• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମାସକ ପରେ ବି ନବ ଦାସ ହତ୍ୟା ଘଟଣାରେ କ୍ରାଇମବାଂଚ ହାତ ଖାଲି । ହତ୍ୟା ଉଦ୍ଦେଶ୍ୟ ସ୍ପଷ୍ଟ କରୁନଥିବାରୁ ବଢୁଛି ସନ୍ଦେହ । ବିରୋଧୀଙ୍କ ନିଶାନାରେ ବିଜେଡି ର ପାୱାରଫୁଲ୍ ଗ୍ରୁପ୍ । ଆସନ୍ତାକାଲି ମନ୍ତ୍ରୀ ନବ ଦାସ ହତ୍ୟା ଘଟଣା କୁ ପୁରିବ ଏକ ମାସ । ହେଲେ ଏପର୍ଯ୍ୟନ୍ତ ସାମ୍ନାକୁ ଆସିପାରିଲାନି ହତ୍ୟାକାଣ୍ଡର ଉଦ୍ଦେଶ୍ୟ । ପ୍ରସଙ୍ଗକୁ ନେଇ ବିଧାନସଭାରେ ମୋସନ୍ ଆକାରରେ ୩ ଘଣ୍ଟା ମାରାଥନ୍ ଆଲୋଚାନ ପରେ ବି ବିରୋଧୀ ସନ୍ତୁଷ୍ଟ ନୁହଁନ୍ତି ।

ଆଜି ପୁଣି ଥରେ ଗୃହରେ ଉଠାଇଛନ୍ତି ନବ ଦାସ ପ୍ରସଙ୍ଗ । ଶୂନ୍ୟକାଳରେ କଂଗ୍ରେସର ଦୁଇ ବରିଷ୍ଠ ବିଧାୟକ ତାରା ବାହିନୀପତି ଓ ସନ୍ତୋଷ ସିଂ ସାଲୁଜା ଏହି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାର ଓ କ୍ରାଇମବ୍ରାଂଚକୁ ଟାର୍ଗେଟ କରିଥିଲେ । ତାରା ଅଭିଯୋଗ କରିଛନ୍ତି ନବ ଦାସ ହତ୍ୟା ଏକ ପ୍ଲାନଡ୍ ମର୍ଡର । ବିଧାନସଭାରେ ରାଜ୍ୟ ସରକାର ରଖୁଥିବା ଉତ୍ତର ଓ କ୍ରାଇମବ୍ରାଂଚର ତଦନ୍ତକୁ ଲୋକେ ଭରସା କରୁନାହାନ୍ତି । ରଖାଯାଉଥିବା ତଥ୍ୟ ଲୋକଙ୍କୁ ଛୁଉଁନି ବୋଲି ସେ କହିଛନ୍ତି । ତଦନ୍ତ କଣ ହେଉଛି ମଝିରେ ମଝିରେ ତାର ତଥ୍ୟ ଗୃହରେ ରଖିବାକୁ ଦାବି କରିଛନ୍ତି ତାରା।

ଅଧିକ ପଢ଼ନ୍ତୁ: ନବ ହତ୍ୟା ମାମଲା, ମୋଟିଭ୍ ସଂପର୍କରେ ଜାଣି ଜାଣି ଅଜଣା ହେଉଛି କି କ୍ରାଇମବ୍ରାଞ୍ଚ ?

ସନ୍ତୋଷ ସିଂ ସାଲୁଜା ମଧ୍ୟ ନବଙ୍କ ରାଜୈନତିକ, ବ୍ୟବସାୟିକ ଶତ୍ରୁତା ଦିଗରେ ତଦନ୍ତ ହେଉନଥିବା କହି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ନବଙ୍କ ପରେ ତାଙ୍କ ସାମ୍ରାଜ୍ୟକୁ ନେଇ ନବ ଦାସ ଓ ବିଧାୟକ ସୁଶାନ୍ତ ସିଂ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଛି । ତେଣୁ ସୁଶାନ୍ତ ସିଂଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଛନ୍ତି ସାଲୁଜା । ଏଥିସହିତ SIT ଦ୍ୱାରା ତଦନ୍ତ ପାଇଁ ସେ ନିଜର ଦାବି ଦୋହରାଇଛନ୍ତି ।

ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଅଭିଯୋଗ କରିଛନ୍ତି ଯେ, ନବ ଦାସ ହତ୍ୟା ଘଟଣାରେ ବଡ଼ ଷଡଯନ୍ତ୍ର ହୋଇଛି । ମାସେ ଭିତରେ କ୍ରାଇମବ୍ରାଂଚ ମୋଟିଭ ସାମ୍ନାକୁ ଆଣିପାରିନଥିବାରୁ ସିବିଆଇ ତଦନ୍ତ କରିବାକୁ ସେ ଦାବି କରିଛନ୍ତି । ଏସବୁ ଅଭିଯୋଗ ଉପରେ ଜବାବ ରଖିଛି ବିଜେଡି । 

ସେପଟେ ନବ ଦାସ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ ଜଣେ ମାନସିକ ରୋଗୀ ବୋଲି ଦର୍ଶାଇ ସେ ଦିଗରେ ଫୋକସ କରି ତଦନ୍ତ କରୁଛି କ୍ରାଇଣବ୍ରାଂଚ । ହେଲେ ଗୋପାଳଙ୍କୁ ନେଇ ବିଧାନସଭାରୁ ଆସିଛି ଚମକାଇଲା ଭଳି ତଥ୍ୟ । ବିଜେପି ବିଧାୟିକା କୁଷମ ଟେଟେଙ୍କ ପ୍ରଶ୍ନରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ରଖିଥିବା ଉତ୍ତରରେ ଗୋପାଳଙ୍କ ପୋଲିସ୍ ଚାକିରିର ବିସ୍ତୃତ ତଥ୍ୟ ସାମ୍ନାକୁ ଆସିଛି ।

୧୯୯୨ରେ ଗୋପାଳ ବ୍ରହ୍ମପୁର ପୋଲିସ ଜିଲ୍ଲାରେ କନେଷ୍ଟବଳ ଭାବେ ନିଯୁକ୍ତି ପାଇଥିଲେ । ୨୦୦୯ରେ ସେ ASI ଭାବେ ପଦୋନ୍ନତି ପାଇବା ପରେ ଝାରସୁଗୁଡା ଜିଲ୍ଲାରେ ୧୩ ବର୍ଷ କାଳ କାମ କରିଛନ୍ତି । ଚାକରି କାଳ ଭିତରେ ସେ ସମୁଦାୟ ୪୫ ଥର ପୁରସ୍କାର ଓ ପ୍ରଶଂସାପତ୍ର ପାଇଛନ୍ତି । ସେଥିମଧ୍ୟରୁ ୧୮ ଥର ଗୁଡ୍ ସର୍ଭିସ୍ ମାର୍କ, ୯ ଥର ଅର୍ଥ ପୁରସ୍କାର ଓ ୧୮ ଥର ପ୍ରଶଂସା ପତ୍ର ପାଇଥିବା ଜଣାପଡ଼ିଛି । ଏବେ ଅପେକ୍ଷା କ୍ରାଇମବ୍ରାଂଚ ଏହି ହତ୍ୟାକାଣ୍ଡର ପ୍ରକୃତ ତଥ୍ୟ କେବେ ସାମନ୍ନାକୁ ଆଣିପାରୁଛି ।