/odishatv-khabar/media/post_attachments/uploadimage/library/16_9/16_9_0/IMAGE_1695660086.jpg)
Pratap Jena
ବହୁଚର୍ଚ୍ଚିତ ମାହାଙ୍ଗା ଡବଲ୍ ମର୍ଡର ମାମଲାରୁ ଆଉ ଖସିପାରିବେନି ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ପ୍ରତାପ ଜେନା । କାରଣ ପ୍ରତାପଙ୍କୁ ଅଭିଯୁକ୍ତ ଦର୍ଶାଇ ତାଙ୍କ ବିରୋଧରେ ହତ୍ୟା, ହତ୍ୟା ଷଡ଼ଯନ୍ତ୍ର ଓ ଧମକ ଆଦି ଏକାଧିକ ସଙ୍ଗୀନ ଦଫାରେ ମାମଲା ଚାଲୁ ରଖିବାକୁ ସାଲେପୁର JMFC କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କେବଳ ଏତିକି ନୁହେଁ, ଧର୍ତ୍ତବ୍ୟ ଅପରାଧ ଭାବେ ମାମଲା ଚାଲୁ ରଖିବାକୁ ବି କୋର୍ଟ କହିଛନ୍ତି । ତା’ ସହ ପ୍ରତାପ ବିଧାୟକ ହୋଇଥିବାରୁ ମାମଲାର ବିଚାର ପ୍ରକ୍ରିୟାକୁ ଭୁବନେଶ୍ବର ସ୍ପେଶାଲ କୋର୍ଟକୁ ପଠାଇ ଦେଇଛନ୍ତି ।
ଏହାକୁ ନେଇ ବିରୋଧୀ ରାଜ୍ୟ ସରକାରଙ୍କୁ ଘେରିଥିବାବେଳେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରତାପ ଜେନା। ଏହି ଘଟଣାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ କହିଲେ ପ୍ରତାପ। ଏହା ବିରୋଧୀ ଦଳଙ୍କ ରାଜନୈତିକ ଷଡ଼ଯନ୍ତ୍ର । ‘ମୋ ଠାରୁ ପରାଜିତ ବିରୋଧୀ ବିଜେପି ପ୍ରାର୍ଥୀ ଏହା କରିଛନ୍ତି । ମୋ ବିରୋଧରେ ଷଡ଼ଯନ୍ତ୍ର କରି ଫସାଇବାକୁ ଉଦ୍ୟମ କରୁଛନ୍ତି’ । କୋର୍ଟରେ ତଥ୍ୟ ରଖିଥିବା ବ୍ୟକ୍ତିଙ୍କୁ ଚ୍ୟାଲେଞ୍ଜ କଲେ ପ୍ରତାପ । ମୋ ସହ ସମସ୍ତଙ୍କ ନାର୍କୋ ଟେଷ୍ଟ କରାଯାଉ ବୋଲି କହିଲେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା । ତେବେ ପ୍ରତାପ ଜେନାଙ୍କ ଅଭିଯୋଗ ପରେ ବିଜେପି ପକ୍ଷରୁ ପ୍ରତିକ୍ରିୟା ମିଳିନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)