Advertisment

ବିରୋଧ ସତ୍ତ୍ୱେ ବନ୍ଦ ହେଉନି ପାଣ୍ଡିଆନଙ୍କ ଗସ୍ତ,ପଲିଟିକାଲ୍ ଷ୍ଟାଇଲରେ ରାଜ୍ୟ ବୁଲୁଛନ୍ତି 5T ସଚିବ

ଢେଙ୍କାନାଳରେ ବିଜେପିର ଜୋରଦାର ପ୍ରତିବାଦ । ବିଜେଡି କାର୍ଯ୍ୟକ୍ରମରେ 5T ସଚିବଙ୍କ ଆବିର୍ଭାବ

author-image
Prangyan Parimita
ଅଦ୍ୟତନ ହୋଇଛି
undefined

5T secretary

କେନ୍ଦ୍ରର ଚିଠି, ରାଜ୍ୟବ୍ୟାପୀ ବିରୋଧୀଙ୍କ ବିରୋଧ ଓ ତାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବି ଘନ ଘନ ଆକ୍ରମଣ ପରେ ମଧ୍ୟ ବନ୍ଦ ହେଉନି ଫାଇଭ୍ ଟି ସଚିବଙ୍କ ପଲିଟିକାଲ ଷ୍ଟାଇଲରେ ଜିଲ୍ଲାଗସ୍ତ। ଅନଗୁଳ ପରେ ଆଜି ପାଣ୍ଡିଆନଙ୍କ ଢେଙ୍କାନାଳ ଗସ୍ତକୁ ବି ଜୋରଦାର ବିରୋଧ କରିଛି ବିଜେପି। ସେପଟେ ଦଳୀୟ କାର୍ଯ୍ୟକ୍ରମରେ ପାଣ୍ଡିଆନଙ୍କ ଆବିର୍ଭାବକୁ ନେଇ ବି ତେଜିଛି ଟୁଇଟର ୱାର। ସାଂସଦ ଅପରାଜିତା ଏହି ପ୍ରସଙ୍ଗରେ ପୁଣି ହମଲା କରିଥିଲା ବେଳେ, ଜବାବ ରଖିଛି ବିଜେଡି।...

Advertisment

ଫାଇଭଟି ସଚିବଙ୍କ ଗସ୍ତକୁ ନେଇ ଏବେ ଟେନସନରେ ବିଜେଡି ! ରାଜ୍ୟ ସାରା ବିରୋଧ, ହେଲେ ବନ୍ଦ ହେଉନି ପାଣ୍ଡିଆନଙ୍କ ଗସ୍ତ । ମୁଖ୍ୟମନ୍ତ୍ରୀଙ୍କ ଜାଣତରେ ନା ଅଜାଣତରେ ପଲିଟିକାଲ୍ ଷ୍ଟାଇଲରେ ରାଜ୍ୟ ବଲୁଛନ୍ତି ଫାଇଭ୍ ଟି ସଚିବ ? ଯେତିକି ଯେତିକି ଜିଲ୍ଲା ବୁଲୁଛନ୍ତି ସେତିକି ସେତିକି ବଢୁଛି ବିରୋଧ ।

ଯୁଦ୍ଧଂ ଦେହି ମୁଦ୍ରାରେ ବିଜେପି । କାଲି ଅନୁଗୁଳରେ ତୀବ୍ର ବିରୋଧ ପରେ ଆଜି ଢେଙ୍କାନାଳରେ ବି କଳା ପୋଷାକ ପିନ୍ଧି ଜୋରଦାର ପ୍ରତିବାଦ କରିଛି ଦଳ। ପୂର୍ବତନ ସାଂସଦ ରୁଦ୍ରପାଣିଙ୍କ ନେତୃତ୍ୱରେ ଗଣେଶ ବଜାର ଟାଉନ ହଲ୍ ସାମ୍ନାରେ ଦଳୀୟ ନେତା ଓ କର୍ମୀ ଗୋ ବ୍ୟାକ୍ ନାରା ସାଙ୍ଗକୁ ତାମିଲ ଭଗାଅ, ଓଡ଼ିଶା ବଞ୍ଚାଅ ଭଳି ପ୍ଲାକାର୍ଡ ପ୍ରଦର୍ଶନ କରି ରାଜ୍ୟ ଶାସନ ବ୍ୟବସ୍ଥା ଉପରେ ପ୍ରଶ୍ନ ଠିଆ କରିଛନ୍ତି।...

