Advertisment

ବିଧାନସଭା ବେଳେ ନବୀନ କାହିଁକି ଗଲେ ବମ୍ବେ: ଜୟନାରାୟଣ

ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ହତ୍ୟା କରାଯାଇଛି । କାରଣ କ’ଣ ଜାଣିବାକୁ ବିରୋଧୀ ହଲ୍ଲାପଟା କରୁଛନ୍ତି । ହେଲେ ଏ ସମୟରେ ନିଜେ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ କିନ୍ତୁ ସନ୍ତୋଷଜନକ ଉତ୍ତର ନରଖି ପ୍ରାୟୋଜିତ ପୁରସ୍କାର ଆଣିବାକୁ ବମ୍ବେ ଯାଇଛନ୍ତି । ନିଜ ତଥାକଥିତ ମାନସ ପୁତ୍ରଙ୍କ ଛବିକୁ ଠିକ୍ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହି ମୁମ୍ବାଇ ଗସ୍ତ ନୁହେଁ କି ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ବିରୋଧିଦଳ ନେତା ଜୟନାରାୟଣ ମିଶ୍ର ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
Jaynarayan Mishra Targets BJD

Jaynarayan Mishra

ବିଧାନସଭାର ଗୁରୁତ୍ୱପୂର୍ଣ୍ଣ ବଜେଟ୍ ଅଧିବେଶନ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ଙ୍କ ବମ୍ବେ ଗସ୍ତକୁ ନେଇ ପ୍ରଶ୍ନ ବାଢ଼ିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ବିଧାନସଭା ବେଳେ ନବୀନ ବମ୍ୱେରେ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଜୟନାରାୟଣ ।

Advertisment

ଏଥିସହ କେଉଁଟା ପ୍ରାଥମିକତା ବୋଲି ସେ ପ୍ରଶ୍ନ କରିଛନ୍ତି ? ବିଧାନସଭା ନା ପ୍ରାୟୋଜିତ ପୁରସ୍କାର ଗ୍ରହଣ ? ଏଭଳି ପ୍ରଶ୍ନ କରି ସିଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର । କହିଛନ୍ତି ରାଜ୍ୟରେ ଅପରାଧ ହାର ଚିନ୍ତାଜନକ ।

ଅଧିକ ପଢ଼ନ୍ତୁ: ବିଧାନସଭାରେ ପୁଣି ନବ ଦାସ ହତ୍ୟା ପ୍ରସଙ୍ଗ, ସରକାରଙ୍କୁ ଘେରିଲେ ବିରୋଧୀ..

Advertisment

ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ହତ୍ୟା କରାଯାଇଛି । କାରଣ କଣ ଜାଣିବାକୁ ବିରୋଧୀ ହଲ୍ଲାପଟା କରୁଛନ୍ତି । ହେଲେ ଏ ସମୟରେ ନିଜେ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ କିନ୍ତୁ ସନ୍ତୋଷଜନକ ଉତ୍ତର ନରଖି ପ୍ରାୟୋଜିତ ପୁରସ୍କାର ଆଣିବାକୁ ବମ୍ବେ ଯାଇଛନ୍ତି। ନିଜ ତଥାକଥିତ ମାନସ ପୁତ୍ରଙ୍କ ଛବିକୁ ଠିକ୍ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହି ମୁମ୍ବାଇ ଗସ୍ତ ନୁହେଁ କି ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ଜୟନାରାୟଣ।

ଯେଉଁ ହକି ଖେଳର ସଫଳ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀ ପୁରସ୍କାର ପାଇଁ ଯାଇଛନ୍ତି- ସେହି ହକିରେ ରାଜ୍ୟର ମାତ୍ର ୨ଜଣ ଖେଳୁଥିବାବେଳେ ଅନ୍ୟ କୌଣସି ଜାତୀୟ ଖେଳରେ ଓଡ଼ିଆ ଖେଳାଳିଙ୍କ ନାଁ ଗନ୍ଧ ନାହିଁ । ତାହାସହ ସୁନ୍ଦରଗଡ଼ ରେ ଯେଉଁ ଷ୍ଟାଡିୟମ ନିର୍ମାଣ କରି ବାଃ ବାଃ ସାଉଁଟୁଛନ୍ତି, ତାହା ଡିଏମଏଫ୍ ଫଣ୍ଡରେ ତିଆରି ହୋଇଛି ।

ଯାହାଦ୍ୱାରା ସେଇ ଜିଲ୍ଲାରେ ଅନେକ ଉନ୍ନୟନ କାମ ହୋଇପାରିଥା’ନ୍ତା । ହକି ଟିକେଟ୍ କେବଳ ବିଜେଡି କର୍ମୀଙ୍କୁ ବଣ୍ଟାଯାଇଥିଲା, ସାଧାରଣ ଲୋକ ଏ ଖେଳ ଦେଖିପାରି ନଥିଲେ ବୋଲି ଅଭିଯୋଗ ଆଣିଛନ୍ତି ଜୟନାରାୟଣ । ତେବେ ଜୟନାରାୟଣଙ୍କ ଅଭିଯୋଗ ଉପରେ ବିଜେଡି କିମ୍ବା ସିଏମ୍ ଅଫିସର ପ୍ରତିକ୍ରିୟା ମିଳିନାହିଁ ।

BJD CM Naveen Patnaik Odisha Politics Jaynarayan Mishra
Advertisment
Advertisment