ବରଗଡ଼ରେ ବିଜେଡି ବନାମ ପୋଲିସ । ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାରେ ଆଟାକ୍ ଆଉ କାଉଣ୍ଟର ଆଟାକ୍। ପୋଲିସ ବିରୋଧରେ ବିଧାୟକ ସୁଶାନ୍ତ ସିଂଙ୍କ ସାଂଘାତିକ ଅଭିଯୋଗ। ପୁଣି ଗିରଫ ନ କରିବାକୁ ବିଜେଡି ନେତାଙ୍କ ଖୋଲା ଧମକ।
ଭୋଟ୍ ହାତେଇବାକୁ ନୂଆ ଫନ୍ଦି । ଗ୍ରାମାଞ୍ଚଳରୁ ସହରାଞ୍ଚଳ ଯାଏଁ ଖେଳ କରିବେ ସରକାର ! ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ନାଁରେ ବ୍ଲକ୍, ବିଜ୍ଞାପିତ ଅଞ୍ଚଳ ପରିଷଦଠୁ ନେଇ ମ୍ୟୁନିସିପାଲିଟି ଓ ମହାନଗର ନିଗମରେ ହେବ କ୍ରୀଡ଼ା ପ୍ରତିଯୋଗିତା ।
ମହେଶ୍ୱରଙ୍କ ବିୟୋଗ ପରେ ଝୁରୁଛି କୁକୁର ମାକ୍ସ। ବାହୁନି କାନ୍ଦୁଛନ୍ତି ଡ୍ରାଇଭର୍। ଶୋକରେ ପରିବାର, ସଂପର୍କୀୟ, ସମର୍ଥକ ଓ ଶୁଭେଛୁ...
ପୁରୀ ସ୍ୱର୍ଗଦ୍ୱାରରେ ମହେଶ୍ୱରଙ୍କ ଶେଷକୃତ୍ୟ ସମ୍ପର୍ନ୍ନ ହୋଇଛି ।
ନଭେମ୍ବର ୨୦ରେ ରାଷ୍ଟ୍ରପତି ଓଡ଼ିଶା ଆସୁଥିବା ସୂଚନା ମିଳିଛି ।
ମାଓ ଇଲାକାର ମୋଟ ୧୨ଟି ନିର୍ବାଚନ ମଣ୍ଡଳୀରେ ୨୯୦୦ଟି ବୁଥ ହୋଇଛି । ଅତି ସମ୍ବେଦନଶୀଳ ଦେଢ ଶହ ବୁଥକୁ ହେଲିକପ୍ଟରରେ ପୋଲିଂ ଟିମ୍ ଯାଇ ପହଞ୍ଚିଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି କାର୍ଯ୍ୟାଳୟରେ ମହେଶ୍ୱର ମହାନ୍ତିଙ୍କୁ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସେହିପରି ମହେଶ୍ୱର ମହାନ୍ତିଙ୍କ ପରଲୋକରେ ଗଭୀର ଶୋକପ୍ରକାଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ।
ପ୍ରଥମ ପର୍ଯ୍ୟାୟରେ ୨୦ଟି ସିଟ୍ ପାଇଁ ହେବ ମତଦାନ । ମାଓ ଇଲାକାର ମୋଟ ୧୨ଟି ନିର୍ବାଚନ ମଣ୍ଡଳୀରେ ୨୯୦୦ଟି ବୁଥ ହୋଇଛି ।
ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ପରଲୋକ । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ।
ସେ ଥିଲା ଗାଁର ପଢୁଆ ଝିଅ । ପାଠପଢାରେ ଆଗରେ ଥିଲା । ଆଶା ରଖିଥିଲା ପାଠପଢି ଗାଁର ନାଁ ରଖିବ । ହେଲେ ସବୁ କିଛି ଯେମିତି ଚୁରମାର୍ ହୋଇଗଲା । ବହୁ ଚର୍ଚ୍ଚିତ ରେଞ୍ଜ ରୋଭର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାଜପୁର ବରୀ ଅଞ୍ଚଳର ଲୋପାମୁଦ୍ରାଙ୍କ ଥିଲା ଏଇ ସ୍ୱପ୍ନ ।