Advertisment

ଏପଟେ ଯୁବ ବିଜେଡି କାର୍ଯ୍ୟକାରିଣୀରେ ଭର୍ଚୁଆଲ ମୋଡରେ ପାଣ୍ଡିଆନଙ୍କ ଭାଇରାଲ ଫଟୋ ଆସିବାକୁ ନେଇ ତେଜିଛି ବିବାଦ। ଟୁଇଟରରେ ଲଢ଼େଇ । ଦଳୀୟ ଯୁବକର୍ମୀଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସମ୍ବୋଧିତ କରିବା ପୂର୍ବରୁ ଭର୍ଚୁଆଲ ସ୍କ୍ରିନରେ ପାଣ୍ଡିଆନ୍ ଦୃଶ୍ୟମାନ ହୋଇଥିବା କୁହାଯାଉଛି । ଦଳର ଛାମୁଆ ସଂଗଠନର କର୍ମୀମାନେ ବି ସୋସିଆଲ୍ ମିଡିଆରେ ଏପରି ଫଟୋ ଛାଡ଼ିଛନ୍ତି। ଯାହାକୁ ନେଇ ସାଂସଦ ଅପରାଜିତା ଟୁଇଟ୍ କରି ପୁଣି ଶାସନ ବ୍ୟବସ୍ଥା ଉପରେ ବର୍ଷିଛନ୍ତି। ଲେଖିଛନ୍ତି ଓଡ଼ିଶାରେ ଶାସନ ବ୍ୟବସ୍ଥା ହାସ୍ୟାସ୍ପଦ ହୋଇ ସାରିଛି।

ଆମ ସରକାରଙ୍କୁ ନେଇ ଲଜ୍ଜା ଅନୁଭବ ହେଉଛି। କେତେକ ନିର୍ଦ୍ଦିଷ୍ଟ କର୍ମଚାରୀ ରାଜନୈତିକ କାର୍ଯ୍ୟକ୍ରମକୁ ଆସୁଛନ୍ତି, ଯାହା ଚିନ୍ତାଜନକ ବିଷୟ ବୋଲି ଅପରାଜିତା ଲେଖିବା ସହ ୨୦୨୪ ନିର୍ବାଚନ ପରେ ଏମିତି ସରକାର ଚାଲିବନି ଦୃଢୋକ୍ତି ବାଢ଼ିଛନ୍ତି। ତେବେ ପ୍ରତି ଜବାବରେ ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର ବି ସାଂସଦ ଅପରାଜିତାଙ୍କ ଉପରେ ପାଲଟା ଟୁଇଟ୍ ହମଲା କରିଛନ୍ତି। ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ଶାସନ ବ୍ୟବସ୍ଥାକୁ ଲୋକଙ୍କ ପାଖକୁ ନେଉଛନ୍ତି, ତାହା ଆପଣଙ୍କୁ ଅସୁଖୀ କରୁଛି। ତାର କାରଣ ଶାସନ ଯେ ଏତେ ଜନ ଦରଦୀ ଓ ପରିବର୍ତ୍ତନକାରୀ ହୋଇପାରେ ତାହା ଆପଣଙ୍କ ଭାବନାର ବାହାରେ।..

ପଲିଟିକାଲ ଷ୍ଟାଇଲରେ ପାଣ୍ଡିଆନଙ୍କ ଏଭଳି ଜିଲ୍ଲା ଗସ୍ତ ରାଜନୀତିର ପ୍ରମୁଖ ବିବାଦୀୟ ପ୍ରସଙ୍ଗ ପାଲଟିଥିବା ବେଳେ ବିଜେଡିର ବରିଷ୍ଠ ନେତା ଏହାକୁ କେଉଁ ପର୍ଯ୍ୟନ୍ତ ସହ୍ୟ କରୁଛନ୍ତି ଏବଂ ବିରୋଧୀଙ୍କ ବିରୋଧ ଭିତରେ ଆଗକୁ ଏ ପ୍ରସଙ୍ଗ କେଉଁ ମୋଡ଼ ନେଉଛି ଏବେ ତା ଉପରେ ନଜର।...

BJD BJP 5T Secretary
Advertisment
Advertisment