• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଦିଲ୍ଲୀ ମଦ ନୀତି ଘୋଟାଲା ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗିରଫ ହୋଇଛନ୍ତି । ଦୀର୍ଘ ସମୟର ଜେରା ପରେ ସିବିଆଇ ତାଙ୍କୁ ଗିରଫ କରିଛି । ଆଜି ସିସୋଦିଆଙ୍କୁ ୭ରୁ ୮ ଘଂଟା ଧରି ସିବିଆଇ ଜେରା କରିଥିଲା । ପୂର୍ବରୁ ତାଙ୍କୁ ସିବିଆଇ ନିକଟରେ ହାଜର ହେବାକୁ ସମନ କରାଯାଇଥିଲା ।

ହାଜର ହେବାକୁ ସିବିଆଇ ସମନ କରିଥିବା ବେଳେ ହଜାର ହଜାର କର୍ମକର୍ତ୍ତାଙ୍କ ସହ ଶକ୍ତି ପ୍ରଦର୍ଶନ କରିଥିଲା ଆମ୍ ଆଦମି ପାର୍ଟି । ହାତରେ ପ୍ଲାକାର୍ଡ ଧରି ନାରାବାଜି କରିଥିଲେ ଆପ୍ କର୍ମକର୍ତ୍ତା । ଗତ ବର୍ଷ ନୂଆ ଅବକାରୀ ନୀତି ମାମଲାରେ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ଦିଲ୍ଲୀ ଉପରାଜ୍ୟପାଳ ଭି.କେ ସେକ୍ସେନା ।

ଫେବୃଆରୀ ୧୯ ତାରିଖରେ ହାଜର ହେବାକୁ ସିସୋଦିଆଙ୍କୁ ନୋଟିସ୍ କରିଥିଲା ସିବିଆଇ । କିନ୍ତୁ ସିସୋଦିଆ ହାଜର ହେବାକୁ ଏକ ସପ୍ତାହ ଅଧିକ ସମୟ ମାଗିଥିଲେ । ଆଜି ସିବିଆଇ ଅଫିସରେ ହାଜର ପରେ ସିସୋଦିଆଙ୍କୁ ଜେରା କରିଥିଲା ସିବିଆଇ। ଜେରା କରିବା ପରେ ତାଙ୍କୁ ସିବିଆଇ ଗିରଫ କରିଥିବା ସୂଚନା ମିଳିଛି ।

ତେବେ ପୂର୍ବରୁ ମଧ୍ୟ ସିସୋଦିଆଙ୍କୁ ସମାନ ପ୍ରସଙ୍ଗରେ ପଚରାଉଚରା କରିଥିଲା ସିବିଆଇ । ହେଲେ ପଚରାଉଚରା ପରେ ଛାଡ଼ିଦେଇଥିଲା । ପରେ ପୁଣି ସିସୋଦିଆଙ୍କୁ ସମନ କରିବା ସହ ସିବିଆଇ ତାଙ୍କୁ ଗିରଫ କରିଛି ।