• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି ବିଧାନସଭାରେ ଏକ ରୋଚକ ସ୍ଥିତି ଦେଖିବକୁ ମିଳିଛି । ବିଧାନସଭାରେ ବାଚସ୍ପତି ମ୍ୟାଡମ ବଦଳରେ ଶୁଣାଗଲା ବାଚସ୍ପତି ’ଅପା’। ନୂତନ ଭାବେ ବାଚସ୍ପତି ହୋଇଥିବା ପ୍ରମିଳା ମଲ୍ଲିକଙ୍କୁ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ `ଅପା´ ବୋଲି କହି ସମ୍ବୋଧନ କରିଥିଲେ । ଯାହାକୁ ନେଇ ନିଜ ନିଜ ସ୍ଥାନରେ ବସି ଆପତ୍ତି ଉଠାଇ ଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଏବଂ ତାରା ପ୍ରସାଦ ବାହିନୀପତି ।

ବିରୋଧୀ ଆପତ୍ତି ଉଠାଇବା ପରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଥିଲେ, ` ମୁଁ ଅପା ବୋଲି ସବୁବେଳେ ଡାକେ, ସେଥିପାଇଁ ପାଟିରୁ ଅପା ଶବ୍ଦ ବାହାରିଗଲ । ଆପଣମାନେ କହୁଛନ୍ତି ତେବେ Hounreble Spekaer Madam ଯଥା `ଅପା´ ବୋଲି କହି ପୁଣି ଥରେ ସମ୍ବୋଧନ କରିଥିଲେ କୃଷି ମନ୍ତ୍ରୀ । ତେବେ ବାଚସ୍ପତି ଏହି ବିଷୟ ଉପରେ ଉତ୍ତର ଦିଅନ୍ତୁ ବୋଲି କହିଲେ ବିରୋଧୀ ।