ଦ୍ରୌପଦୀଙ୍କ ନାମାଙ୍କନ ବେଳେ ସାମିଲ ହେବ BJD। ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନ ବେଳେ ବିଜେଡି ଉପସ୍ଥିତ ରହିବ। ଏନେଇ ଟ୍ୱିଟ୍ କରି ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମନ୍ତ୍ରୀ ଜଗନ୍ନାଥ ସାରକା ଓ ମନ୍ତ୍ରୀ ଟୁକୁନି ସାହୁ ଉପସ୍ଥିତ ରହିବେ। ନାମାଙ୍କନ ପତ୍ରରେ ସ୍ୱାକ୍ଷର କରିବେ, କାଲି ଉପସ୍ଥିତ ରହିବେ। ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା କଥା ହୋଇଥିବା ନେଇ ନବୀନ କହିଛନ୍ତି।
BJP President Shri @JPNadda ji spoke to me about the filing of nomination of Smt #DraupadiMurmu ji for #PresidentElection. My cabinet colleagues Shri @saraka_fan and Smt @TukuniSahu will sign nomination papers today and attend the event tomorrow.#OdishaLeads
— Naveen Patnaik (@Naveen_Odisha) June 23, 2022
ଆସନ୍ତାକାଲି ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାମାଙ୍କନ ଭରିବେ ଦ୍ରୌପଦୀ ମୁର୍ମୁ। ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ମିଳିତ ବିରୋଧୀ ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କ ସହ ଦ୍ରୌପଦୀଙ୍କର ହେବ ଲଢେଇ। ସଂଖ୍ୟା ଗଣିତକୁ ଦେଖିଲେ ଦ୍ରୌପଦୀଙ୍କ ବିଜୟ ସମ୍ଭାବନା ଅଧିକ ରହିଛି।