Advertisment

ତେଜିଲା ନମ୍ବର ପଲିଟିକ୍ସ ! ମୋଦିଙ୍କୁ ନବୀନ ଦେଇଥିଲେ ୧୦ରୁ ୮, ନବୀନଙ୍କୁ ବିଜେପି ଦେଲା ଶୂନ...

ନବୀନ ଓ ମୋଦି ସରକାରଙ୍କୁ କଂଗ୍ରେସର ଜିରୋ ମାର୍କ । ସମୀକ୍ଷକ କହିଲେ ବିଗିଡ଼ିବନି ବିଜେଡି-କେନ୍ଦ୍ର ବିଜେପି ସଂପର୍କ ।

author-image
Satyendu Shekher Mishra
undefined

Odisha Politics

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନବୀନ ଦେଲେ ୧୦ରୁ ୮ ମାର୍କ। ହେଲେ ନବୀନଙ୍କୁ ରାଜ୍ୟ ବିଜେପି ଦେବ କେତେ ମାର୍କ? ଆଉ କଂଗ୍ରେସ୍ ହିସାବରେ ନବୀନ କେତେ ପାଇବା କଥା? ଖୋଲା ମଂଚରେ ନବୀନ, ନମ୍ବର ଗେମ୍ ଆରମ୍ଭ କରିବା ପରେ ରାଜନୀତିର ରୋଚକ ଅଙ୍କକୁ ନେଇ ଏବେ ସବୁଠି ଚର୍ଚ୍ଚା । ବିରୋଧୀ ବି ନିଜ ନିଜ ହିସାବରେ ନବୀନଙ୍କୁ ଦେଇଛନ୍ତି ମାର୍କ ।

Advertisment

ମୁଖ୍ୟ ବିରୋଧୀ ଦଳ ବିଜେପି, ନବୀନଙ୍କୁ ଦେଇଛନ୍ତି ଜିରୋ ମାର୍କ। କଂଗ୍ରେସର ମୂଲ୍ୟାଙ୍କନ ବି ସେୟା କହୁଛି। ଦଳ ଦେଇଛି ଶୂନ୍ ନମ୍ବର। ୨୪ ନିର୍ବାଚନର ବଡ଼ ପରୀକ୍ଷା ପୂର୍ବରୁ ନବୀନ କିନ୍ତୁ ମୋଦିଙ୍କୁ ୮୦ ପ୍ରତିଶତ ଅର୍ଥାତ ହାୟର ଫାଷ୍ଟକ୍ଳାସ୍ ମାର୍କ ଦେଇଥିଲେ। ହୁଏତ ନବୀନଙ୍କ ମାର୍କ କେନ୍ଦ୍ର ବିଜେପିକୁ ଖୁସ୍ କରିଥିବ, କିନ୍ତୁ ରାଜ୍ୟ ବିଜେପିକୁ ଖୁସି କରିପାରି ନାହିଁ।

ଓଲଟା ଦଳ କହିଛି, ମୋଦି ୧୦ରୁ ୧୦ ମାର୍କ ପାଇବା କଥା। ନବୀନ ୨ ମାର୍କ କାଟିଲେ କାହିଁକି? ବିଜେପି ଅଭିଯୋଗ କରିଛି, ମୋଦି ସରକାରରେ ଆଦୌ ଦୁର୍ନୀତି ନାହିଁ,କିନ୍ତୁ ନବୀନ ସରକାରରେ ଦୁର୍ନୀତି ଭର୍ତ୍ତି ହୋଇ ରହିଛି। ସେପଟେ କଂଗ୍ରେସ ଉଭୟ ସରକାରକୁ କଡ଼ା ସମାଲୋଚନା କରିବା ସହିତ ଦେଇଛି ଶୂନ ମାର୍କ। ଜବାବରେ ବିଜେଡି କହିଛି,ବିଜେପି ଯାହା କହିଲେ ବି, ଲୋକେ ନବୀନଙ୍କୁ ଭଲ ମାର୍କ ଦେଇଚାଲିଛନ୍ତି।

Advertisment

ନବୀନଙ୍କୁ ରାଜ୍ୟ ବିଜେପି ଶୂନ୍ ଦେବା ପଛରେ କାରଣ କଣ? ଦିଲ୍ଲୀରେ ବିଜେପି-ବିଜେଡି କୋଳାକୋଳି, ଆଉ ରାଜ୍ୟରେ କଳି ପାଇଁ ବିଜେପି ଏଭଳି କହୁଥିବା ଚର୍ଚ୍ଚା ହେଉଛି। ନିଜ କର୍ମୀଙ୍କ ମନୋବଳ ବୃଦ୍ଧି ପାଇଁ ଜିରୋ ମାର୍କ ଦେଲା ନା ପ୍ରକୃତରେ ବିକାଶ କାର୍ଯ୍ୟ ହେଉନଥିବାରୁ ବିରୋଧୀ ଜିରୋ ଦେଲେ। ରାଜନୈତିକ ସମୀକ୍ଷକ କହିଛନ୍ତି, ବିରୋଧୀ ଯେତେ ମାର୍କ ଦିଅନ୍ତୁ ପଛେ, ବିଜେଡି ଓ କେନ୍ଦ୍ର ବିଜେପିର ସଂପର୍କରେ କୌଣସି ଫରକ୍ ପଡ଼ିବ ନାହିଁ ।

ଅନ୍ୟପକ୍ଷରେ ମୋଦିଙ୍କୁ ନବୀନ ୧୦ରୁ ୮ ମାର୍କ ଦେବା ପରେ ରାଜନୀତିର ଅନେକ ସମୀକରଣକୁ ନେଇ ବି ଚର୍ଚ୍ଚା ହେଉଛି। ଆଗକୁ ବିଜେପି-ବିଜେଡି ମଧ୍ୟରେ ବୁଝାମଣା ହେବ ନାହିଁ ତ? ଏହି ପ୍ରଶ୍ନ ଅନେକଙ୍କ ମନରେ ଉଙ୍କି ମାରୁଛି।

Narendra Modi BJD BJP Congress Odisha Politics
Advertisment
Advertisment