/odishatv-khabar/media/post_attachments/uploadimage/library/16_9/16_9_0/IMAGE_1695912141.jpg)
Pramila Mallick
ପୋଡିୟମ ଉପରକୁ ଡାଲି ଫିଙ୍ଗିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ବାଚସ୍ପତି ପ୍ରମିଳା ମଲ୍ଲିକ । ସେ କହିଛନ୍ତି ୨ ବିଧାୟକଙ୍କୁ ସସ୍ପେଣ୍ଡ ଗୃହର ନିଷ୍ପତ୍ତି । ଉଭୟଙ୍କ ଆଚରଣରେ କ୍ଷୁବ୍ଧ ହୋଇ ଗୃହ ଏଭଳି ନିଷ୍ପତ୍ତି ନେଇଛି । ସମ୍ବିଧାନ ବିଧି ଅନୁସାରେ, ଗୃହର ମତ ନେଇ ସସ୍ପେଣ୍ଡ କରାଯାଇଛି ।
#ଗୃହର_ନିଷ୍ପତ୍ତିରେ_ସସ୍ପେଣ୍ଡ- ବାଚସ୍ପତି
୨ ବିଧାୟକଙ୍କୁ ସସ୍ପେଣ୍ଡ ନେଇ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ପ୍ରତିକ୍ରିୟା । ‘ଉଭୟଙ୍କ ଆଚରଣରେ କ୍ଷୁବ୍ଧ ହୋଇ ଗୃହ ଏଭଳି ନିଷ୍ପତ୍ତି ନେଇଛି’ । ‘ସମ୍ବିଧାନ ବିଧି ଅନୁସାରେ, ଗୃହର ମତ ନେଇ ସସ୍ପେଣ୍ଡ କରାଯାଇଛି’ ।#PramilaMallik#OdishaAssembly#OTVpic.twitter.com/xyFSimLYcz— ଓଟିଭି (@otvkhabar) September 28, 2023
ତେବେ ଏନେଇ ବିଧାୟକ ମୋହନ ମାଝୀ କହିଛନ୍ତି ଯେ, ବିନା ଦୋଷରେ ସସ୍ପେଣ୍ଡ କରାଯାଇଛି । ମୁଁ ଡାଲି ଫୋପାଡ଼ିନି କି ଉପହାର ମଧ୍ୟ ଦେଇନି । ସେ ଡାଲି ଭଲପାଉଥିବାରୁ ଆମ ବିଧାୟକ ଉପହାର ଦେବାକୁ ଆଣିଥିଲେ । ଏ ନିଷ୍ପତ୍ତି ନିନ୍ଦନୀୟ, ଏହାର ଘୋର ପ୍ରତିବାଦ କରିବୁ ।
ସେପଟେ ବିଧାୟକ ମୁକେଶ ମହାଲିଙ୍ଗ କହିଛନ୍ତି କି ଡାଲି ଏକ ସିମ୍ବଲ । ବିରୋଧୀ ଦଳ ନେତାଙ୍କୁ ମନ୍ତବ୍ୟ ଦେବାକୁ ସୁଯୋଗ ଦିଆଯାଉନି । ତେଣୁ ଆମେ ଏହାର ପ୍ରତିବାଦ କରିଥିଲୁ । ବାଚସ୍ପତି ଡାଲି ଭଲ ପାଉଥିବାରୁ ତାଙ୍କୁ ଡାଲି ଉପହାର ଦେଉଥିଲୁ । ବାଚସ୍ପତି ନିର୍ଦ୍ଦଳୀୟ ନିଷ୍ପତ୍ତି ନେବା କଥା, ସେ ସେମିତି କରୁନାହାନ୍ତି । ସେ ନିରପେକ୍ଷ ହେଉନଥିବାରୁ ପ୍ରତିବାଦରେ ଡାଲି ଉପହାର ଦେଉଥିଲୁ । ତାଙ୍କ ପ୍ରତି ଆମର ଅସମ୍ମାନ ନାହିଁ, ତାଙ୍କୁ ଡାଲି ଉପହାର ଦେଉଥିଲୁ ।
ସେପଟେ ଏହାକୁ କଟାକ୍ଷ କରି ରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି ଯେ, ‘ବିରୋଧୀ ଦଳ ନେତାଙ୍କୁ ସେମାନେ ମେଣ୍ଟାଲ ଡିଜ୍ଅର୍ଡର କହିଲେ । ଏହାକୁ ବିବରଣୀରୁ ବାଦ୍ ଦେବାକୁ କହିଲୁ, ବାଚସ୍ପତି ଗ୍ରହଣ କଲେନି । ବାଚସ୍ପତି ନିରପେକ୍ଷ ନୁହଁନ୍ତି, ତାଙ୍କ ନିରପେକ୍ଷତା ଆମେ ଦେଖିପାରୁନୁ । ବାଚସ୍ପତି ଦଳର କର୍ମକର୍ତ୍ତା ଭଳି ଆଚରଣ କରୁଛନ୍ତି । ବାଚସ୍ପତି ନିଜେ ସସ୍ପେଣ୍ଡ ହେବା କଥା, ସେ କଣ ସସ୍ପେଣ୍ଡ କରୁଛନ୍ତି । ଏହି ସସ୍ପେଣ୍ଡକୁ ଆମେ ଭ୍ରୁକ୍ଷେପ କରୁନୁ, ଆମ ପ୍ରତିବାଦ ଜାରି ରହିବ’ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)