• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବାଚସ୍ପତିଙ୍କ ପୋଡିୟମକୁ ଡାଲି ଫିଙ୍ଗିବା ପ୍ରସଙ୍ଗରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କଡ଼ା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ‘ବିରୋଧୀ ଦଳ ନେତାଙ୍କୁ ସେମାନେ ମେଣ୍ଟାଲ ଡିଜ୍‌ଅର୍ଡର କହିଲେ । ଏହାକୁ ବିବରଣୀରୁ ବାଦ୍‌ ଦେବାକୁ କହିଲୁ, ବାଚସ୍ପତି ଗ୍ରହଣ କଲେନି । ବାଚସ୍ପତି ନିରପେକ୍ଷ ନୁହଁନ୍ତି, ତାଙ୍କ ନିରପେକ୍ଷତା ଆମେ ଦେଖିପାରୁନୁ । ବାଚସ୍ପତି ଦଳର କର୍ମକର୍ତ୍ତା ଭଳି ଆଚରଣ କରୁଛନ୍ତି । ବାଚସ୍ପତି ନିଜେ ସସ୍‌ପେଣ୍ଡ ହେବା କଥା, ସେ କଣ ସସ୍‌ପେଣ୍ଡ କରୁଛନ୍ତି । ଏହି ସସ୍‌ପେଣ୍ଡକୁ ଆମେ ଭ୍ରୁକ୍ଷେପ କରୁନୁ, ଆମ ପ୍ରତିବାଦ ଜାରି ରହିବ’ ।

ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଡାଲି ଫିଙ୍ଗିଲେ ବିଜେପି ବିଧାୟକ । ଗୃହ ମଧ୍ୟଭାଗରେ ପ୍ରଥମେ ହୋହଲ୍ଲା ପରେ ବିଜେପି ସଦସ୍ୟ ମୋହନ ମାଝୀ ଓ ମୁକେଶ ମହାଲିଙ୍ଗ ବାଚସ୍ପତିଙ୍କ ପୋଡିୟମ ଉପରକୁ ଡ଼ାଲି ମାଡ଼ କରିଥିବାର ସୂଚନା ମଳିଛି ।

ଦୁଇ ବିଜେପି ବିଧାୟକ ପଲିଥିନରେ ଆଣିଥିବା ଡାଲି ଦେଖାଇ ପୋଡ଼ିୟମକୁ ଫିଙ୍ଗିଥିଲେ । ଏନେଇ ଦୁହିଁଙ୍କୁ ବିଧାନସଭାରୁ ସସ୍‌ପେଣ୍ଡ କରାଯାଇଛି । ଚଳିତ ଅଧିବେଶନ ଶେଷ ପର୍ଯ୍ୟନ୍ତ ସସ୍‌ପେଣ୍ଡ କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ । ଏଭଳି ଘଟଣା ପରେ ଗୃହକୁ ଆସନ୍ତା ଶନିବାର ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି ବାଚସ୍ପତି ।