକାର ଗଢ଼ନ୍ତୁ ।’

ତେଣେ ଶିବସେନା ମୁଖପାତ୍ର ସଞ୍ଜୟ ରାଉତ କହିଛନ୍ତି ଯେ, ଯଦି ଆମ ବିଧାୟକ ମାନେ ଚାହିଁବେ ଆମେ ମହା ବିକାଶ ଅଘାଡ଼ି ସରକାରରୁ ବାହାରି ଯିବାକୁ ପ୍ରସ୍ତୁତ । କିନ୍ତୁ ସେମାନେ ୨୪ ଘଣ୍ଟା ଭିତରେ ମୁମ୍ବାଇ ଫେରିଆସି ଉଦ୍ଧବଙ୍କ ସହ ଆଲୋଚନା କରନ୍ତୁ । ଟୁଇଟର୍ କି ହ୍ୱାଟ୍ସଆପ୍‌ରେ ଚିଠି ଲେଖନ୍ତୁ ନାହିଁ । 

Advertisment

ଗତରାତିରେ ଉଦ୍ଧବ ଠାକ୍‌ରେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ବର୍ଷା ବଙ୍ଗଲୋ ଛାଡ଼ି ନିଜ ବାସଭବନ ମାତୋଶ୍ରୀ ଆସିବା ପରେ ଆଜି ସେଠାରେ ତାଙ୍କୁ କିଛି ବିଧାୟକ ସାକ୍ଷାତ କରିଛନ୍ତି । ତେଣେ ୨ ଶିବସେନା ବିଧାୟକ ନିତିନ ଦେଶମୁଖ ଓ କୌଳାସ ପାଟିଲ ଅଭିଯୋଗ କରିଛନ୍ତି ଯେ, ସେମାନଙ୍କୁ ଜୋର ଜବରଦସ୍ତ ସୁରତ ନିଆଯାଇଥିଲା । ଏହାପରେ ଏକନାଥ ସିନ୍ଦେ କ୍ୟାମ୍ପ ପକ୍ଷରୁ ନିତିନ ଦେଶମୁଖଙ୍କ କିଛି ଫଟୋ ସେୟାର୍ କରାଯାଇଛି, ଯେଉଁଥିରେ ତାଙ୍କୁ ଅନ୍ୟ ବିଦ୍ରୋହୀ ବିଧାୟକଙ୍କ ସହ ଦେଖିବାକୁ ମିଳୁଛି ।

ତେବେ ମହାବିକାଶ ଅଘାଡ଼ି ସରକାରରେ କୁହୁଳୁଥିଲା ମହାଅସନ୍ତୋଷ । ଅଢ଼େଇ ବର୍ଷ ଧରି ଉପେକ୍ଷାର ବହ୍ନିରେ ଜଳୁଥିଲେ ଶିବସେନା ବିଧାୟକ । କଂଗ୍ରେସ ଓ ଏନ୍‌ସିପି ବିଧାୟକଙ୍କ ତୁଳନାରେ ସେମାନଙ୍କୁ କିଭଳି ଅଣଦେଖା ଓ ଅପମାନିତ କରାଯାଉଥିଲା, ତାର କଚ୍ଚାଚିଠା ସାମ୍ନାକୁ ଆଣିଛନ୍ତି ବିଦ୍ରୋହୀ ଶିବସେନା ବିଧାୟକମାନେ । ଯାହାକୁ ଟୁଇଟ୍ କରିଛନ୍ତି ନିଜେ ଏକନାଥ ସିନ୍ଦେ । 

Politics
Advertisment
Advertisment