• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଇରଙ୍ଗରପୁରରୁ ରାଇସିନା ହିଲ୍ ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି ଦ୍ରୌପଦୀ ମୁର୍ମୁ । ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାଁ ଘୋଷଣା ପରେ ଆଜି ସକାଳୁ ସକାଳୁ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଛନ୍ତି । ପ୍ରଥମେ ପୂର୍ଣ୍ଣନ୍ଦେଶ୍ୱର ଶିବମନ୍ଦିର ଯାଇ ଜଣେ ସାଧାରଣ ଭକ୍ତ ଭଳିି ଓଳାଇଥିଲେ ଓ ଦର୍ଶନ କରିଥିଲେ । ଏହା ପରେ ହନୁମାନ ମନ୍ଦିର, ଜଗନ୍ନାଥ ମନ୍ଦିର ଯାଇ ବି ଦର୍ଶନ କରିଥିଲେ ଦ୍ରୌପଦୀ ।

ପରେ ରାଇରଙ୍ଗପୁର ସ୍ଥିତ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟକୁ ଯାଇ ପ୍ରାର୍ଥନା କରିଥିଲେ । ତାଙ୍କୁ ସେଠାରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ସାନ୍ତାଳଙ୍କ ଆରାଧନା ପୀଠ ଜାହିରା ଯାଇ ପୂଜାର୍ଚ୍ଚନା କରିଥିଲେ ଦ୍ରୌପଦୀ । ନାଁ ଘୋଷଣା ପରେ ଆଜି ତାଙ୍କ ବାସଭବନରେ ଶୁଭେଛୁଙ୍କ ଭିଡ଼ ଜମିଥିଲା । ଦ୍ରୌପଦୀ ମୁର୍ମୁଙ୍କୁ ସ୍ୱାଗତ ଜଣାଇଥିଲେ ସ୍ଥାନୀୟ ଲୋକ, ବିଧାୟକ ଓ ଦଳୀୟ କର୍ମୀ । ମୋରଡ଼ାର ବିଜେଡି ବିଧାୟକ ରାଜ କିଶୋର ଦାସ ଦ୍ରୌପଦୀଙ୍କୁ ଶୁଭେଛା ଜଣଇବା ସମୟରେ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା ।

ସେପଟେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସେଲିବ୍ରେସନର ମାହୋଲ । ପାରମ୍ପରିକ ବାଜା ସହ ନାଚିଥିଲେ ବିଜେପି କର୍ମୀ । ସୁରକ୍ଷା ଦୃଷ୍ଟିରୁ ଦ୍ରୌପଦୀଙ୍କୁ Z+ ସୁରକ୍ଷା ଯୋଗାଇ ଦିଆଯାଇଛି । ଯେଉଁଥିରେ ୧୦ରୁ ଅଧିକ ଏନ୍ଏସ୍‌ଜି ସହ ସିଆରପିଏଫ୍ ଯବାନ ରହିଛନ୍ତି । ସେପଟେ ଆସନ୍ତା ୨୪ ତାରିଖରେ ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାମାଙ୍କନ ଭରିବେ ଦ୍ରୌପଦୀ ମୁର୍ମୁ ।

ସେପଟେ ଏନଡିଏର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ବନାମ ମିଳିତ ବିରୋଧୀ ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କ ମଧ୍ୟରେ ଲଢେଇ ହେବ । ଏହାକୁ ନେଇ ଯଶୋବନ୍ତ କହିଛନ୍ତି ସମ୍ବିଧାନକୁ ବଞ୍ଚାଇବା ପାଇଁ ଏହା ମୋର ଲଢେଇ । ସିହ୍ନା କହିଛନ୍ତି ଯଦି ଏନ୍‌ଡିଏର କିଛି ଭୋଟ ତାଙ୍କୁ ମିଳେ ତେବେ ସେ ବିଜୟୀ ହେବା ସମ୍ଭାବନା ରହିଛି ।

ସେପଟେ ଦ୍ରୌପଦୀ ମୁର୍ମୁଙ୍କ ନାଁ ଘୋଷଣା ହେବା ପରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ପ୍ରେସ ମିଟ୍ କରି ପ୍ରାଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଜଣେ ଓଡିଆ ଆଦିବାସୀ ମହିଳାଙ୍କୁ ପ୍ରାର୍ଥୀ କରି ମୋଦି ସରକାର ଓଡିଶାକୁ ଭଲ ପାଇବାର ଶ୍ରେଷ୍ଠ ଉଦାହରଣ ଦେଇଛନ୍ତି ବୋଲି କହିଛନ୍ତି ସମୀର ।

 

ସେପଟେ ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରାଯିବା ଭଲ ନିଷ୍ପତ୍ତି । ଓଡିଶାର ଟ୍ରାଇବାଲ୍ ଫେସ୍ ଭାବେ ଦ୍ରୌପଦୀ ମୁର୍ମୁ ନାଁ ଘୋଷଣା ହେବା ପରେ ଦ୍ୱନ୍ଦ୍ୱରେ ପଡିଯାଇଛି ଓଡିଶା କଂଗ୍ରେସ । ଦଳ କହିଛି ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ।

ସେପଟେ ମୁଖ୍ୟମନ୍ତ୍ରୀ ଟୁଇଟ୍ କରି ଖୁସି ପ୍ରକାଶ କରିବା ସହ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା ବେଳେ ଏହି ବିଷୟରେ କଥା ହୋଇଥିବା କହିଛନ୍ତି । ସେପେଟ ଆଜି ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳମତ ନିର୍ବିଶେଷରେ ଓଡ଼ିଶାର ସମସ୍ତ ବିଧାୟକ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରନ୍ତୁ ବୋଲି ଅପିଲ କରିଛନ୍ତି ।