• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପୁଣି ଅପରାଜିତାଙ୍କ ‘ଡେରାସ’ ଚିଠି । ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଡେରାସ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଓ ବିବାଦୀୟ ଜମି ନେଇ ସେ ଚିଠି ଲେଖିଛନ୍ତି । ଜବରଦଖଲ ହୋଇଥିବା ପ୍ରାୟ ୧୫୦ ଏକର ଜମି ତୁରନ୍ତ ଚିହ୍ନଟ ପାଇଁ ଚିଠିରେ ଦାବି କରିଛନ୍ତି । ଡେରାସ କ୍ଷୁଦ୍ର ଜଳସେଚନ ପ୍ରକଳ୍ପରୁ ପାଣି ଛାଡ଼ିବାର ବ୍ୟବସ୍ଥା ହେଉ ବୋଲି କହିଛନ୍ତି ଅପରାଜିତା ।

ଗରିବ ଚାଷୀ ଓ ଘରୋଇ ଜମି ମାଲିବ ଏହାଦ୍ୱାରା ଉପକୃତ ହେବେ । ଏନେଇ ମୁଁ ସବୁ ପ୍ରକାର ସହଯୋଗ ପାଇଁ ପ୍ରସ୍ତୁତ ବୋଲି ମଧ୍ୟ ଚିଠିରେ ଉଲ୍ଲେଖ କରିଛନ୍ତି । ଜଳସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀଙ୍କୁ ମଧ୍ୟ ଚିଠି ଲେଖି ଡେରାସ କ୍ଷୁଦ୍ର ଜଳସେଚନ ପ୍ରକଳ୍ପରୁ ପାଣି ନିଷ୍କାସନ ପାଇଁ ଦାବି କରିଛନ୍ତି ଅପରାଜିତା । ...

ଏହାପୂର୍ବରୁ ମଧ୍ୟ ଡେରାସ MIPର କେନାଲ ଖୋଳା ଓ ଏବଂ ବିବାଦୀୟ ଜମିର ଚିହ୍ନଟ ପ୍ରସଙ୍ଗରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ପୁଣି ଚିଠି ଲେଖିଥିଲେ । ଖୋର୍ଦ୍ଧା ଜିଲ୍ଲାପାଳ ଓ କ୍ଷୁଦ୍ର ଜଳସେଚନ ବିଭାଗର ଚିଫ୍ ଇଞ୍ଜିନିୟରଙ୍କୁ ଚିଠି ଲେଖି ଘେରାବନ୍ଦୀର ଜମିର ଅଧିକାର ପ୍ରକୃତ ମାଲିକଙ୍କୁ ଫେରାଇବା ଓ ପୋତା ଯାଇଥିବା କେନାଲକୁ ଖୋଲିବାକୁ ଅପରାଜିତା ଦାବି କରିଥିଲେ ।

ସୂଚନାଯୋଗ୍ୟ ଡେରାସ୍ କ୍ଷୁଦ୍ର ଜଳସେଚନ ପ୍ରକଳ୍ପରେ ଜବରଦଖଲ ହୋଇଥିବା ନେଇ ଅପରାଜିତା ଷଡ଼ଙ୍ଗୀ ଅଭିଯୋଗ ଆଣିଥିଲେ । ଅଭିଯୋଗର ଦିନକ ପରେ ପ୍ରଶାସନ ମଧ୍ୟ ଏହାକୁ ସ୍ୱୀକାର କରିଥିଲା । ଅପରାଜିତା ଅଭିଯୋଗ ଆଣିବା ସହ ନିଜେ କୋଦାଳ ଧରି ମାଟି ଖୋଳି ଘଟଣାର ପ୍ରମାଣ ଦେଇଥିଲେ।