• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଶିବସେନା ନେତା ପଦରୁ ଏକନାଥ ସିନ୍ଦେ ବହିଷ୍କୃତ।  ସିନ୍ଦେଙ୍କୁ ଦଳର ସମସ୍ତ ପଦପଦବୀରୁ ବହିଷ୍କାର କରିଛନ୍ତି ଉଦ୍ଧବ ଠାକରେ । ଏନେଇ ଦଳ ପକ୍ଷରୁ ବିବୃତି ଜାରି କରାଯାଇଛି । ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ସିନ୍ଧେଙ୍କୁ ସମସ୍ତ ପଦପଦବୀରୁ ବହିଷ୍କାର କରାଯାଇଥିବା ଏଥିରେ କୁହାଯାଇଛି । ଦଳର ସଭ୍ୟପଦ ଛାଡ଼ିଥିବାରୁ ସିନ୍ଧେଙ୍କ ବିରୋଧରେ ଏଭଳି ପଦକ୍ଷେପ ନିଆଯାଇଛି । କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସିନ୍ଦେଙ୍କୁ ଉଦ୍ଧବ ଠାକରେ ଚିଠି ଲେଖି ଅବଗତ କରାଇଛନ୍ତି।

ଶିବସେନାରେ ବିଭିନ୍ନ ପ୍ରକାରର ନିଷ୍ପତ୍ତି ନେବାକୁ ଗୋଟିଏ ୧୧ ଜଣିଆ କମିଟି ରହିଛି । ଏହି ୧୧ ଜଣିଆ କମିଟିରେ ସିନ୍ଦେ ରହିଥିଲେ। ହେଲେ ଏବେ ତାଙ୍କୁ ବହିଷ୍କାର କରାଯାଇଛି । ସିନ୍ଦେଙ୍କ ନେତୃତ୍ୱରେ ଶିବସେନାର ୪୦ ଜଣ ବିଧାୟକ ମହାରାଷ୍ଟ୍ରରେ ଗଠନ ହୋଇଥିବା ମହା ବିକାଶ ଅଘାଡ଼ି ସରକାର ବିରୋଧରେ ବିଦ୍ରୋହ ଘୋଷଣା କରିଥିଲେ । ଏହି ବିଦ୍ରୋହ ଯୋଗୁ ସରକାର ସଂଖ୍ୟା ଗରିଷ୍ଠତା ହରାଇଥିଲେ । ଶେଷରେ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।  

ଅନ୍ୟପକ୍ଷରେ ଏକଗଣମାଧ୍ୟମ ସଂସ୍ଥାକୁ ପ୍ରତିକ୍ରିୟା ଦେଇ ଏକନାଥ କହିଛନ୍ତି ଯେ, ବିଜେପି ସହ ମିଶି ସରକାର ଗଠନ କରିବାରେ କୌଣସି ଭୁଲ୍ ନାହିଁ । ଶିବସେନା ଓ ବିଜେପି ମଧ୍ୟରେ ମେଣ୍ଟ ବାସ୍ତବ ମେଣ୍ଟ ବୋଲି ସେ କହିଛନ୍ତି ।

ଅନ୍ୟପଟେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଏକନାଥ ସିନ୍ଧେ ଦାୟିତ୍ୱ ଗ୍ରହଣ କରିବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଥାକରେଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ପ୍ରତ୍ୟାହାର କରିଛନ୍ତି । ମୁମ୍ବାଇର ଆରେ କଲୋନିରେ ମେଟ୍ରୋ ସେଡ୍ ନିର୍ମାଣ ଲାଗି ସେ ନିର୍ଦ୍ଦେଶ ଦେଇଛନ୍ତି ।