Advertisment

ମହାରାଷ୍ଟ୍ରକୁ ମିଳିବ ନୂଆ ମୁଖ୍ୟମନ୍ତ୍ରୀ ! ସନ୍ଧ୍ୟା ୭ରେ ଶପଥ ନେବେ ଦେବେନ୍ଦ୍ର ଫଡନାଭିସ୍

ଆଜି ସନ୍ଧ୍ୟାରେ ବିଜେପିର ବରିଷ୍ଠ ନେତା ଦେବେନ୍ଦ୍ର ଫଡନାଭିସ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ

author-image
Prangyan Parimita
Devendra Fadnavis

Devendra Fadnavis

ପୁଣି ଥରେ ମହାରାଷ୍ଟ୍ର କମାଣ ଧରିବେ ଦେବେନ୍ଦ୍ର ଫଡ଼ନାଭିସ୍ । ଆଜି ସଂନ୍ଧ୍ୟା ୭ଟାରେ ସେ ଶପଥ ଗ୍ରହଣ କରିବେ । ଗତକାଲି ଉଦ୍ଧବ ଠାକରେ ଇସ୍ତଫା ଦେବା ପରେ ଦେବେନ୍ଦ୍ର ଫଡନାଭିସ୍ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ ବୋଲି କଳ୍ପନାଜଳ୍ପନା କରାଯାଉଥିଲା । ଏହାପୂର୍ବରୁ ଖବର ଆସିଥିଲା ​​ଯେ ଫଡନାଭିସ୍ ଜୁଲାଇ ୧ରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ । ପୂର୍ବରୁ ଏକନାଥ ସିନ୍ଦେଙ୍କ ସହ ଫୋନରେ କଥା ହୋଇଥିଲେ ଫଡ଼ନାଭିସ୍ । କିନ୍ତୁ ବର୍ତ୍ତମାନ ଆଜି ସନ୍ଧ୍ୟା ସାତଟା ବେଳେ ଫଡନାଭିସ୍ ତୃତୀୟ ଥର ପାଇଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି।

Advertisment

ସେପଟେ ଫଡନାଭିସ ଓ ରାଜ୍ୟପାଳଙ୍କୁ ଭେଟିବା ପାଇଁ ଗୋଆରେ ଅନ୍ୟ ବିଦ୍ରୋହୀ ଶିବସେନା ବିଧାୟକଙ୍କ ସହ ଡେରା ପକାଇଥିବା ସିନ୍ଦେ ଆଜି ମୁମ୍ବାଇରେ ପହଞ୍ଚିଥିଲେ। ସେ ମୁମ୍ବାଇରେ ପହଞ୍ଚିବା ପରେ ଫଡନାଭିସଙ୍କ ସହ ଆଲୋଚନା କରିଥିଲେ। ଏହି ଆଲୋଚନା ପରେ ଉଭୟେ ରାଜ୍ୟପାଳଙ୍କ ପାଖକୁ ଯାଇଥିଲେ। ସେହିପରି ବାକି ବିଦ୍ରୋହୀ ବିଧାୟକମାନେ ନୂଆ ସରକାର ଶପଥ ନେବା ବେଳେ ଗୋଆରୁ ମୁମ୍ବାଇ ଆସିବେ।

ସୂଚନା ଅନୁସାରେ, ଗତକାଲି ଇସ୍ତଫା ଦେଇଛନ୍ତି ଉଦ୍ଧବ ଠାକରେ । ମହାରାଷ୍ଟ୍ରରେ ୨୦୧୯ରେ ଶାସନ କ୍ଷମତାକୁ ଆସିଥିଲା ମହା ବିକାଶ ଅଘାଡି ସରକାର ଶିବସେନା । ଏନସିପି ଏବଂ କଂଗ୍ରେସ ମିଳିତ ଭାବେ ସରକାର ଗଢିଥିଲେ । ୨୬ ନଭେମ୍ବର ୨୦୧୯ରେ ଶିବସେନା ନେତା ଉଦ୍ଧବ ଠାକରେଙ୍କୁ ଏମଭିଏର ସଭାପତି କରାଯାଇଥିଲା । ୨୮ ନଭେମ୍ବର ୨୦୧୯ରେ ସେ ମହାରାଷ୍ଟ୍ରର ୧୯ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ।

Advertisment
Devendra Fadnavis
Advertisment
Advertisment