Advertisment

ନବୀନ ଓଡ଼ିଶା ସ୍କିମ୍ ନାଁରେ ଭୋଟ୍ ନେବାକୁ ଉଦ୍ୟମ, ଗ୍ରାମାଂଚଳ ଭୋଟ୍ ଉପରେ ବିଜେଡିର ଆଖି

ଗ୍ରାମାଞ୍ଚଳ ଭୋଟ୍ ଟାଣିବାକୁ ରାଜ୍ୟ ସରକାରଙ୍କ 'ଆମ ଓଡିଶା ନବୀନ ଓଡ଼ିଶା' ଯୋଜନା । ପୂର୍ବରୁ ପ୍ରଚଳିତ ଆମ ଗାଁ, ଆମ ବିକାଶ ଯୋଜନାକୁ ସଂଶୋଧନ କରି ଏହି ନୂଆ ଯୋଜନା ଅଣାଯାଇଛି । ଯେଉଁଥିରେ ପ୍ରତି ପଂଚାୟତକୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ମିଳିବ । ଯାହାକୁ ନେଇ ତେଜିଛି ରାଜନୀତି । ବିଜେପି ଏହାକୁ ଆମ ଓଡ଼ିଶା, ୫୦ ପ୍ରତିଶତ ପିସି ଓଡ଼ିଶା ବୋଲି କହି କଡା ସମାଲୋଚନା କରିଥିବା ବେଳେ କଂଗ୍ରେସ କହିଛି ନିର୍ବାଚନକୁ ଦୃଷ୍ଟି ରଖି ଏହି ଯୋଜନା ଆସିଛି । ରାଜନୈତିକ ସମୀକ୍ଷକଙ୍କ ମତରେ ସ୍କିମ୍ ର ନାଁ ନବୀନ ଓଡ଼ିଶା ହୋଇଥିବାରୁ ନବୀନ ବ୍ରାଣ୍ଡକୁ ଆଗକୁ ନେବାକୁ ଉଦ୍ୟମ କରାଯାଇଛି।...

author-image
Prangyan Parimita
ଅଦ୍ୟତନ ହୋଇଛି
undefined

vote bank politics

ନବୀନ ଓଡ଼ିଶା ସ୍କିମ୍ ନାଁରେ ଭୋଟ୍ ନେବାକୁ ଉଦ୍ୟମ । ଗ୍ରାମାଂଚଳ ଭୋଟ୍ ଉପରେ ବିଜେଡିର ଆଖି । ଧର୍ମୀୟ ଭାବାବେଗ କାର୍ଡ ଖେଳିବା ସହ ଯୁବ ଭୋଟର ଉପରେ ଫୋକସ୍ । ୧୯ ନିର୍ବାଚନ ବର୍ଷେ ପୂର୍ବରୁ ରାଜ୍ୟ ସରକାର ଯେମିତି 'ଆମ ଗାଁ ଆମ ବିକାଶ ଯୋଜନା' ଆଣିଥିଲେ, ଠିକ୍ ସେଭଳି ୨୪ ନିର୍ବାଚନ ପୂର୍ବରୁ ସେହି ଯୋଜନାକୁ ସଂଶୋଧନ କରି ଆଣିଛନ୍ତି ଆମ ଓଡିଶା ନବୀନ ଓଡିଶା ସ୍କିମ୍ ।

