ବ୍ଲକ୍ ଉପାଧ୍ୟକ୍ଷ ପଦକୁ ନେଇ ସରଗରମ ଦିଗପହଣ୍ଡି ରାଜନୀତି । ମୁହାଁମୁହିଁ ହେଲେ ବିଜେଡି ବନାମ ବିଜେଡି ଗୋଷ୍ଠୀ..ପାଟିମୁଣ୍ଡ ସହ ହେଲା ପୋଡାଜଳା
ଜାଗା ମିଶନକୁ ନେଇ ବସ୍ତି ବାସିନ୍ଦାଙ୍କ ମଧ୍ୟରେ ତେଜୁଛି ଅସନ୍ତୋଷ । ଶାସକ ଦଳ ବିରୋଧରେ ବଢୁଛି ବିରୋଧ । କାହିଁକି ନା କେଉଁଠି ମାଗି ମାଗି ଦେଇ ନାହାନ୍ତି ହେଲେ ଆଉ କେଉଁଠି ଦଖଲ ଠାରୁ ବି ଢେର ଅଧିକା ଦେଇଛନ୍ତି । ଯାହାକୁ ଦେଇ ନାହାନ୍ତି ଅସନ୍ତୋଷ ତେଜିବା ସ୍ୱାଭାବିକ ।
ଜାଗା ମିଶନକୁ ନେଇ ବଢୁଛି ଅଡୁଆ, ହରଡଘଣାରେ ସରକାର । ଯେଉଁଠି ଲାଗିଛି ମୁଖ୍ୟମନ୍ତ୍ରୀଙ୍କ ଜାଗା ମିଶନର ପୋଷ୍ଟର, ସେଠି ଜାଗା ମିଶନର ନାଁ ଗନ୍ଧ ହିଁ ନାହିଁ । ଯେଉଁଥିପାଇଁ ଲାଗି ରହିଛି ଅସନ୍ତୋଷ ।
5T ସଚିବଙ୍କ ପାଇଁ ସଭା ଆୟୋଜନ କରି ଅନୁପସ୍ଥିତିକୁ ନେଇ ପ୍ରଶ୍ନ ।
ବ୍ଲକ ଅଫିସ ସାମ୍ନାରେ ହଙ୍ଗାମା କଲେ ବିପିନଙ୍କ ସମର୍ଥକ । ଦଳୀୟ କନ୍ଦଳର ଗୋହି ଖୋଳିଲେ ପୂର୍ବତନ ଅଧ୍ୟକ୍ଷଙ୍କ ଗୋଷ୍ଠୀ ।
ପାର୍ଲାମେଣ୍ଟରେ ଆସିପାରେ ‘ୱାନ୍ ନେସନ-ୱାନ୍ ଇଲେକ୍ସନ’ ବିଲ୍ ।
ତାଲିବାନୀ ଶାସନକୁ ପ୍ରୋତ୍ସାହନ ଦେଉଥିବାରୁ ସ୍ଥାନୀୟ ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ସିପିଆଇଏମ୍ ନେତାମାନେ ତାଙ୍କୁ ଖୁବ୍ ସମାଲୋଚନା କରିଛନ୍ତି ।
ସେପ୍ଟେମ୍ବର ୧୮ରୁ ୨୨ ଯାଏଁ ଚାଲିବ ସ୍ୱତନ୍ତ୍ର ଅଧିବେଶନ । ୫ଟି କାର୍ଯ୍ୟଦିବସରେ ଚାଲିବ ଲୋକସଭା ଓ ରାଜ୍ୟସଭା ଅଧିବେଶନ ।
କିଏ ହେବେ ବାଚସ୍ପତି ତାକୁ ନେଇ ଚର୍ଚ୍ଚା ଲାଗି ରହିଛି। ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେବା ପରଠାରୁ ଖାଲି ରହିଛି ବିଧାନସଭାର ବାଚସ୍ପତି ପଦବୀ ।
ବିପ୍ଲବ ପାତ୍ର ବନାମ୍ ବିପିନ ପ୍ରଧାନ । ଆଜିର ନିର୍ବାଚନ ବାତିଲ ପରେ ଉତ୍ତେଜନା । ସୁନୀତା ସେଠୀଙ୍କ ମୃତ୍ୟୁ ପରେ ଉପନିର୍ବାଚନ ହେଉଛି ।
ଆସନ୍ତା ୨୧ ତାରିଖରେ ବିଧାନସଭା ବାଚସ୍ପତି ନିର୍ବାଚନ ହେବ। କିଏ ହେବେ ନୂଆ ବାଚସ୍ପତି, ତାକୁ ନେଇ ଚର୍ଚ୍ଚା ଜୋରଦାର ହେଉଛି। ଲିଷ୍ଟରେ ପ୍ରଫୁଲ ସାମଲ, ଦେବୀ ମିଶ୍ର, ଅମର ଶତପଥୀ ଓ ନୃସିଂହ ସାହୁଙ୍କ ନାଁ ରହିଛି।
ଯାଜପୁରରେ 5T ସଚିବ ଭି କେ ପାଣ୍ଡିଆନଙ୍କୁ ପୁଣି ଜୋରଦାର୍ ବିରୋଧ
ବିକ୍ରମ ଆରୁଖଙ୍କ ଇସ୍ତଫା ପରେ ଖାଲି ପଡ଼ିଛି ବାଚସ୍ପତି ପଦ
ବୈଠକରେ ଖଡ଼ଗେଙ୍କ ନାଁରେ ବାଜିପାରେ ମୋହର । ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ହେବ ରୋଡମ୍ୟାପ୍ । ମେଣ୍ଟର ସାଂଗଠନିକ ରୂପରେଖ ବି ସ୍ଥିର ହେବ ।
ବିଜେଡିର ମହିଳା ଭୋଟ୍ ବ୍ୟାଙ୍କକୁ ଚେକ୍ ଦେବ କି କେନ୍ଦ୍ରର ନିଷ୍ପତ୍ତି ? କମିଲା ରନ୍ଧନ ଗ୍ୟାସ ଦର । ରାଜ୍ୟରେ ୫ ଲକ୍ଷ ନୂଆ ହିତାଧିକାରୀଙ୍କୁ ମିଳିବ ଉଜ୍ଜ୍ୱଳା ସଂଯୋଗ..
