Advertisment

ମହାରାଷ୍ଟ୍ରରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ : ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାରଙ୍କୁ ଗୁରୁତ୍ୱପୂର୍ଣ୍ଣ ଅର୍ଥ ମନ୍ତ୍ରାଳୟ

ଅର୍ଥ ସହ ଯୋଜନା ବିଭାଗ ସମ୍ଭାଳିବେ ଅଜିତ୍ ପାୱାର

author-image
Prangyan Parimita
ଅଦ୍ୟତନ ହୋଇଛି
Ajit Pawar

Ajit Pawar

ମହାରାଷ୍ଟ୍ର ସରକାରରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହୋଇଛି। ନବ ନିର୍ବାଚିତ ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାରଙ୍କୁ ମିଳିଛି ଗୁରୁତ୍ୱପୂର୍ଣ୍ଣ ଅର୍ଥ ମନ୍ତ୍ରାଳୟ। ତା ସହ ଯୋଜନା ବିଭାଗ ଦାୟିତ୍ୱ ମଧ୍ୟ ସମ୍ଭାଳିବେ ଅଜିତ୍ ପାୱାର । ବରିଷ୍ଠ ନେତା ତଥ୍ୟା କ୍ୟାବିନେଟ୍ ମନ୍ତ୍ରୀ ଛଗନ ଭୁଜବଳଙ୍କୁ ଖାଦ୍ୟ ଓ ଯୋଗାଣ ବିଭାଗ ଦାୟିତ୍ୱ ଦିଆଯାଇଛି।

Advertisment

ସେହିପରି କ୍ୟାବିନେଟ୍ ମନ୍ତ୍ରୀ ଅନୀଲ ପାଟିଲ ରିଲିଫ୍ ଓ ଥଇଥାନ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ସମ୍ଭାଳିବେ । ଅଦିତି ସୁନୀଲ ତଟକରେଙ୍କୁ ମହିଳା ଓ ଶିଶୁ ବିକାଶ, ଧନଞ୍ଜୟ ମୁଣ୍ଡେଙ୍କୁ କୃଷି ବିଭାଗ ଓ ଦିଲୀପ ୱାଲସେ ପାଟିଲଙ୍କୁ ରାଜସ୍ୱ ସହିତ ପଶୁପାଳନ ବିଭାଗ ଦାୟିତ୍ୱ ଦିଆଯାଇଛି।

ଅର୍ଥ - ଅଜିତ ପାୱାର

କୃଷି - ଧନଞ୍ଜୟ ମୁଣ୍ଡେ

ସମବାୟ - ଦିଲ୍ଲୀପ ବଲସେ ପାଟିଲ

ଚିକିତ୍ସା ଶିକ୍ଷା - ହସନ ମୁଶରିଫ

ଖାଦ୍ୟ ଏବଂ ନାଗରିକ ସାମଗ୍ରୀ - ଛଗନ ଭୁଜବଲ

ଖାଦ୍ୟ ଏବଂ ଔଷଧ ପ୍ରଶାସନ - ଧର୍ମରାମ ଅତ୍ରାମ

କ୍ରୀଡା - ଅନୀଲ ଭାଇଦାସ ପାଟିଲ

ମହିଳା ଓ ଶିଶୁ କଲ୍ୟାଣ - ଅଦିତି ତଟକେରେ

ଜୁଲାଇ ୨ ତାରିଖରୁ ଅଜିତ ପାୱାର ଉପ-ମୁଖ୍ୟମନ୍ତ୍ରୀ ଓ ଅନ୍ୟମାନେ ମନ୍ତ୍ରୀ ଭାବେ ଶପଥ ନେଇ ସାରିଥିବା ବେଳେ ସେମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ ହୋଇନଥିଲା । ବିଭାଗ ବଣ୍ଟନ ନେଇ ଟଣାଓଟରା ଚାଲିଥିଲା ବୋଲି ଖବର ଆସିଥିଲା । କାରଣ ଅଜିତ ପାୱାର କାଳେ ତାଙ୍କ ପାଇଁ ଅର୍ଥ ବିଭାଗ ଦାବି କରିଥିଲେ । ସେହିଭଳି ତାଙ୍କ ଦଳର ଅନ୍ୟ ସଦସ୍ୟଙ୍କ ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି ସୁରକ୍ଷା ସହିତ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ବିଭାଗ ଦାବି କରିଥିଲେ । ସେ ତାଙ୍କ ଜିଦ୍‌ରେ ଅଟଳ ରହିବାରୁ ବିଭାଗ ବଣ୍ଟନରେ ବିଳମ୍ବ ହେଲା ବୋଲି କୁହାଯାଉଛି ।

Advertisment
NCP Finance Ajit Pawar
Advertisment
Advertisment