Advertisment

ଗତକାଲି କ୍ୟାବିନେଟରେ ଅନୁମୋଦନ ହୋଇଥିବା ଏହି ସ୍କିମ୍ ଅନୁସାରେ ପ୍ରତି ପଂଚାୟତକୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ଦେବା ବ୍ୟବସ୍ଥା ରହିଛି । ଆଉ ଏହି ଯୋଜନାରେ ଚଳିତ ବର୍ଷ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ଘୋଷଣା କରାଯାଇଛି । ମନ୍ଦିର ଓ ଐତିହାସିକ ସ୍ଥାନରବିକାଶ, ପ୍ରାଥମିକ ଶିକ୍ଷା ଉନ୍ନତୀକରଣ, ମହିଳା, ଯୁବକ ସଶକ୍ତୀକରଣ ହାସଲ କରିବା ଲାଗି ଭିତ୍ତଭୂମିର ବିକାଶ, ଯୁବପିଢିଙ୍କ ପାଇଁ କ୍ରୀଡ଼ା ସୁବିଧା, ବ୍ୟାଙ୍କିଙ୍ଗ ସେବା ତଥା ଡିଜିଟାଲ୍ ସେବା ଉନ୍ନତୀକରଣରେ ଏହି ଅର୍ଥ ଖର୍ଚ୍ଚ ହେବ । ତେବେ ସ୍କିମକୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ । ଏହି ଯୋଜନାକୁ ଆମ ଓଡିଶା, ୫୦ ପ୍ରତିଶତ ପିସି ଓଡିଶା ବୋଲି ବିଜେପି ଅଭିଯୋଗ କରିବା ସହ ଏଥିରେ ବ୍ୟାପକ ଦୁର୍ନୀତି ହେବ ବୋଲି ଆଶଙ୍କା କରିଛି ।

ସେହିପରି କ୍ୟାବିନେଟ୍ ମିଟିଂରେ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ୍ ମୋଡରେ ଉପସ୍ଥିତ ରହିବା ନେଇ କଟାକ୍ଷ କରି ବିଜେପି କହିଛି, ମୁଖ୍ୟମନ୍ତ୍ରୀଙ୍କୁ ଆର୍ଟିଫିସିଆଲ୍ ଇଣ୍ଟିଲେଜେନସ୍ ମାଧ୍ୟମରେ ଉପସ୍ଥାପିତ କରାଯାଇନି ତ ? କଂଗ୍ରେସ ଅଭିଯୋଗ କରିଛି, ଏହା ବିଜେଡିର କର୍ମୀଙ୍କୁ ପୋଷିବା ସହ ଦଳକୁ ଜିତାଇବା ପାଇଁ ଯୋଜନା। ଯାହାର ଜବାବ ରଖିଛି ବିଜେଡି।

Advertisment

ବଡ଼ ପ୍ରଶ୍ନ, ଏହି ସ୍କିମ୍ ଆଣିବା ପଛର ପ୍ରକୃତ କାରଣ କଣ ? ୨୪ ନିର୍ବାଚନରେ ଏହା ବିଜେଡି ପାଇଁ ଗେମ୍ ଚେଞ୍ଜର ହେବ କି? ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଗ୍ରାମାଂଚଳ ଭୋଟ୍ ହାତେଇବା, ସରକାର ବିରୋଧୀ ହାୱାକୁ କାଉଣ୍ଟର କରିବା, 5T ସଚିବ ବିଭିନ୍ନ ସ୍ଥାନକୁ ଯାଇ ଆଣୁଥିବା ଦାବିପତ୍ରକୁ କାର୍ଯ୍ୟକାରୀ କରିବା ପାଇଁ ଏହି ଯୋଜନା ବୋଲି କୁହାଯାଉଛି । ଅନ୍ୟପକ୍ଷରେ ବ୍ରାଣ୍ଡ ନବୀନର ପ୍ରଚାର ପ୍ରସାର କରି ଭାବମୂର୍ତ୍ତି ଅତୁଟ ରଖିବା ପାଇଁ ସ୍କିମ୍ ର ନାଁ ନବୀନ ଓଡ଼ିଶା ରଖାଯାଇଥିବା ଚର୍ଚ୍ଚା ହେଉଛି।

ବିଜେଡି ସରକାର ଯେଭଳି ଗୋଟିଏ ପରେ ଗୋଟିଏ ନୂଆ ସ୍କିମ୍ ଘୋଷଣା କରୁଛି ଓ ସାଂଗଠନିକ ସ୍ତରରେ ଦଳ ଯେଭଳି ପ୍ରସ୍ତୁତ ହେଉଛି, ସେଥିରୁ ଚର୍ଚ୍ଚା, ବିଜେଡି ବିଧାନସଭା ଭାଙ୍ଗି ଆଗୁଆ ନିର୍ବାଚନକୁ ଯିବ ନାହିଁ ତ ?

BJD Vote Bank Politics
Advertisment
Advertisment