Advertisment

ରାଜ୍ୟରେ ଗ୍ରିଭାନ୍ସର ନୂଆ ଷ୍ଟାଇଲ୍ ନିଷ୍ପତ୍ତିକୁ ନେଇ ତେଜିଲା ବିବାଦ

ରାଜ୍ୟରେ ସ୍ଥାଣୁ ପାଲଟିଛି କି ଅଭିଯୋଗ ଶୁଣାଣି ବ୍ୟବସ୍ଥା ? ଜିଲ୍ଲା ପ୍ରଶାସନର କ୍ଷମତା ସଂକୋଚନ ଆଶଙ୍କା କରି ବର୍ଷିଲେ ବିରୋଧୀ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Odisha Politics Over Grievance Hearings

Odisha Politics, Naveen Patnaik

ଅଭିଯୋଗ ଶୁଣାଣିର ନୂଆ ଷ୍ଟାଇଲକୁ ନେଇ ବିବାଦ । ଜିଲ୍ଲା ଓ ରାଜ୍ୟସ୍ତରରେ ଅଭିଯୋଗ ଶୁଣାଣି କ୍ଷମତାକୁ ସଙ୍କୁଚିତ କରାଯାଉଛି କି ? ଗୌଣ ହୋଇଯାଉନି ତ ବ୍ଲକ, ଜିଲ୍ଲା ଓ ରାଜ୍ୟ ପ୍ରଶାସନ ? ଅଭିଯୋଗ ଶୁଣାଣିର ନୂଆ ବ୍ୟବସ୍ଥାକୁ ବିଜେପି ଓ କଂଗ୍ରେସର ବିରୋଧ । ଫାଇଭ ଟି ସଚିବଙ୍କ ପଲିଟିକାଲ୍ ଷ୍ଟାଇଲ ଜିଲ୍ଲା ଗସ୍ତକୁ ଜନ ଅଭିଯୋଗ ଶୁଣାଣିର ଜାମା ପିନ୍ଧା ଯିବା ପରେ ତେଜିଲା ରାଜନୀତି ।

Advertisment

ପାଣ୍ଡିଆନଙ୍କ ଗସ୍ତକୁ ବିରୋଧୀଙ୍କ ପ୍ରବଳ ବିରୋଧକୁ ପ୍ରତିହତ କରିବାକୁ ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କ ଅଡିଓ ଶୁଣାଗଲା ,ଏହା ପରେ ଭିଡିଓ କଲ୍‌ର ସାହାରା ନିଆଗଲା । ଆଉ ଶେଷରେ ଜନ ଅଭିଯୋଗ ଶୁଣାଣିର ସମୀକ୍ଷା କରି ସିଏମ୍ଓର କିଛି ଅଫିସରଙ୍କୁ ଲୋକଙ୍କ ପାଖକୁ ଅଭିଯୋଗ ଶୁଣାଣି ପାଇଁ ପଠାଯାଉଥିବା କହିଲେ ମୁଖ୍ୟମନ୍ତ୍ରୀ ।

ଅଧିକ ପଢ଼ନ୍ତୁ: ୨୪ ଭୋଟ୍ ପାଇଁ BJPର କମରକଷା, କର୍ମୀଙ୍କ କାନରେ ବିଜୟ ମନ୍ତ୍ର ଫୁଙ୍କିଲେ ବଂଶଲ

Advertisment

ହେଲେ କେବଳ ଜଣେ ନିର୍ଦ୍ଦିଷ୍ଟ ଅଫିସରଙ୍କୁ ହିଁ କାହିଁକି ପ୍ରାଧାନ୍ୟ ଦିଆଯାଉଛି, ଓ ଶୁଣାଣିର ପରିବର୍ତ୍ତିତ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇ ଘେରିଛନ୍ତି ବିରୋଧୀ । ବିଜେପି କହିଛି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ କାମ କରୁନି। ୨୩ ବର୍ଷରେ ମୁଖ୍ୟମନ୍ତ୍ରୀ ୨୩ ଥର ବି ତାଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଯାଇ ନଥିବେ। ସେହିପରି ଜିଲ୍ଲା ପ୍ରଶାସନ ଥାଉ ଥାଉ ଶହ ଶହ କୋଟି ଖର୍ଚ୍ଚ କରି ଅଭିଯୋଗ ଶୁଣାଣି କରିବା ଆଇନ ସମ୍ମତ ନୁହେଁ।