ପୋଲିସକୁ ଚ୍ୟାଲେଞ୍ଜ୍..ଆଇନ୍ଶୃଙ୍ଖଳାର ଧଜିଆ ଉଡ଼ାଇ ଥାନା ଉପରେ ହମଲା । ଭଙ୍ଗାରୁଜା, ହଙ୍ଗାମା ବେଳେ ସିସିଟିଭିରେ କଏଦ୍ ହୋଇଥିଲା ଦୃଶ୍ୟ । ଉତ୍ପାତକାରୀଙ୍କ ସଂଖ୍ୟା ବି ଏବେ ସମସ୍ତଙ୍କ ଆଗରେ । ଏହି ଘଟଣାରେ ବିଧାୟକ ସୁଶାନ୍ତ ସିଂଙ୍କ ଲିଙ୍କ୍ ଅଭିଯୋଗ ଆଣିଛି ବିଜେପି ।
ଆସନ୍ତାକାଲି ଛତିଶଗଡ଼ ବିଧାନସଭା ନିର୍ବାଚନ । ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ପାଇଁ ସରିଛି ପ୍ରଚାର ।
ପାଖେଇ ଆସୁଛି ୨୪ ନିର୍ବାଚନ। ତେଣୁ ସବୁ ରାଜନୈତିକ ଦଳ ଏବେ ଭୋଟରଙ୍କ ମନ ଜିଣିବା ଲାଗି କସରତ ଚଳାଇଛନ୍ତି। ନୂଆ ଭୋଟର, ବିଶେଷ କରି ସହରୀ ଶିକ୍ଷିତ ସଚେତନ ଭୋଟରଙ୍କୁ କେମିତି ନିଜ ପାଖରେ ରଖିବ ସେଥିପାଇଁ ଜୋରଦାର ପ୍ରୟାସ ଚଳାଇଛି ବିଜେପି..
ପାଖେଇ ଆସୁଛି ୨୪ ନିର୍ବାଚନ। ତେଣୁ ସବୁ ରାଜନୈତିକ ଦଳ ଏବେ ଭୋଟରଙ୍କ ମନ ଜିଣିବା ଲାଗି କସରତ ଚଳାଇଛନ୍ତି।
ରତ୍ନଭଣ୍ଡାର ଖୋଲିବା ଦାୟିତ୍ୱ ସଂପୂର୍ଣ୍ଣ ସରକାରଙ୍କର । କେବଳ ସୁପାରିସ କରିବା କ୍ଷମତା ଗଜପତିଙ୍କ ଅଛି । ୧୯୫୨ ମସିହାରେ ସ୍ୱତନ୍ତ୍ର ଆଇନ କରି ଜଗନ୍ନାଥ ମନ୍ଦିର ପରିଚାଳନା ପାଇଁ ନିଷ୍ପତ୍ତି ନେଇ ଗଜପତିଙ୍କ ଠାରୁ କ୍ଷମତା ନେଇଗଲେ ।
ଉଦଘାଟିତ ଉତ୍ସବରେ କୌଣସି ସରପଞ୍ଚ ଯୋଗ ଦେଇ ନଥିଲେ । ତେବେ ଆଗାମୀ ଦିନରେ ଦାବି ପୂରଣ ନ ହେଲେ ସରପଞ୍ଚ ସଂଘ୍ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି କହିଛନ୍ତି ସରପଞ୍ଚ ସଂଘ ।
ନିର୍ବାଚନ ପ୍ରଚାର ବେଳେ ମାଓବାଦୀମାନେ ବିଜେପି ନେତା ରତନ ଦୁବେଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସେ ପ୍ରଚାର କରୁଥିବା ବେଳେ ନାରାୟଣପୁର ଜିଲ୍ଲାର କୌଶଲ ନଗରରେ ତାଙ୍କୁ ମାଓବାଦୀମାନେ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ପୋଲିସ କହିଛି।
ମଝିରେ ଆଉ ମାତ୍ର ଦୁଇ ଦିନ। ଆସନ୍ତା ୭ ତାରିଖ ମଙ୍ଗଳବାର ଛତିଶଗଡ଼ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ। ଏଥିପାଇଁ ଆସନ୍ତାକାଲି ସଂଧ୍ୟାରେ ସରିବ ପ୍ରଚାର। କ୍ୟାମ୍ପେନିଂ ପାଇଁ ହାତରେ ଆଉ ମାତ୍ର ଗୋଟିଏ ଦିନ ଥିବାରୁ ଦୁଇ ପ୍ରମୁଖ ଦଳ କଂଗ୍ରେସ ଓ ବିଜେପି ଜୋରସୋରରେ ପ୍ରଚାର ଚଳାଇଛନ୍ତି।
ଆମ ଓଡ଼ିଶା, ନବୀନ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତି ପଞ୍ଚାୟତକୁ ବିକାଶମୂଳକ କାମ ଲାଗି ୫୦ ଲକ୍ଷ ଟଙ୍କାର ପାଣ୍ଠି ଦିଆଯାଉଛି। ତେବେ ପ୍ରଶ୍ନ ଉଠୁଛି ବିକାଶମୂଳକ କାମରେ ଜନପ୍ରତିନିଧିମାନଙ୍କୁ କାହିଁକି ଅଣଦେଖା କରାଯାଉଛି?
