ରାଜ୍ୟ ସରକାର ଠିକ୍ ସମୟରେ ପଦକ୍ଷେପ ନେଇଥିଲେ ପରିସ୍ଥିତି ଏଡ଼ାଇ ହୋଇଥାନ୍ତା ବୋଲି ବିଜେପି ସାଂସଦ ସୁରେଶ ପୂଜାରୀ କହିଛନ୍ତି ।
ଆଗୁଆ ସାଧାରଣ ନିର୍ବାଚନ ଚର୍ଚ୍ଚା ଭିତରେ ଦଳ, ସମସ୍ତ ନିର୍ବାଚନ ମଣ୍ଡଳୀରେ ଏହି ଫର୍ମୁଲାରେ ମୈଦାନକୁ ଓହ୍ଲାଇବ ବୋଲି କୁହାଯାଉଛି । ଅର୍ଥାତ ନେତାମାନଙ୍କୁ ପ୍ରତି ଘର ଓ ପ୍ରତି ଭୋଟରଙ୍କୁ ଛୁଇଁବା ପାଇଁ ଦିଆଯିବ ଦାୟିତ୍ୱ । ଆଜି ପଦ୍ମପୁର ଉପନିର୍ବାଚନ ସମୀକ୍ଷା ବେଳେ ଏହି ମଡେଲ୍ ଉପରେ ଜୋର୍ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
ଆୟୁଷ୍ମାନ ଭାରତ ଆକାଉଣ୍ଟକୁ ହଁ, ଇନ୍ସୁରାନ୍ସକୁ ନା। BSKYକୁ ପ୍ରୋତ୍ସାହନ, ଭାରତ ଜନ ଆରୋଗ୍ୟ ଯୋଜନା ବେଳକୁ ଚୁପ୍। ଲୋକଙ୍କ ସ୍ବାସ୍ଥ୍ୟକୁ ନେଇ ଡବଲ୍ ଷ୍ଟାଣ୍ଡାର୍ଡ ଖେଳୁଛନ୍ତି କି ରାଜ୍ୟ ସରକାର? ପ୍ରଧାନମନ୍ତ୍ରୀଙ୍କଠୁ ନେଇ କେନ୍ଦ୍ରସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଅନ୍ୟନ୍ୟ ମନ୍ତ୍ରୀଙ୍କ ବହୁବାର ଅନୁରୋଧ ସତ୍ତ୍ୱେ, ୪ ବର୍ଷ ହେଲା ଯୋଜନାରେ ସାମିଲ ହୋଇନାହାନ୍ତି ରାଜ୍ୟବାସୀ, ଯାହାକୁ ନେଇ ବିବାଦ ଉଠିଛି, ରାଜନୀତି ବି ଚାଲିଛି। ଏଭିତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ରାଜ୍ୟ ବିଜେପି ସାଂସଦ ପ୍ରତିନିଧି ମଣ୍ଡଳୀ ଆଜି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କୁ ଭେଟିଛନ୍ତି।
ରାଜ୍ୟରେ ସ୍ବାସ୍ଥ୍ୟବସ୍ଥା ବିଗିଡ଼ି ଚାଲିଥିବା ଅଭିଯୋଗ ଆଣି ପୁଣି ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଲାଗୁ ପ୍ରସଙ୍ଗ ଉଠାଇଛି ବିଜେପି ।
ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ଓହ୍ଲାଇବ ବିଜେପି । ୮୦ ପ୍ରତିଶତ ଯୁବ ପ୍ରାର୍ଥୀ ଦେବ କଂଗ୍ରେସ ।
ପଦ୍ମପୁର ଯିବେ, ଦେଇଥିବା ପ୍ରତିଶ୍ରୁତି ପୂରଣ କରିବେ । ପଦ୍ମପୁର ମଡେଲରେ ଅାଗକୁ ନିର୍ବାଚନ ଲଢ଼ିବୁ କହିଲେ ପ୍ରଦୀପ ମାଝୀ ।
ବଢିପାରେ ବିଧାୟକଙ୍କ ବେତନ..ବିଧାନସଭାର କମିଟି କଲା ସୁପାରିଶ..ଦରମା ଓ ଭତ୍ତା, ଅଢେଇ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ସୁପାରିସ ହୋଇଛି
୨୦୨୪ ନୁହେଁ ୨୩ରେ ହୋଇପାରେ ସାଧାରଣ ନିର୍ବାଚନ । ଯେବେଠାରୁ ରାଜ୍ୟରେ ଆଗୁଆ ନିର୍ବାଚନ ହେବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି, ସେବେଠାରୁ ବଢ଼ିଲାଣି ରାଜନୈତିକ ଗତିବିଧି । ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ନବୀନ ନିବାସରେ ବିଜେଡିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସୁଥିବା ବେଳେ ୧୭ରେ ବିଜେପି ଓ ୧୮ରେ କଂଗ୍ରେସ୍ ଡାକିଛି ବୈଠକ ।
ବିଧାନସଭା କାର୍ଯ୍ୟ ପରାମର୍ଶଦାତା କମିଟିର ସୁପାରିଶ । ପୂର୍ବତନ ବିଧାୟକଙ୍କ ପେନ୍ସନ୍ ଲକ୍ଷେ କରିବାକୁ ବି କମିଟି ପକ୍ଷରୁ ପ୍ରସ୍ତାବ ।
ରାଜ୍ୟରେ ଆଗୁଆ ନିର୍ବାଚନର ସମ୍ଭାବନା ଥିବାରୁ ରାଜନୈତିକ ଗତିବିଧି ବଢ଼ିଲାଣି ।
ଆଜି ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହୋଇଛନ୍ତି ।
ସୋସିଆଲ ମିଡିଆରେ ଶାହରୁଖଙ୍କ ଲୁକ୍ସକୁ ନେଇ ଗୋଟିଏ ପଟେ ଜବରଦସ୍ତ ମନ୍ତବ୍ୟ ଆସୁଥିବା ବେଳେ ଦୀପିକାଙ୍କ ଡ୍ରେସ୍ ଓ ଡ୍ୟାନ୍ସକୁ ନେଇ ଉଠିଛି ବିବାଦ ।
ଏହି ବୟାନ୍ ସାମ୍ନାକୁ ଆସିବା ପରେ ବିଜେପି ଏହାକୁ ନେଇ କଂଗ୍ରେସକୁ ଟାର୍ଗେଟ କରିଥିଲା।
ଏଠି କଂଗ୍ରେସ୍ ସହ ଡିଲ୍, ଦିଲ୍ଲୀରେ ବିଜେପି ସହ ମ୍ୟାନେଜ୍..ବିଜେଡି ନିଜ ସ୍ୱାର୍ଥ ପାଇଁ ଡବଲ୍ ଗେମ୍ ଖେଳୁଥିବା ଚର୍ଚ୍ଚା ଜୋର୍ ଧରିଛି..ଖାସ୍ କରି ପଦ୍ମପୁର ଉପନିର୍ବାଚନ ଫଳାଫଳ ଆସିବା ପରେ ଏ ପ୍ରସଙ୍ଗ ରାଜ୍ୟ ରାଜନୀତିକୁ ସରଗରମ କରିଛି
ପଦ୍ମପୁର ଫଳ ଆସିବା ପରଠୁ ସବୁ ଦଳରେ ଗୋହି ଖୋଳା ଖୋଳି । ଜୋର ଧରିଲା ରାଜ୍ୟରେ ଆଗୁଆ ନିର୍ବାଚନ ଚର୍ଚ୍ଚା ।
ପିସିସି ସଭାପତିଙ୍କ ଚ୍ୟାଲେଂଜ୍-ପ୍ରମାଣ ଦେଲେ ସନ୍ନ୍ୟାସ ନେବି ।୨୪ ନିର୍ବାଚନରେ କଂଗ୍ରେସ ଭୋଟ୍ କିଏ ନେବ? ତାକୁ ନେଇ ଚର୍ଚ୍ଚା
ପଦ୍ମପୁର ଉପନିର୍ବାଚନରେ ବିଜେଡିକୁ ଜିତାଇବାକୁ ବିଜେଡି ଓ କଂଗ୍ରେସ ମଧ୍ୟରେ ଡିଲ୍ ହୋଇଥିଲା କି ନାହିଁ ବୋଲି ପ୍ରଶ୍ନ ଉଠୁଥିବା ବେଳେ ଆଜି ଏହା ସତ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ ।