ତେବେ ସବୁଆଡ଼ୁ ଚାପ ପଡ଼ିବା ପରେ କେବଳ ବିଚଳତ ହୋଇ ଡୋର ଷ୍ଟେପ୍ ଶୁଣାଣି ସୁଆଙ୍ଗ ଚାଲିଥିବା କହି ମୁଖ୍ୟମନ୍ତ୍ରୀଙ୍କୁ ନିଶାନା କରିଛି ଦଳ। ସେପଟେ କଂଗ୍ରେସ ବି, ଯଦି ଫାଇଭ୍ ଟି ସଚିବ ଜିଲ୍ଲା ଯାଇ ଅଭିଯୋଗ ଶୁଣାଣି କରିବେ ତାହେଲେ ଜିଲ୍ଲାପାଳ କଣ କରିବେ ବୋଲି ପ୍ରଶ୍ନ କରିଛି।

ସେପଟେ ରାଜ୍ୟ ସରକାରଙ୍କ ଜନଶୁଣାଣି ୱେବସାଇଟ୍ –ଇ-ଅଭିଯୋଗରେ ପେଣ୍ଡିଂ ପଡ଼ିଛି ପୁଳା ପୁଳା ଅଭିଯୋଗ । ମାର୍ଚ୍ଚ ୨୦୨୩ ସୁଦ୍ଧା ପ୍ରାୟ ୨୫ ହଜାର ଅଭିଯୋଗ ପେଣ୍ଡିଂ ଥିବା ମୁଖ୍ୟ ଶାସନ ସଚିବଙ୍କ ଚିଠିରୁ ସ୍ପଷ୍ଟ ହେଉଛି । ସେପଟେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷାରୁ ୨୦ଟି ଜିଲ୍ଲାରୁ ୧୮ ହଜାର ଅଭିଯୋଗ ଆସିଥିବା କୁହାଯାଇଛି । ତେବେ ଏସବୁ ଅଭିଯୋଗର ସମାଧାନ ହେବ ତ ? ଅଭିଯୋଗକାରୀ ବି ଆଶଙ୍କାରେ।

ଯେମିତିକି କୋରାପୁଟ ଯୁବ ସଂଗଠନର ଆବାହକ ରବୀନ୍ଦ୍ର ମହାପାତ୍ର । ସେ ଫାଇଭ୍ ଟି ସ୍କୁଲ୍ ନିର୍ମାଣ କାମରେ ବ୍ୟାପକ ଅନିମିୟତା ହୋଇଥିବା ଅଭିଯୋଗ କରି ଏପ୍ରିଲ ମାସରେ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠର ଦ୍ୱାରସ୍ଥ ହୋଇଥିଲେ । ହେଲେ ଆଜି ଯାଏଁ ଫଳ ଶୂନ। କେନ୍ଦ୍ରାପଡ଼ା ଗରାପୁରର ଗୋପୀନାଥ ଦାସଙ୍କର ବି ସମାନ ଅଭିଯୋଗ। ଜମି ପଟ୍ଟା ସଂଶୋଧନ ନେଇ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିବାର ୪ ବର୍ଷ ପରେ ବି କିଛି ସୁଫଳ ପାଇନାହାନ୍ତି ଗୋପୀନାଥ।

ଫାଇଭ ଟି ସଚିବଙ୍କ ପଲିଟିକାଲ୍ ଷ୍ଟାଇଲ କାର୍ଯ୍ୟକ୍ରମକୁ ଅଭିଯୋଗ ଶୁଣାଣିର ଆଖ୍ୟା ଦିଆଯିବା ପଛରେ ଭୟ ନା ରହିଛି ଅନ୍ୟ କିଛି କାରଣ, ତାକୁ ନେଇ ସରଗରମ ରାଜନୀତି।

BJD BJP Congress CM Naveen Patnaik Odisha Politics 5T
Advertisment
Advertisment