Odisha Politics
ମନ୍ତ୍ରୀଙ୍କ ନାଁରେ ହେଲିକପଟର ବୁକ୍ ହୋଇଛି । ହେଲେ ବୁଲୁଛନ୍ତି ସଚିବ । ଅଭିଯୋଗ ଶୁଣାଣି ପାଇଁ ଲୋକଙ୍କ ପାଖକୁ ସିଏମ୍ଓ ଯାଉଛି ବୋଲି ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ପରେ ବି ବିଧାନସଭାରେ ଥମୁନି 5-T ଝଡ଼ । ଏହି ପ୍ରସଙ୍ଗକୁ ନେଇ ଆଜି ସରକାରଙ୍କୁ ପୁଣି ଘେରିଛନ୍ତି ବିରୋଧୀ । ସଚିବଙ୍କ ଗସ୍ତବେଳେ ଟେଣ୍ଟ ବନ୍ଧା, ଚେୟାର ପକା ଓ ସୁରକ୍ଷା ବ୍ୟବସ୍ଥାରେ କେତେ ଖର୍ଚ୍ଚ ହୋଇଛି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା । କଂଗ୍ରେସ ମଧ୍ୟ ଟଙ୍କା ବାଣ୍ଟିବା ଓ ନିର୍ବାଚନୀ ପ୍ରଚାର କରିବା ସଚିବଙ୍କ ଗସ୍ତର ଉଦ୍ଦେଶ୍ୟ କହି ବର୍ଷିଛି । ଯାହାକୁ ନେଇ ହୁଲସ୍ତୁଲ ହୋଇଛି ବିଧାନସଭା ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)