ଛତିଶଗ଼ଡ଼ ମୁଖ୍ୟମନ୍ତ୍ରୀ ତଥା AICC ପର୍ଯ୍ୟବେକ୍ଷକ ଭୂପେଶ ବଘେଲଙ୍କ ସୂଚନା ଅନୁସାରେ, ଆଜି ଦିନ ୧୧ଟାରେ ସୁଖବିନ୍ଦର ସିଂ ସୁଖୁ ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।
ଓଡ଼ିଶାରେ ଆଗୁଆ ହେବ କି ବିଧାନସଭା ନିର୍ବାଚନ? ଧାର୍ଯ୍ୟ ସମୟ ପୂର୍ବରୁ ବିଧାନସଭାକୁ ଭାଙ୍ଗି ଦେବେ କି ନବୀନ? ୨୦୧୮ର ତେଲେଙ୍ଗାନା ଫର୍ମୁଲାକୁ ଆପଣାଇବ କି ବିଜେଡି ? ରାଜ୍ୟ ରାଜନୀତିରେ ଆଗୁଆ ନିର୍ବାଚନ ସମ୍ଭାବନାକୁ ନେଇ ଚର୍ଚ୍ଚା ଏ ସଂପର୍କରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟ ପରେ ପ୍ରକାଶ ପାଇଛି କଳ୍ପନାଜଳ୍ପନା। ଆଜି ଭୁବନେଶ୍ୱରରେ ଧର୍ମେନ୍ଦ୍ର କହିଛନ୍ତି ମୁଁ ଶୁଣୁଛି, ଏଠି ଆଗୁଆ ନିର୍ବାଚନ ହୋଇଯିବ। ତେବେ ନିର୍ବାଚନ ପୂର୍ବରୁ ବହୁତ କଥା ହେବ
ଡାଇଭର୍ଟ ନୁହେଁ ଡିଲ୍। ଖୋଦ୍ ବିଜେଡି କରିଛି ମୂଲଚାଲ। ଏକ ବଡ଼ ବୁଝାମଣା ପରେ ହିଁ ପଦ୍ମପୁରରେ ବିଜେଡି ଖାତାକୁ ଯାଇଛି କଂଗ୍ରେସ ଭୋଟ୍। ବିରୋଧୀଦଳ ନେତା ଜୟନାରାୟଣ ମିଶ୍ରଙ୍କର ଏଭଳି ବିସ୍ଫୋରକ ବୟାନକୁ ନେଇ ରାଜ୍ୟ ରାଜନୀତିରେ କଂପନ। ସିଧା ମୁଖ୍ୟମନ୍ତ୍ରୀଙ୍କୁ ନିଶାନା କରିଛନ୍ତି। ଜୟନାରାୟଣ କହିଛନ୍ତି ପଦ୍ମପୁରକୁ ପ୍ରଚାରରେ ଯିବା ପୂର୍ବରୁ ଡିଲ୍ କରିଥିଲା ବିଜେଡି। ଭୁବନେଶ୍ୱରରେ କଂଗ୍ରେସର ଶୀର୍ଷ ନେତୃତ୍ୱଙ୍କ ସହ ହୋଇଥିଲା ମୂଲଚାଲ।
ଯେଉଁ ଅଭିଜ୍ଞ ନେତା ସତ୍ୟଭୂଷଣ ସାହୁ ଏଥର ପ୍ରାର୍ଥୀ ହୋଇଥିଲେ, ତାଙ୍କ ପକେଟ୍ ଭୋଟ୍ ବି ଗଲା କୁଆଡ଼େ?
ସବୁଠାରୁ ବଡ଼ ପ୍ରଶ୍ନ ହେଲା, ଓଡ଼ିଶାରେ ଆଗୁଆ ନିର୍ବାଚନ ନେଇ ବିଜେପି କାହିଁକି ଆଶଙ୍କା ପ୍ରକାଶ କରୁଛି?
ପଦ୍ମପୁର ଭୋଟର ଯେଉଁ ରାୟ ଶୁଣାଇଲେ ତାହା ଆଲୋଡନ ସୃଷ୍ଟି କରିଛି! ଏହି ଜନାଦେଶ ରାଜନୈତିକ ସମୀକ୍ଷକଙ୍କୁ ମଧ୍ୟ ନିଶ୍ଚୟ ଚକିତ କରିଥିବ। ପାଖାପାଖି ୪୩ ହଜାର ଭୋଟ୍ ବ୍ୟବଧାନ! ଏମିତି କେମିତି ହେଲା? ସାଧାରଣରେ ଏହି ପ୍ରଶ୍ନ ଗୁଞ୍ଜରିତ ହେବାରେ ଲାଗିଛି।
୨୦୨୪ରେ ପୁଣି ପଶ୍ଚିମ ଓଡ଼ିଶାରୁ ମୁଖ୍ୟମନ୍ତ୍ରୀଙ୍କୁ ନିର୍ବାଚନ ଲଢ଼ିବାକୁ ଅନୁରୋଧ କରାଯିବ ବୋଲି କହିଛନ୍ତି ସୁଶାନ୍ତ ।
ବିରୋଧୀ ଦଳ ନେତାଙ୍କ ବିସ୍ଫୋରକ ବୟାନ