/odishatv-khabar/media/post_attachments/uploadimage/library/16_9/16_9_0/IMAGE_1695907442.jpg)
BJP MLA Suspended
ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଡାଲି ଫିଙ୍ଗିଲେ ବିଜେପି ବିଧାୟକ । ଗୃହ ମଧ୍ୟଭାଗରେ ପ୍ରଥମେ ହୋହଲ୍ଲା ପରେ ବିଜେପି ସଦସ୍ୟ ମୋହନ ମାଝୀ ଓ ମୁକେଶ ମହାଲିଙ୍ଗ ବାଚସ୍ପତିଙ୍କ ପୋଡିୟମ ଉପରକୁ ଡ଼ାଲି ମାଡ଼ କରିଥିବାର ସୂଚନା ମଳିଛି ।
ଦୁଇ ବିଜେପି ବିଧାୟକ ପଲିଥିନରେ ଆଣିଥିବା ଡାଲି ଦେଖାଇ ପୋଡ଼ିୟମକୁ ଫିଙ୍ଗିଥିଲେ । ଏନେଇ ଦୁହିଁଙ୍କୁ ବିଧାନସଭାରୁ ସସ୍ପେଣ୍ଡ କରାଯାଇଛି । ଚଳିତ ଅଧିବେଶନ ଶେଷ ପର୍ଯ୍ୟନ୍ତ ସସ୍ପେଣ୍ଡ କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ । ଏଭଳି ଘଟଣା ପରେ ଗୃହକୁ ଆସନ୍ତା ଶନିବାର ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି ବାଚସ୍ପତି ।
ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ‘ବିରୋଧୀ ଦଳ ନେତାଙ୍କୁ ସେମାନେ ମେଣ୍ଟାଲ ଡିଜ୍ଅର୍ଡର କହିଲେ । ଏହାକୁ ବିବରଣୀରୁ ବାଦ୍ ଦେବାକୁ କହିଲୁ, ବାଚସ୍ପତି ଗ୍ରହଣ କଲେନି । ବାଚସ୍ପତି ନିରପେକ୍ଷ ନୁହଁନ୍ତି, ତାଙ୍କ ନିରପେକ୍ଷତା ଆମେ ଦେଖିପାରୁନୁ । ବାଚସ୍ପତି ଦଳର କର୍ମକର୍ତ୍ତା ଭଳି ଆଚରଣ କରୁଛନ୍ତି । ବାଚସ୍ପତି ନିଜେ ସସ୍ପେଣ୍ଡ ହେବା କଥା, ସେ କଣ ସସ୍ପେଣ୍ଡ କରୁଛନ୍ତି । ଏ ସସ୍ପେଣ୍ଡକୁ ଆମେ ଭ୍ରୁକ୍ଷେପ କରୁନୁ, ଆମ ପ୍ରତିବାଦ ଜାରି ରହିବ’ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)