5T ସଚିବଙ୍କ ଗସ୍ତ ନେଇ ବଢୁଛି ସରକାରଙ୍କ ଅଡୁଆ । ଗୋ-ବ୍ୟାକ୍ ନାରା ପରେ ଟେନ୍ସନ୍ରେ ପାଣ୍ଡିଆନ । ଚାପରେ ବଦଳିଲା କି ଆଭିମୁଖ୍ୟ ? ପଲିଟିକାଲ୍ ଷ୍ଟାଇଲ୍ ଗସ୍ତକୁ ଅଭିଯୋଗ ଶୁଣାଣିର ରୂପ ଦେବାକୁ ଉଦ୍ୟମ । ପ୍ରଥମେ ପ୍ରଥମେ ଯେତେବେଳେ ଫାଇଭ୍-ଟି ସଚିବ ଜିଲ୍ଲା ବୁଲିବା ଆରମ୍ଭ କଲେ, ସବୁକିଛି ସ୍ୱାଭାବିକ ଥିଲା। କିନ୍ତୁ ପରେ ପରେ ଭଦ୍ରକ, ଜଗତସିଂହପୁର, ସୁବର୍ଣ୍ଣପୁର, ବୌଦ୍ଧ, ଅନଗୁଳ, ଢେଙ୍କାନାଳ ଆଦି ଜିଲ୍ଲା ଗସ୍ତ ବେଳେ କେଉଁଠି ବିରୋଧୀ କଳା ପତାକା ଦେଖାଇଲେ ତ ଆଉ କେଉଁଠି କାରକେଡ୍ ଉପରକୁ ହେଲା ଅଣ୍ଡାମାଡ଼। କେବଳ ବିରୋଧ ହେଉନି ଏବେ ସଚିବଙ୍କ ଗସ୍ତକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ବି ସିଧାସଳଖ ନିଶାନା କରାଯାଉଛି। ଏହାକୁ ନେଇ ସରକାର ଅଡୁଆରେ ପଡ଼ିବା ପରେ ବଦଳିଛି ଆଭିମୁଖ୍ୟ।
Published By: Satyendu Shekher Mishra
Last updated: 12 July 2023, 09:56 PM IST
ସେମାନଙ୍କ ଦେଶର ବଜେଟଠୁ କିଟ୍ ବଜେଟ ଅଧିକ କହିବା ନିନ୍ଦନୀୟ। ଓଡିଶା ସରକାର ଦେଖାଇଦେବା ଦରକାର ଯେ, ଦେଶ ଉପରେ କଥା ଆସିଲେ କାହାକୁ ଛଡା ଯିବା ଉଚିତ ନୁହେଁ। ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ କିଟ୍ ବିରୋଧରେ ନେବା ଦରକାର। ନଚେତ ବିଦେଶୀ ଛାତ୍ରଛାତ୍ରୀ ଓଡ଼ିଶା ଆସି ପଢିବା ପାଇଁ ଭୟ କରିବେ ବୋଲି ପୂର୍ବତନ ମୁଖ୍ୟ ଶାସନସଚିବ ଚେତାଇ ଦେଇଛନ୍ତି।