/odishatv-khabar/media/post_attachments/uploadimage/library/16_9/16_9_0/IMAGE_1695912435.jpg)
Odisha Assembly
ବାଚସ୍ପତିଙ୍କ ପୋଡ଼ିୟମକୁ ଡାଲି ମାଡ଼କୁ ନେଇ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ଓ ମୋହନ ମାଝୀଙ୍କୁ ସସ୍ପେଣ୍ଡ ପରେ ପ୍ରତିକ୍ରିୟା ରଖିଛନ୍ତି ଉଭୟ ନେତା । ସସ୍ପେଣ୍ଡ ନେଇ ବିଧାୟକ ମୁକେଶ ମହାଲିଙ୍ଗ ପ୍ରତିକ୍ରିୟା ରଖି କହିଛନ୍ତି, ଡାଲି ହେଉଛି ଏକ ସିମ୍ବଲ । ତେଣୁ ଆମେ ଡାଲିକୁ ନେଇ ପ୍ରତିବାଦ କରିଥିଲୁ । ତାହା ଛଡ଼ା ମୁକେଶ ଆହୁରି କହିଛନ୍ତି, ବିରୋଧୀ ଦଳ ନେତାଙ୍କୁ ମନ୍ତବ୍ୟ ଦେବାକୁ ସୁଯୋଗ ଦିଆଯାଉନି ।
ସେ ଡାଲି ଭଲ ପାଉଥିବାରୁ ତାଙ୍କୁ ଡାଲି ଉପହାର ଦେଉଥିଲୁ । ବାଚସ୍ପତି ନିର୍ଦ୍ଦଳୀୟ ନିଷ୍ପତ୍ତି ନେବା କଥା, ହେଲେ ସେ ସେମିତି କରୁନାହାନ୍ତି । ସେ ନିରପେକ୍ଷ ହେଉନଥିବାରୁ ପ୍ରତିବାଦରେ ଡାଲି ଉପହାର ଦେଉଥିଲୁ ବୋଲି ମୁକେଶ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି । ଏହା ବ୍ୟତୀତ ମୁକେଶ ଆହୁରି କହିଛନ୍ତି ଯେ, ତାଙ୍କ ପ୍ରତି ଆମର ଅସମ୍ମାନ ନାହିଁ ତାଙ୍କୁ କେବଳ ଆମେ ଡାଲି ଉପହାର ଦେଉଥିଲୁ ।
ସେପଟେ ଏହି ପ୍ରସଙ୍ଗରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ବିନା ଦୋଷରେ ସସ୍ପେଣ୍ଡ କରାଯାଇଛି । ମୁଁ ଡାଲି ଫୋପାଡ଼ିନି କି ଉପହାର ମଧ୍ୟ ଦେଇନି । ସେ ଡାଲି ଭଲପାଉଥିବାରୁ ଆମ ବିଧାୟକ ଉପହାର ଦେବାକୁ ଆଣିଥିଲେ । ହେଲେ ଏପରି ନିଷ୍ପତ୍ତି ନିନ୍ଦନୀୟ, ଏହାର ଘୋର ପ୍ରତିବାଦ କରିବୁ ବୋଲି ବିଜେପି ବିଧାୟକ ମୋହନ ମାଝୀ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)