• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ବିଜେଡି ଛାଡ଼ି ବିଜେପିରେ ମିଶିଲେ କଳାହାଣ୍ଡିର ପୂର୍ବତନ ସାଂସଦ ଅର୍କକେଶରୀ ଦେଓ ଓ ତାଙ୍କ ପତ୍ନୀ ମାଳବିକା ଦେଓ । ଭୁବନେଶ୍ୱର ବିଜେପି କାର୍ଯ୍ୟାଳୟରେ ହୋଇଥିବା ଏକ କାର୍ଯ୍ୟକ୍ରମରେ ଅର୍କ କେଶରୀ ଶଙ୍ଖ ଛାଡ଼ି ପଦ୍ମ ଧରିଛନ୍ତି । ସେ ବିଜେଡି ତରଫରୁ କଳାହାଣ୍ଡିର ସାଂସଦ ଥିଲେ । ମଦନପୁର ରାମପୁର ରାଜପରିବାରର ତନ୍ମୟ ପ୍ରତାପ ସିଂହଦେଓ ଓ କୁମାର ସାହେବଙ୍କ ବୋହୂ ତଥା ସେରାମିକ୍‌ ଆର୍ଟିଷ୍ଟ ପୃଥ୍ବୀରାଜ ସିଂହଦେଓଙ୍କ ପତ୍ନୀ ସଂଯୁକ୍ତା ଦେବୀ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି ।

ସେହିପରି ଭଦ୍ରକ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ବନ୍ତ ବ୍ଲକର ପୂର୍ବତନ ଅଧ୍ୟକ୍ଷା ରେବତୀ ନାୟକ ଓ ତାଙ୍କ ସ୍ବାମୀ ସୁଧାଂଶୁ ଶେଖର ନାୟକ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ନିଜ ସମର୍ଥକଙ୍କ ସହିତ ସେମାନେ ପଦ୍ମ ଧରିଛନ୍ତି ।