Advertisment

ଜୟଙ୍କ ଟାର୍ଗେଟ୍ ! ‘ଆମେ ହେଲିକପ୍ଟର ହିସାବ ମାଗିନଥିଲୁ ନବୀନ ଉପରେ ପଡ଼ି ଦେଉଛନ୍ତି’

ପାଲଲହଡା ବିଧାୟକଙ୍କ ବାହାଘର ଓ ତାଳଚେର ବିଧାୟକଙ୍କ ବାପାଙ୍କ ଶୁଦ୍ଧିକ୍ରିୟା ରେ 5-T ସଚିବ ଯିବା ସମୟରେ ହେଲିକପ୍ଟର ବ୍ୟବହାର କଣ ପାଇଁ ହେଲା ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Naveen - Jayanarayan Mishra

Naveen - Jayanarayan Mishra

ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତିକୁ ନେଇ ଥମୁନି ରାଜନୀତି। ଆଜି ବିଧାନସଭାର ଶୂନ୍ୟକାଳରେ ଏହି ପ୍ରସଙ୍ଗକୁ ନେଇ ବର୍ଷିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଦୁଇ ଥର ନବ ଦାସ ଓ 5-T ପ୍ରସଙ୍ଗରେ ଗୃହରେ ସୋ-ମୋଟୋ ବିବୃତି ରଖିଲେ । କିନ୍ତୁ ଯେଉଁ କଲେଜ ଛାତ୍ର ଛାତ୍ରୀ ମାନଙ୍କୁ ବୁହା ହୋଇ ଅଣା ଗଲା ସେଇଟା କେଉଁ ପ୍ରକାର ଜନ ଶୁଣାଣି।

Advertisment

ହେଲିକପ୍ଟର ହିସାବ ଆମେ ମାଗି ନଥିଲୁ । ସେଇଟା ଦେଲେ ଆଉ କହିଲେ ୪୦ କୋଟି ଖର୍ଚ୍ଚ ହୋଇଛି । କିନ୍ତୁ ଟେଣ୍ଟ ଓ ଚେୟାର ପକେଇବା ପାଇଁ ହୋଇଥିବା ଖର୍ଚ୍ଚ କେତେ । ସିକ୍ୟୁରିଟି ଆରେଜମେଣ୍ଟର ଖର୍ଚ୍ଚ କେତେ ତାହାର ହିସାବ ଦିଅନ୍ତୁ ବୋଲି ବିରୋଧୀ ଦଳ ନେତା ଦାବି କରିଛନ୍ତି ।

ପାଲଲହଡା ବିଧାୟକଙ୍କ ବାହାଘର ଓ ତାଳଚେର ବିଧାୟକଙ୍କ ବାପାଙ୍କ ଶୁଦ୍ଧିକ୍ରିୟା ରେ 5-T ସଚିବ ଯିବା ସମୟରେ ହେଲିକପ୍ଟର ବ୍ୟବହାର କଣ ପାଇଁ ହେଲା ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ମନ୍ତ୍ରୀ ପ୍ରଦୀପ ଅମାତଙ୍କ ନାଁରେ ବୁକ ଥିବା ହେଲିକପ୍ଟରକୁ କଟକ ଯିବା ପାଇଁ 5-T ସଚିବ ବ୍ୟବହାର କଲେ କେମିତି। 

Advertisment

ସିଏମଓ କହିଲେ କଣ କେବଳ ଜଣେ ବ୍ୟକ୍ତି କି ? ଅଭିଯୋଗ ଶୁଣାଣି ପାଇଁ ଏତେ ବ୍ୟବସ୍ଥା ଥିବା ସତ୍ତ୍ୱେ ଜଣେ ଯଦି ଅଭିଯୋଗ ଶୁଣିବ ତେବେ ଆମେ ଏତେ ଧଳା ହାତୀ କାହିଁକି ପୋଷିବା ବୋଲି କହି ପ୍ରଶ୍ନ ଉଠାଇବା ସହ ସରକାରକୁ ଏଠି ଲିଜରେ ଦେଇ ଦିଆଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି ।

ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ରାଜ୍ୟରେ ସଚିବ ଶାସନ ଚାଲିଥିବା କହି ବର୍ଷିଥିଲେ । ରାଜ୍ୟରେ ଗଣତନ୍ତ୍ରକୁ ହତ୍ୟା କରାଯାଇଛି। ଗୁମାସ୍ତା ଶାସନ ଚାଲିଛି। କେନ୍ଦ୍ର ସରକାର ଚିଠି କରିଛନ୍ତି ତାଙ୍କ ଉପରେ ତଦନ୍ତ କରିବାକୁ କିନ୍ତୁ ତାହା ହୋଇ ପାରୁନି କାହିଁକି ବୋଲି ପ୍ରଶ୍ନ ଉଠାଇଛନ୍ତି । ଗାନ୍ଧି ମାର୍ଗରେ ଆନ୍ଦୋଳନ ଚାଲିଛି । ତେବେ ଆନ୍ଦୋଳନକାରୀଙ୍କ କଥା ବୁଝିବାକୁ CMO କାହିଁକି ଯାଉନି ବୋଲି ପଚାରିଛନ୍ତି ନରସିଂହ ।

ଶାସକ ଦଳର ମନ୍ତ୍ରୀ, ବିଧାୟକ ଓ ସାଂସଦ ଚଉକି ବୋହିବା ପାଇଁ ଅଛନ୍ତି କି ? ସଭାକୁ ଛାତ୍ର ମାନେ କଣ ଗ୍ରିଭାନସ ପାଇଁ ଯାଉଥିଲେ କି ? ବିରୋଧୀଙ୍କୁ ମୁଖ୍ୟମନ୍ତ୍ରୀ ଜନ ବିରୋଧୀ କହିବା ଠିକ୍ ନୁହେଁ । କାଲି ହୁଏତ କହିପାରନ୍ତି ମୋ ବ୍ୟକ୍ତିଗତ ସଚିବ ବିଧାନସଭାରେ ଉତ୍ତର ଦେବେ । ରାଜ୍ୟରେ ଗଣତନ୍ତ୍ରକୁ ହତ୍ୟା କରାଯାଇଛି, ଗୁମାସ୍ତା ଶାସନ ଚାଲିଛି । କେନ୍ଦ୍ର ସରକାର ଚିଠି କରିଛନ୍ତି ସଚିବଙ୍କ ବାବଦରେ ତଦନ୍ତ କରିବାକୁ, ହୋଇ ପାରୁନି କାହିଁକି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ନରସିଂହ।

ସେପଟେ ଶୂନ୍ୟକାଳରେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ଯେଉଁମାନେ ଅଭିଯୋଗ ଆଣୁଛନ୍ତି ସେମାନଙ୍କ ମେଣ୍ଟାଲ ହେଲ୍ଥ ଭଲ ନାହିଁ । 5T ଯୋଗୁ କଣ ହୋଇଛି ନିଜ ନିର୍ବାଚନ ମଣ୍ଡଳିରେ ବିକାଶ ଆଗ ଦେଖନ୍ତୁ । ଯଦି 5T ଦ୍ୱାରା ତାଙ୍କ ଅଞ୍ଚଳରେ କିଛି ହୋଇନଥିବ ତେବେ ମୁଁ ରାଜନୀତିରୁ ସନ୍ନ୍ୟାସ ନେବି ବୋଲି କହିବା ସହ ସୁସ୍ଥ ମସ୍ତିଷ୍କ ନେଇ ବିଧାନସଭା ଆସୁନ୍ତୁ ବୋଲି କହିଛନ୍ତି ଅରୁଣ ।

ଏହାସହ ବିରୋଧୀଙ୍କ ମେଣ୍ଟାଲ ହେଲଥ ଡିଜଅର୍ଡର ଅଛି ବୋଲି ସେ ଆକ୍ଷେପ କରିଛନ୍ତି । ତେବେ ଅରୁଣ ସାହୁ ବ୍ୟବାହାର କରିଥିବା ଶବ୍ଦକୁ ଗୃହର ବିବରଣୀରୁ ବାଦ ଦେବାକୁ ବିରୋଧୀ ଦାବି କରି ଗୃହରେ ହୋହଲ୍ଲା କରିଥିଲେ । ବିରୋଧୀଙ୍କ ହଙ୍ଗାମା ଯୋଗୁ ଅପରାହ୍ଣ ୪ଟା ଯାଏ ଗୃହ ମୁଲତବୀ କରିଛନ୍ତି ବାଚସ୍ପତି । 

BJD BJP Congress Odisha Politics
Advertisment
Advertisment