/odishatv-khabar/media/post_attachments/uploadimage/library/16_9/16_9_0/a_1689136012.jpg)
BJD receives rs 622 Crore donations through electoral bond
ଦେଶରେ ଆଞ୍ଚଳିକ ଦଳ ମଧ୍ୟରେ ବିଜେଡିକୁ ମିଳିଛି ସର୍ବାଧିକ ଇଲେକ୍ଟୋରାଲ୍ ବଣ୍ଡ୍। ଆସୋସିଏସନ ଫର୍ ଡେମୋକ୍ରେଟିକ୍ ରିଫର୍ମସ(ADR) ରିପୋର୍ଟରୁ ଏହି ତଥ୍ୟ ପ୍ରକାଶ ପାଇଛି। ଇଲେକ୍ଟୋରାଲ୍ ବଣ୍ଡ୍ ଆସିବା ପରେ ବିଜେଡିର ଆୟ ବଢ଼ିବାରେ ଲାଗିଛି। ୨୪ ଆଞ୍ଚଳିକ ଦଳ ମଧ୍ୟରୁ ବିଜେଡିକୁ ସର୍ବାଧିକ ୬୨୨ କୋଟି ଟଙ୍କା ଚାନ୍ଦା ଆକାରରେ ମିଳିଛି। ବିଜେଡିକୁ ମିଳିଥିବା ଚାନ୍ଦାର ଏହା ୮୯. ୮୧%।
ଗତ ୬ ବର୍ଷରେ ବିଜେଡିକୁ ମୋଟ୍ ୬୯୨ କୋଟି ୬୦ ଲକ୍ଷରୁ ଅଧିକ ଟଙ୍କା ମିଳିଥିବା ବେଳେ ଇଲେକ୍ଟୋରାଲ୍ ବଣ୍ଡ୍ ବାବଦରେ ମିଳିଛି ୬୨୨ କୋଟି। ସେହିପରି କର୍ପୋରେଟ ଡୋନେସନରୁ ୬୭ କୋଟି ୨୮ ଲକ୍ଷ ଟଙ୍କା ମିଳିଛି। ଅନ୍ୟାନ୍ୟ ସୂତ୍ରରୁ ୩ କୋଟି ୩୨ ଲକ୍ଷ ଟଙ୍କା ମିଳିଛି। ବିଜେଡି ତଳକୁ ରହିଛି ଡିଏମ୍କେ। DMKକୁ ୪୩୧ କୋଟି ୫୦ ଲକ୍ଷ ଟଙ୍କା ମିଳିଛି।
ତୃତୀୟରେ ଥିବା ଟିଆରଏସ୍କୁ ୩୮୩ କୋଟି ଏବଂ ଚତୁର୍ଥ ସ୍ଥାନରେ ଥିବା YSR କଂଗ୍ରେସକୁ ୩୩୦ କୋଟି ଟଙ୍କା ମିଳିଛି। ଗତ ୬ ବର୍ଷ ମଧ୍ୟରେ ୩୧ଟି ଦଳକୁ ୧୬ ହଜାର ୪୩୭ କୋଟି ଟଙ୍କାର ଦାନ ମିଳିଥିବାବେଳେ ଇଲେକ୍ଟୋରାଲ୍ ବଣ୍ଡ୍ ଆକାରରେ ୯ ହଜାର ୧୮୮ କୋଟିରୁ ଅଧିକ ଟଙ୍କା ମିଳିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)