• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଆଜି ବି ଚାଲି ପାରିଲାନି ବିଧାନସଭା । ଗୃହର କାର୍ଯ୍ୟ ସ୍ୱାଭାବିକ କରିବାକୁ ସର୍ବଦଳୀୟ ବୈଠକ । ଗୃହ ଦିନ ୧୨ଟା ଯାଏଁ ମୁଲତବୀ କରି ସର୍ବଦଳୀୟ ବୈଠକ କରୁଛନ୍ତି ବାଚସ୍ପତି । ବିଧାନସଭାରେ ବାଚସ୍ପତିଙ୍କ ପ୍ରକୋଷ୍ଠରେ ସର୍ବଦଳୀୟ ବୈଠକ ଚାଲିଛି ।

ଆଜି ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ଗୃହରେ ହୋହଲ୍ଲା କରିଥିଲେ । ପ୍ରଶ୍ନକୁ ରିଜେକ୍ଟ କରି ଦିଆଯାଉଛି କହି ବିଜେପି ସଦସ୍ୟ ପାଟିତୁଣ୍ଡ କରିଥିଲେ । ଏହାପରେ ବିଜେପି ସଦସ୍ୟଙ୍କୁ କାଉଣ୍ଟର କରି MSP ପ୍ରସଙ୍ଗ ଉଠାଇ ଶାସକ ଦଳ ସଦସ୍ୟଙ୍କ ଗୃହରେ ପାଟିତୁଣ୍ଡ କରିଥିଲେ । ଫଳରେ ପ୍ରଶ୍ନକାଳ ଚାଲିପାରିନଥିଲା ।

ଆଜି ବି ସରଗରମ ହୋଇପାରେ ବିଧାନସଭା ବୋଲି ଆକଳନ କରାଯାଉଥିଲା । ଗୃହରେ ବିରୋଧୀ ପୁଣି 5T ସଚିବଙ୍କ ଗସ୍ତ ପ୍ରସଙ୍ଗ ଉଠାଇପାରନ୍ତି । ଗତକାଲି ଏହାକୁ ନେଇ ଗୃହରେ ହଙ୍ଗମା ହୋଇଥିଲା । ମୁଖ୍ୟମନ୍ତ୍ରୀ ଏନେଇ ଗୃହରେ ବିବୃତି ରଖିବା ପରେ ବି ବିବାଦ ଥମିନି । ତେଣୁ ଆଜି ରାଜ୍ୟ ସରକାରଙ୍କୁ ବିରୋଧୀ ଘେରିବାର ଯଥେଷ୍ଟ ସଂଭାବନା ରହିଛି ।

ସେପଟେ ମୌସୁମୀ ଅଧିବେଶନର ତୃତୀୟ ଦିନରେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ କାଳରେ ପଞ୍ଚାୟତ ରାଜ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ, ଗୃହ ନିର୍ମାଣ ନଗର ଉନ୍ନୟନ, ଜଙ୍ଗଲ ପରିବେଶ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ସୂଚନା ଲୋକ ସଂପର୍କ ବିଭାଗର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରହିଛି।