Advertisment

୨୪ ଭୋଟ୍ ପାଇଁ BJPର କମରକଷା, କର୍ମୀଙ୍କ କାନରେ ବିଜୟ ମନ୍ତ୍ର ଫୁଙ୍କିଲେ ବଂଶଲ

ଖୋର୍ଦ୍ଧା କାର୍ଯ୍ୟକାରିଣୀରେ ବିଜେଡିକୁ ଗୋଷ୍ଠୀ କନ୍ଦଳ ଚିନ୍ତା । ଚର୍ଚ୍ଚାରେ ବିଜେଡି ନେତା ପାଟଶାଣୀଙ୍କ ଟିକଟ୍ କଟା ମନ୍ତବ୍ୟ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
undefined

Odisha Politics, BJD - BJP

ଭୋଟ୍ ହାତେଇବା ପାଇଁ ବୁଥ୍‌କୁ ଫୋକସ୍ । ବିଜେପି-ବିଜେଡି ଲଢେଇ ପାଇଁ ଗ୍ରାଉଣ୍ଡ ୱାର୍କ । ତୃଣମୂଳ ସ୍ତରରେ ବ୍ଲୁ-ପ୍ରିଣ୍ଟକୁ କାର୍ଯ୍ୟକାରୀ କରିବାକୁ ଦିଆଯାଉଛି ଟାସ୍କ । ବଂଶଲଙ୍କ ଷ୍ଟ୍ରାଟେଜି ବାନାମ୍ ନବୀନଙ୍କ ରଣନୀତି ।

Advertisment

ଗୌହାଟୀରେ ବିଜେପିର ମାନସମନ୍ଥନ ପରେ ଓଡ଼ିଶାରେ ବିଜେପିର ଟପ୍ ଷ୍ଟ୍ରାଟେଜିଷ୍ଟ ସୁନିଲ ବଂଶଲ। ଦୁଇଦନିଆ ଗସ୍ତରେ ଥିବା ବଂଶଲ ୨୪ ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇଥିବା ବ୍ଲୁ-ପ୍ରିଣ୍ଟକୁ କାର୍ଯ୍ୟକାରୀ କରିବାକୁ ଦେଉଛନ୍ତି ବିଜୟ ମନ୍ତ୍ର। ପ୍ରଥମେ ବୁଥ୍ ମଜଭୁତ୍ ନେଇ ବିସ୍ତାରକମାନଙ୍କ ସହ ଆଲୋଚନା କରିଛନ୍ତି।

ଅଧିକ ପଢ଼ନ୍ତୁ: ସ୍କୁଲରେ ବି ରାଜନୀତି, ସରକାରୀ ଟଙ୍କାରେ ବିଜେଡି ରଙ୍ଗ !

ମଧ୍ୟପ୍ରଦେଶରେ ପିଏମ୍ ମୋଦି ଦେଇଥିବା ମନ୍ତ୍ର ବିଷୟରେ ବିସ୍ତୃତ ଭାବେ ଆଲୋଚନା ହୋଇଛି। ବିସ୍ତାରକମାନେ ଘରକୁ ଘର ବୁଲି ପ୍ରଚାର କରିବେ। ରାଜ୍ୟରେ ଚାଲିଥିବା ଦଳର ମହା ଜନସଂପର୍କ ଅଭିଯାନର ବି ସମୀକ୍ଷା କରିଛନ୍ତି ବଂଶଲ। ରାଜ୍ୟ ସଭାପତି ମନମୋହନ ସାମଲ ଓ ସାଧାରଣ ସଂପାଦକମାନଙ୍କ ସହ ସଙ୍ଗଠନ ଓ ରାଜ୍ୟ ସରକାରଙ୍କ ବିଫଳତା ନେଇ ସରକାର ବିରୋଧୀ ମାହୋଲ ବନାଇବା ସଂପର୍କରେ ଆଲୋଚନା ହୋଇଛି।

Advertisment

ସେପଟେ ଆସନ୍ତାକାଲି ରାଜ୍ୟରେ ବିଜେପି ହାରିଥିବା ୧୩ ଲୋକସଭା କ୍ଷେତ୍ରର ପରାଜିତ ପ୍ରାର୍ଥୀ, ପ୍ରଭାରୀ, ସହ-ପ୍ରଭାରୀଙ୍କ ସହ ଆଲୋଚନା ହେବ । ଏହାପରେ ବିଧାୟକମାନଙ୍କ ସହ ରାଜନୈତିକ ସ୍ଥିତି ଓ ୨୪ ବ୍ଲୁ ପ୍ରିଣ୍ଟ ନେଇ ହେବ ମାନସ ମନ୍ଥନ ।

ସେପଟେ ବିଜେଡିର ଖୋର୍ଦ୍ଧା ଓ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାର ପରିବର୍ତ୍ତିତ କାର୍ଯ୍ୟକାରିଣୀରେ ଖୋର୍ଦ୍ଧା ଜିଲ୍ଲାରେ ଥିବା ୧୯୧୨ ବୁଥ୍ ମଧ୍ୟରୁ ଏକ ହଜାର ବୁଥ୍‌କୁ ଫୋକସ୍‌ କରିବାକୁ ଦଳ ନିଷ୍ପତ୍ତି ନେଇଛି। ଖାସ୍ କରି ଏଥିରେ ଭୁବନେଶ୍ୱରର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ କିପରି ଚେକମେଟ୍ ଦିଆଯିବ ସେ ନେଇ ଷ୍ଟ୍ରାଟେଜି ହୋଇଥିବା ଚର୍ଚ୍ଚା ହେଉଛି। ତାସହିତ ଖୋର୍ଦ୍ଧା ଜିଲ୍ଲାରେ ଥିବା ଦଳୀୟ ଗୋଷ୍ଠୀ କନ୍ଦଳ ଦୂର କରି ଏକାଠି ଲଢ଼ିବାକୁ ପରାମର୍ଶ ଦିଆଯାଇଛି ।

ସେପଟେ ୨୦୧୯ ନିର୍ବାଚନରେ ଟିକଟ୍ ପାଇନଥିବା ଦଳର ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ ଏଥର ଲଢ଼ିବାକୁ ଆଶା ରଖିଛନ୍ତି। ତେବେ ଏ ସଂପର୍କରେ ମୁହଁ ଖୋଲିଲେ ଟିକଟ୍ କଟିବ ବୋଲି କହିଛନ୍ତି।

BJD BJP Congress Odisha Politics
Advertisment
Advertisment