ଜାଗା ମିଶନରେ ଫର୍ମ-୨ ପରେ ସର୍ଭେକୁ ନେଇ ଦ୍ୱନ୍ଦ୍ୱ । ଡ୍ରୋନ୍ ସର୍ଭେକୁ ନେଇ ପ୍ରଶ୍ନ ଉଠାଇଲେ ହିତାଧିକାରୀ..
ଜାଗା ମିଶନରେ ଫର୍ମ-୨ ପରେ ସର୍ଭେକୁ ନେଇ ଦ୍ୱନ୍ଦ୍ୱ । ଡ୍ରୋନ ସର୍ଭେକୁ ନେଇ ପ୍ରଶ୍ନ ଉଠାଇଲେ ହିତାଧିକାରୀ । କାହାକୁ ମେଞ୍ଚେ ତ କାହାକୁ କେଞ୍ଚେ ।
କମିଲା ଗ୍ୟାସ୍ ଦର, ରାଜ୍ୟରେ ଆଉ ୫ ଲକ୍ଷ ହିତାଧିକାରୀଙ୍କୁ ମିଳିବ ଉଜ୍ଜ୍ୱଳା ।
ଏହିଭଳି ଜଣେ ନେତାଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଚୟନ କଲେ ତାହା ଦେଶ ପାଇଁ ଶୁଭଙ୍କର ହେବ ବୋଲି ଆପ କହିଛି ।
5T ସଚିବଙ୍କ ଯାଜପୁର ଗସ୍ତ ବେଳେ ବିରୋଧ କରୁଥିବା କଂଗ୍ରେସ କର୍ମୀଙ୍କୁ 5T ବାହିନୀ ଆକ୍ରମଣ କରିବା ଘଟଣାକୁ ବିଜେପି କଠୋର ଭାବେ ନିନ୍ଦା କରିଛି।
ଜାଗା ମିଶନରେ ମିଳୁଥିବା ଫର୍ମ-୨କୁ ନେଇ ନାନା ଦ୍ୱନ୍ଦ୍ୱ । କେବଳ ଭୋଗ ଦଖଲ ଛଡ଼ା ଆଉ କିଛି କରିପାରିବେନି ହିତାଧିକାରୀ । ବିରୋଧୀଙ୍କ ପ୍ରଶ୍ନ ‘୨୦୧୮ର ଯୋଜନା, ଏବେ ପଟ୍ଟା ବାଣ୍ଟିଲ କାହିଁକି’?
ଯାଜପୁରରେ 5T ଲେଖା ଟି-ସାର୍ଟ ପିନ୍ଧି ଆବିର୍ଭାବ ହେଲେ ଯୁବ ଗୋଷ୍ଠୀ । ହାତରେ ବାଉଁଶ ବହ୍ଲା ଧରି ପୋଲିସ୍ ଉପସ୍ଥିତିରେ କଲେ ଉତ୍ପାତ ।
ସେପଟେମ୍ବର ୨ୟ ସପ୍ତାହରେ ଭାଙ୍ଗିବାକୁ ହୋଇପାରେ ନିଷ୍ପତ୍ତି । ଲୋକସଭା ଭୋଟ୍ ବି ଆଗୁଆ ହେବା ନେଇ କଳ୍ପନା ଜଳ୍ପନା ।
ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନଙ୍କ କସରତ ..ଆଗୁଆ ନିର୍ବାଚନ ଚର୍ଚ୍ଚାକୁ ଖୋରାକ ଦେଲା ଇସିଆଇ ଅଧିକାରୀଙ୍କ ଗସ୍ତ । ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ ସହ ନିର୍ବାଚନ ସଂପର୍କୀତ ସମୀକ୍ଷା କରିବେ ।
ପ୍ରଶାନ୍ତ ଜଗଦ୍ଦେବ ବିଜେପି ଯିବା ସମ୍ଭାବନା ନେଇ ସସ୍ମିତ ପାତ୍ରଙ୍କ ମନ୍ତବ୍ୟ ପରେ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ‘ସସ୍ମିତଙ୍କ ଆରୋପ ପୂରା ମିଛ, କେନ୍ଦ୍ରମନ୍ତ୍ରୀଙ୍କ ସହ କିଛି ଯୋଗାଯୋଗ ନାହିଁ। ଯଦି ପ୍ରମାଣ ଅଛି ଦିଅନ୍ତୁ, ନା ତୃତୀୟ ମହଲା ଇଙ୍ଗିତରେ ଏକଥା କହୁଛନ୍ତି’ ।