ଆମ ଓଡ଼ିଶା, ନବୀନ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତି ପଞ୍ଚାୟତକୁ ବିକାଶମୂଳକ କାମ ଲାଗି ୫୦ ଲକ୍ଷ ଟଙ୍କାର ପାଣ୍ଠି ଦିଆଯାଉଛି। ତେବେ ପ୍ରଶ୍ନ ଉଠୁଛି ବିକାଶମୂଳକ କାମରେ ଜନପ୍ରତିନିଧିମାନଙ୍କୁ କାହିଁକି ଅଣଦେଖା କରାଯାଉଛି?
ରାଜ୍ୟରେ ବିଜେପି ସରକାରକୁ ଆସିଲେ ଏଭଳି ଅପରାଧୀଙ୍କୁ ଜେଲରେ ପୂରାଇବ ବୋଲି ମୋଦି କହିଛନ୍ତି । ଖାଲି ସେତିକି ନୁହେଁ ରାଜ୍ୟରେ ୩୦ ପ୍ରତିଶତର କମିଶନର ସରକାର ଚାଲିଛି । ଏଥର ଆଉ ଏହାକୁ ସହିବେନି ଜନତା ।
ଛତିଶଗଡ ନିର୍ବାଚନ ପାଇଁ ଜୋର ସୋର ଚାଲିଛି ପ୍ରଚାର । ପ୍ରଚାର ମୈଦାନରେ କଳ ବଳ ଖଟାଉଛନ୍ତି ଉଭୟ କଂଗ୍ରେସ ଓ ବିଜେପି । ଓଡିଶା ସୀମାନ୍ତ ଜଗଦଲପୁର ଅଞ୍ଚଳ ସୀମାବର୍ତ୍ତୀ ଜିଲ୍ଲା ହୋଇଥିବାରୁ ଏଠାରେ ବହୁ ସଂଖ୍ୟାରେ ଓଡିଆ ବାସବାସ କରନ୍ତି ।
ବିନା ଲାଞ୍ଚରେ ଲୋକଙ୍କ ସେବା କରିବାର ଶପଥ ପ୍ରତିବର୍ଷ ନିଆଯାଉଛି, ହେଲେ ଏହା କେବଳ ଧର୍ମକୁ ଆଖିଠାର ସଦୃଶ! କାରଣ ଗତ ୫ ବର୍ଷ ଭିତରେ ପ୍ରାୟ ଅଢେଇ ହଜାର ଦୁର୍ନୀତିଖୋର ବାବୁମାନଙ୍କ ବିରୋଧରେ ୧ ହଜାରରୁ ଅଧିକ ଅପରାଧିକ ମାମଲା ରୁଜୁ ହେଲାଣି ଆଉ ୯୦୦ରୁ ଅଧିକ କର୍ମଚାରୀ ଗିରଫ ବି ହେଲେଣି।
ସରକାରୀ କାର୍ଯ୍ୟକ୍ରମ ଯୋଗୁଁ ବଦଳିଗଲା ସ୍କୁଲରେ ପରୀକ୍ଷା ସମୟ । ଗୋଟେପଟେ ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମ ଅନ୍ୟପଟେ ପିଲାଙ୍କ ପରୀକ୍ଷା ।
ଆସନ୍ତା ୭ ତାରିଖରେ ଛତିଶଗଡ଼ ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟିଂ ହେବ। ଏହାପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସ୍କାନରକୁ ଆସିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ।