• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆଜି ଭାଟିକାନ୍ ସିଟିରେ ପୋପ୍‌ଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ସେ ପୋପ୍‌ଙ୍କୁ ଏକ ଉପହାର ଦେଇଛନ୍ତି । ଏହି ଉପହାରଟି କଣ ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ଏହା ଏକ ପଟ୍ଟଚିତ୍ର ବୋଲି ଅନୁମାନ କରାଯାଉଛି । ଉଭୟଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିବା ଚର୍ଚ୍ଚା ହେଉଛି । କିନ୍ତୁ ନିର୍ଦ୍ଦିଷ୍ଟ ଭାବେ କଣ ଆଲୋଚନା ହୋଇଛି, ତାହା ଜଣାପଡ଼ିନି । ବର୍ତ୍ତମାନ ନବୀନ ରୋମ୍ ଗସ୍ତରେ ଅଛନ୍ତି ।

ସେପଟେ ରୋମ ଭାଟିକାନ ସିଟିରେ ପୋପ ଫ୍ରାନ୍ସସିସଙ୍କୁ ଭେଟି ଖୁସି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ । ଭାଟିକାନ ସିଟିରେ ସାଧାରଣ ଜନତାଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିବାରୁ ପୋପ୍ ଫ୍ରାନସିସ୍‌ଙ୍କୁ ଧନ୍ୟବାଦ ଜଣାଇବା ସହ ତାଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘ ଜୀବନର କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସେପଟେ ପୋପ୍‌ଙ୍କୁ ନବୀନ ଭେଟିବା ନେଇ ରାଜନୈତିକ ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଜେପି ପ୍ରଶ୍ନ କରିଛି, ପୁରୀକୁ ରୋମ୍ କରିବାକୁ ଚାହୁଁଛନ୍ତି କି ନବୀନ । ଆଗରୁ ପୁରୀର ବିଜେଡି ସାଂସଦ ପୁରୀକୁ ରୋମ୍ କରାଯିବ ବୋଲି କହିଥିବା ଅଭିଯୋଗ କରିଛନ୍ତି ବିଜେପି ନେତା ବିରଞ୍ଚି ତ୍ରିପାଠୀ । ସେପଟେ କଂଗ୍ରେସ କହିଛି, ନବୀନଙ୍କ ଏହି ବିଦେଶ ଗସ୍ତରୁ ଓଡ଼ିଶାକୁ କେତେ ବିଦେଶୀ ପୁଞ୍ଜି ଆସୁଛି, ତାହା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ସ୍ପଷ୍ଟ କରାଯିବା ଉଚିତ । ଏହାକୁ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।